ମହାକାଳଙ୍କ ଭସ୍ମ ଆରତୀ ପାଇଁ ଭକ୍ତଙ୍କୁ ନୋ ଏଣ୍ଟ୍ରି : ମାର୍ଚ୍ଚ ୩୧ ଯାଏଁ ଭିଆଇପି ଏବଂ ଶ୍ରଦ୍ଧାଳୁଙ୍କ ପାଇଁ ମନ୍ଦିର ବନ୍ଦ

Published By : Prameya-News7 Bureau | March 16, 2020 IST

ଉଜ୍ଜେନ ୧୬/୦୩ : କରୋନା ଯୋଗୁଁ ଏବେ ସାରା ବିଶ୍ୱ ସଙ୍କଟରେ | କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି | ଦେଶରେ ମଧ୍ୟ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି | ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ଦେଖି ଉଜ୍ଜେନର ବିଶ୍ୱ ପ୍ରସିଦ୍ଧ ମହାକାଲେଶ୍ଵର ମନ୍ଦିରକୁ ନେଇ ଏକ ବଡ ନିଷ୍ପତ୍ତି ନିଆଯାଇଛି | ସେଠାରେ ପ୍ରତିଦିନ ଭୋର ୪ଟା ସମୟରେ ମହାକାଲଙ୍କ ଭସ୍ମ ଆରତୀ ହୁଏ | ତେବେ ଆଜି ମନ୍ଦିର ପ୍ରଶାସନ ପକ୍ଷରୁ ଭସ୍ମ ଆରତୀ ପାଇଁ ସାଧାରଣ ଜନତାଙ୍କ ପ୍ରବେଶ ନିଷେଧ କରାଯାଇଛି | ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ଭସ୍ମ ଆରତୀ ପାଇଁ ପ୍ରବେଶ ନିଷେଧ ରଖାଯିବ | ସାଧାରଣ ଜନତାଙ୍କ ସହ ଭିଆଇପି ଶ୍ରଦ୍ଧାଳୁ ମଧ୍ୟ ମନ୍ଦିରରେ ପ୍ରବେଶ କରିପାରିବେ ନାହିଁ | ଏହାଛଡା ଗର୍ଭଗୃହ ଦର୍ଶନ ମଧ୍ୟ ବନ୍ଦ କରିଦିଆଯାଇଛି | ଆରତୀ ପାଇଁ କେବଳ ପୂଝରୀ ହିଁ ଉପସ୍ଥିତ ରହିବେ |  

କରୋନା ସଂକ୍ରମଣ ଆଶଙ୍କାକୁ ନେଇ ମନ୍ଦିରର ସଫେଇ ପ୍ରତି ବିଶେଷ ଦୃଷ୍ଟି ଦିଆଯାଇଛି | ମନ୍ଦିର ପରିସରକୁ ଦିନକୁ ଦୁଇଥର ସଫା କରାଯାଉଛି | ଏହାଛଡା ଉଜ୍ଜେନ ସ୍ଥିତ ମଙ୍ଗଳନାଥ, ହରସିଦ୍ଧି, କାଳଭୈରବ ମନ୍ଦିର ଓ ସନ୍ଦୀପନି ଆଶ୍ରମରେ ମଧ୍ୟ ଶ୍ରଦ୍ଧାଳୁଙ୍କ ସ୍କ୍ରିନିଙ୍ଗ ହେଉଛି | 

କରୋନାର ପ୍ରଭାବ ପାକିସ୍ତାନରେ ମଧ୍ୟ ଦେଖିବାକୁ ମିଳିଛି | ପାକିସ୍ତାନର ଗୁରୁଦ୍ୱାରା ସାହିବ ଯାଉଥିବା କର୍ତ୍ତାରପୁର କରିଡର ଆଜିଠାରୁ ବନ୍ଦ କରିଦିଆଯାଇଛି | ମା ବୈଷ୍ଣବ ଦେବୀ ମନ୍ଦିରରେ ମଧ୍ୟ କଟକଣା ଜାରି କରାଯାଇଛି | କୌଣସି ବିଦେଶୀ ନାଗରିକ, ଏନଆରଆଇ କିମ୍ବା ବିଦେଶ ଯାତ୍ରା କରି ଫେରିଥିବା ଭାରତୀୟଙ୍କୁ ୨୮ ଦିନ ପର୍ଯ୍ୟନ୍ତ ମନ୍ଦିର ନ ଆସିବାକୁ ବାରଣ କରାଯାଇଛି | ସିରିଡ଼ିର ସାଇ ବାବା ସଂସ୍ଥା ମଧ୍ୟ ଭକ୍ତଙ୍କୁ ମନ୍ଦିର ଆସିବାକୁ ବାରଣ କରିଛନ୍ତି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.