ସେୟାର ବଜାରରେ ଉତ୍ସାହ : ସେନ୍‌ସେକ୍ସ ୩୯୯ ଅଙ୍କ ବୃଦ୍ଧି, ଡଲାର ତୁଳନାରେ ବଢିଲା ଟଙ୍କାର ମୂଲ୍ୟ

Published By : Prameya-News7 Bureau | April 06, 2021 IST

ନୂଆଦିଲ୍ଲୀ ୦୬/୦୪ : କାରବାରର ଦ୍ବିତୀୟ ଦିନରେ ସେୟାର ବଜାରରେ ଉତ୍ଥାନ-ପତ୍ତନ ଦେଖିବାକୁ ମିଳିଛି । ବମ୍ବେ ଷ୍ଟକ୍‌ ଏକ୍ସଚେଞ୍ଜର ସୁଚକାଙ୍କ ଅନୁଯାୟୀ ସେନ୍‌ସେକ୍ସ ୨୮୨ ଅଙ୍କ ବୃଦ୍ଧି ପାଇ ୪୯,୪୪୧ରେ ଖୋଲିଥିଲା । କାରବାର କିଛି ସମୟ ପରେ ସେନସେକ୍ସ ଲାଲ ସଙ୍କେତକୁ ଖସିଆସିଥିଲା । ସକାଳ ୯ଟା ୨୦ ସୁଦ୍ଧା ସେନସେକ୍ସ ୨୨୩ ଅଙ୍କ ହ୍ରାସ ପାଇ ୪୮,୯୩୬.୩୫ରେ ପହଞ୍ଚିଯାଇଥିଲା । କାରବାର ସମୟରେ ଦିନ ୯ଟା ୪୦ ସୁଦ୍ଧା ସେନସେକ୍ସ ୩୯୯ ଅଙ୍କ ବୃଦ୍ଧି ପାଇ ୪୯,୫୫୮.୭୭ରେ ପହଞ୍ଚିଯାଇଥିଲା ।

ସେହିଭଳି ନେସନାଲ ଷ୍ଟକ୍‌ ଏକ୍ସଚେଞ୍ଜର ନିଫ୍ଟି ୧୦୦ ଅଙ୍କ ବୃଦ୍ଧି ପାଇ ୧୪,୭୩୭ରେ ଖୋଲିଥିଲା । ସକାଳ ୯ଟା ୨୦ ସୁଦ୍ଧା ନିଫ୍ଟି ୬୪ ଅଙ୍କ ହ୍ରାସ ପାଇ ୧୪,୫୭୩.୯୦ରେ ପହଞ୍ଚିଯାଇଥିଲା । କାରବାର ସମୟରେ ଦିନ ୯ଟା ୪୦ ସୁଦ୍ଧା ନିଫ୍ଟି ୧୨୦ ଅଙ୍କ ବୃଦ୍ଧି ପାଇ ୧୪,୭୫୭.୭୫ରେ ପହଞ୍ଚିଯାଇଥିଲା ।

ଆମେରିକାରେ କାରବାର ଭଲ ରହିଛି କିନ୍ତୁ ଭାରତରେ କରୋନା ସଂକ୍ରମଣ ବୃଦ୍ଧି ଚିନ୍ତାର କାରଣ ପାଲଟିଛି । ଯାହାର ସିଧା ସଳଖ ପ୍ରଭାବ ସେୟାର ବଜାର ଉପରେ ପଡିଛି । ଏନ୍‌ଏସ୍‌ଇରେ କାରବାର ଆରମ୍ଭରୁ ୮୨୨ ସେୟାରରେ ବୃଦ୍ଧି ଏବଂ ୩୧୫ ସେୟାରରେ ହ୍ରାସ କରିଲକ୍ଷିତ ହୋଇଛି । ସେହିଭଳି ଆମେରିକାର ଡଲାର ତୁଳନାରେ ଭାରତୀୟ ମୁଦ୍ରା ମଜବୁତ ହୋଇଛି । ମଙ୍ଗଳବାର ଡଲାର ତୁଳନାରେ ଟଙ୍କା ୬ ପଇସା ବୃଦ୍ଧି ପାଇ ୭୩.୨୪ରେ ଖୋଲିଥିଲା ।

କାରବାରର ପ୍ରଥମ ଦିନ​‌ ଅର୍ଥାତ ସୋମବାର ବମ୍ବେ ଷ୍ଟକ୍‌ ଏକ୍ସଚେଞ୍ଜର ସେନସେକ୍ସ ମାତ୍ର ୯ ଅଙ୍କ ହ୍ରାସ ପାଇ ୫୦,୦୨୦ରେ ଖୋଲିଥିଲା । କିନ୍ତୁ କାରବାର ସମୟରେ ଦିନ ୧୦.୨୦ରେ ବିଏସଇ ସେନସେକ୍ସ ୧୩୯୧ ଅଙ୍କ ହ୍ରାସ ପାଇ ୪୮,୬୩୮କୁ ଖସିଆସିଥିଲା ।

ସେହିଭଳି ନେସନାଲ ଷ୍ଟକ୍‌ ଏକ୍ସଚେଞ୍ଜର ନିଫ୍ଟି କାରବାର ଆରମ୍ଭରୁ ୩୦ ଅଙ୍କ ହ୍ରାସ ପାଇ ୧୪,୮୩୭.୭୦ରେ ଖୋଲିଥିଲା । ତେବେ କାରବାର ସମୟରେ ଏନ୍‌ଏସ୍‌ଇ ନିଫ୍ଟି ପ୍ରାୟ ୩୮୮ ଅଙ୍କ ହ୍ରାସ ପାଇ ୧୪,୪୭୯.୩୦କୁ ଖସିଆସିଥିଲା । କେବଳ ଆଇଟି ସେକ୍ଟରକୁ ଛାଡି ବାକି ସମସ୍ତ ସେକ୍ଟରଗୁଡିକର ସୁଚକାଙ୍କ ଲାଲ ସଙ୍କେତରେ ରହିଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.