କରୋନା ସଚେତନତା : ଭାରତର ଏହି ଗାଁରେ ହାତ ନ ଧୋଇଲେ ପ୍ରବେଶ ନିଷେଧ , ଗାଁ ବାହାରେ ନିର୍ମିତ ହେଲା ପାଣି ଟାଙ୍କି

Published By : Prameya-News7 Bureau | March 29, 2020 IST

କାରଗିଲ୍ ୨୯/୩: କାରଗିଲର ଲତ୍ତୁ ଗାଁରେ ସମୁଦ୍ର ତଳୁ ୮୭୦୦ ଫୁଟ ଉଚ୍ଚତାରେ ଅବସ୍ଥିତ। ପ୍ରଥମେ ଶୀତର ପ୍ରକୋପ ଏବଂ ରୋଗର ଡର ଲୋକଙ୍କୁ ଆତଙ୍କିତ କରୁଛି। ଏପରି ପରିସ୍ଥିତିରେ ଏହି ଗାଁରେ କରୋନାକୁ ନେଇ ସଚେତନତା ଦେଖିବାକୁ ମିଳୁଛି। ଗାଁଲୋକେ ସ୍ବଚ୍ଛତା ଅଭିଯାନ ଆରମ୍ଭ କରି ଗାଁ ବାହାରେ ଏକ ପାଣି ଟାଙ୍କି ଲଗାଇଛନ୍ତି। ଏଥିରେ ଲେଖା ଅଛି – ‘ ପ୍ରଥମେ ହାତ ଧୁଅନ୍ତୁ,ଏହା ପରେ ଗାଁରେ ପ୍ରବେଶ କରନ୍ତୁ। ଗାଁଲୋକଙ୍କ କହିବା ଅନୁସାରେ ହାତ ନଧୋଇଲେ କୌଣସି ବ୍ୟକ୍ତିଙ୍କୁ ଗାଁ ଭିତରକୁ ପ୍ରବେଶ କରିବାକୁ ଦିଆଯାଉନାହିଁ।

କାରଗିଲରେ କରୋନା ସଂକ୍ରମିତ ସନ୍ଦେହରେ ୧୪୫ରୁ ଅଧିକ ଲୋକ କ୍ବାରେଣ୍ଟାଇନରେ ଅଛନ୍ତି। ଦୁଇ ରୋଗୀ ପଜିଟିଭ ଥିବା ଜଣା ପଡ଼ିଛି। ଏହାକୁ ଆଖି ଆଗରେ ରଖି ଲତ୍ତୁର ଗାଁ ଲୋକେ ଗୋଟିଏ କମିଟି କରିଛନ୍ତି। ଗାଁ ବାହାରେ ପାଣି ଟାଙ୍କି ପାଖରେ ସାବୁନ ଏବଂ ସାନିଟାଇଜର ମଧ୍ୟ ରଖାଯାଇଛି। ଫଳରେ ଆଖପାଖ ଅଞ୍ଚଳର ଲୋକେ ମଧ୍ୟ ଏହି ଉପାୟ ପାଳନ କରୁଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.