ଫାଶୀ ଦଣ୍ଡ ପାଇଥିବା ଶବନମକୁ ପଠାଗଲା ରାମପୁର ଜେଲ୍ : ଜାଣନ୍ତୁ ୧୧ବର୍ଷ ତଳର ହତ୍ୟାକାଣ୍ଡ କାହାଣୀ
9/07/2019 at 12:19 PM

ମୁରାଦାବାଦ ୯/୭: ୧୧ବର୍ଷ ପୁରୁଣା ମାମଲାରେ ନିଜର ୭ଜଣ ପରିବାର ଲୋକଙ୍କୁ ହତ୍ୟା କରି ଫାଶୀ ଦଣ୍ଡ ପାଇଥିବା ଅମରୋହାର ଶବନମଙ୍କୁ ଏବେ ମୁରାଦାବାନ ଜେଲରୁ ସ୍ଥାନାନ୍ତର କରାଯାଇ ରାମପୁର ଜେଲ୍ ପଠାଯାଉଛି। ଶବନମ ସହ ଅନ୍ୟ ୧୫ଜଣ ମହିଳା କଏଦୀଙ୍କୁ ମଧ୍ୟ ସ୍ଥାନାନ୍ତର କରାଯିବ।
ଜେଲ ମୁଖ୍ୟଙ୍କ କହିବାନୁସାରେ କଏଦୀମାନଙ୍କୁ ଅନ୍ୟ ଜିଲ୍ଲାରେ ସ୍ଥାନାନ୍ତର କରାଯାଉଛି। କାରଣ ଏଠାରେ ବହୁସଂଖ୍ୟକ କଏଦୀ ବନ୍ଦୀ ଅଛନ୍ତି। ଏବେ ଯାଏଁ ୧୩୫ କଏଦୀଙ୍କୁ ଭିନ୍ନ ଭିନ୍ନ ଜିଲ୍ଲାକୁ ସ୍ଥାନାନ୍ତର କରାଯାଇସାରିଛି।
ଶବନମ୍ ଅମରୋହାର ବାଓ୍ବନଖେଡ଼ି ଗାଁରେ ରହୁଥିଲେ। ସେ ତାର ପ୍ରେମିକ ସହ ସଲିମ୍ ସହ ମିଶି ନିଜ ବାପା ମାଆ ଏବଂ ଜଣେ ଶିଶୁ ସହ ୭ଜଣଙ୍କ ହତ୍ୟା କରିଥିଲା। ଏହି ଘଟଣା ୨୦୦୮ମସିହା ଅପ୍ରେଲ୍ ୧୪/୧୫ ତାରିଖରେ ଘଟିଥିଲା। ଏହି ମାମଲାରେ ସେଶନ ଅଦାଲତ ଉଭୟଙ୍କୁ ଫାଶୀ ଦଣ୍ଡ ଶୁଣାଇଥିଲା।
ଏହି ମାମଲାରେ ପ୍ରେମିକ
ସଲିମ୍ ଆଗ୍ରା ଜେଲରେ ବନ୍ଦୀ ଥିବାବେଳେ ଶବନମ୍ ୧୧ବର୍ଷରୁ ମୁରାଦାବାଦରେ ଦଣ୍ଡ ଭୋଗୁଛି।