ପରିବେଶ ମନ୍ତ୍ରୀ ଗୋପାଳ ରାୟଙ୍କୁ କରୋନା

Published By : Prameya-News7 Bureau | November 26, 2020 IST

ନୂଆଦିଲ୍ଲୀ ୨୬/୧୧: ଭାରତର ରାଜଧାନୀ ଦିଲ୍ଲୀରେ କରୋନାର ପ୍ରକୋପ ବଢ଼ି ଚାଲିଛି। ଏହା କବଳରେ ଅନେକ ନାମିଦାମୀ ବ୍ୟକ୍ତି ଆସିଛନ୍ତି। ଏବେ ଦିଲ୍ଲୀର ପରିବେଶ ଏବଂ ପର୍ଯ୍ୟାବରଣ ମନ୍ତ୍ରୀ ଗୋପାଳ ରାୟ କରୋନାରେ ସଂକ୍ରମିତ ହୋଇଛନ୍ତି। ଗୋପାଳ ରାୟ ନିଜେ ଟ୍ବିଟ୍ କରି ଏ ବିଷୟରେ ସୂଚନା ଦେଇଛନ୍ତି। ଏହା ପୂର୍ବରୁ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ୍,ସ୍ବାସ୍ଥ୍ୟ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ ମଧ୍ୟ କରୋନାରେ ସଂକ୍ରମିତ ହୋଇଛନ୍ତି।

{"id":367919,"sizeSlug":"large"}

ଦିଲ୍ଲୀର ପରିବେଶ ଏବଂ ପର୍ଯ୍ୟାବରଣ ମନ୍ତ୍ରୀ ଗୋପାଳ ରାୟ ଗୁରୁବାର ଟ୍ବିଟ୍ କରି କହିଛନ୍ତି ଯେ ପ୍ରାଥମିକ ଲକ୍ଷଣ ପରେ କରୋନା ଟେଷ୍ଟ୍ କରାଇଥିଲେ ଯାହାର ରିପୋର୍ଟ ପଜିଟିଭ ଆସିଛି। ଗତ କିଛି ଦିନ ମଧ୍ୟରେ ଯେଉଁମାନେ ତାଙ୍କ ସଂସ୍ପର୍ଶରେ ଆସିଛନ୍ତି,ସେମାନେ ଦୟା କରି ନିଜର ଧ୍ୟାନ ରଖନ୍ତୁ ଏବଂ ଟେଷ୍ଟ କରି ନିଅନ୍ତୁ।

{"id":367921,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.