ଏହି ଗାଁର ସବୁ ଲୋକ କରୋନା ପଜିଟିଭ୍ ଚିହ୍ନଟ, ପର୍ଯ୍ୟଟକଙ୍କ ପ୍ରବେଶ ଉପରେ ଲାଗିଲା କଟକଣା

Published By : Prameya-News7 Bureau | November 20, 2020 IST

ଲାହୌଲ ୨୦।୧୧: ହିମାଚଳ ପ୍ରଦେଶ ଲାହୌଲ ଘାଟିର ଥୋରଙ୍ଗ ଗାଁରେ ରହୁଥିବା ସମସ୍ତେ କରୋନା ସଂକ୍ରମିତ ହୋଇଥିବା ଜଣାପଡିଛି । ଗାଁରେ ରହୁଥିବା ଜଣେ ୫୨ ବର୍ଷ ବୟଷ୍କ ବ୍ୟକ୍ତି ଭୁଷଣ ଠାକୁର କରୋନା ପଜିଟିଭ ହେବା ପରେ ଗାଁର ସମସ୍ତେ କରୋନା ଯାଞ୍ଚ କରାଇଥିଲେ । ଏହାପରେ ସମସ୍ତେ କରୋନା ପଜିଟିଭ ଥିବା ଜଣାପଡିଥିଲା । ବର୍ତ୍ତମାନ କରୋନା ସଂକ୍ରମିତଙ୍କ ସଂଖ୍ୟାରେ ଲାହୌଲ-ସ୍ପିତି ଘାଟୀ ରାଜ୍ୟରେ ସବୁଠୁ ଅଧିକ ପ୍ରଭାବିତ ହୋଇଥିବା ଜିଲ୍ଲା ।

ଲାହୌଲ ଘାଟୀରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବା ପରେ ପ୍ରଶାସନ ରୋହତାଙ୍ଗ ସୁଡଙ୍ଗର ଉତ୍ତର ପୋର୍ଟଲ ନିକଟ ତେଲିଙ୍ଗ ନାଳି ପର୍ଯ୍ୟନ୍ତ ପର୍ଯ୍ୟଟକଙ୍କୁ ଆସିବାକୁ ଅନୁମତି ଦିଆଯାଇଛି । ଏହାପରେ ପର୍ଯ୍ୟଟକଙ୍କ ପାଇଁ ପ୍ରତିବନ୍ଧକ ଲଗାଯାଇଥିଲା । ପର୍ଯ୍ୟଟକଙ୍କୁ ଲାହୌଲ ଗାଁରେ ପ୍ରବେଶ କରିବାକୁ ଅନୁମତି ଦିଆଯାଇନଥିଲା । ସୁଡଙ୍ଗ ନିକଟବର୍ତ୍ତୀ ଗାଁକୁ କଣ୍ଟେନମେଣ୍ଟ ଜୋନ୍ ଭାବେ ଘୋଷଣା କରାଯାଇଥିଲା ।

ଅଧିକାରୀଙ୍କ ସୂଚନା ଅନୁସାରେ ମନାଲି-ଲେହ ରାଜ ରାଜପଥ ସହ ଥୋରଙ୍ଗ ଗାଁରେ ମାତ୍ର ୪୨ ଜଣ ବାସିନ୍ଦା ରହିଛନ୍ତି । ଏଠାକାର ଅଧିକାଂଶ ଲୋକ ଥଣ୍ଡା ଯୋଗୁଁ କୁଲ୍ଲୁ ପଳାଇଯାଇଛନ୍ତି । ଗ୍ରାମବାସୀମାନ ସ୍ବଇଚ୍ଛାରେ କିଛି ଦିନ ପୂର୍ବରୁ ନିଜ ନିଜ କରୋନା ପରୀକ୍ଷଣ କରାଇଥିଲେ । ଗାଁର ମୋଟ୍ ୪୨ ନମୁନାରୁ ୪୧ ପଜିଟିଭ ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.