ସେୟାର ବଜାରରେ ଉତ୍ସାହ : ସେନସେକ୍ସ ୫୮୦ ଅଙ୍କ ବୃଦ୍ଧି, ନିଫ୍ଟି ୧୫ ହଜାର ପାର୍

Published By : Prameya-News7 Bureau | March 08, 2021 IST

ନୂଆଦିଲ୍ଲୀ ୦୮/୦୩ : ସପ୍ତାହର ପ୍ରଥମ କାରବାର ଦିନରେ ସେୟାର ବଜାରରେ ଉତ୍ସାହ ଦେଖିବାକୁ ମିଳିଛି । ସୋମବାର କାରବାର ଆରମ୍ଭରୁ ବମ୍ବେ ଷ୍ଟକ୍‌ ଏକ୍ସଚେଞ୍ଜର ସେନସେକ୍ସ ୨୪୯ ଅଙ୍କ ବୃଦ୍ଧି ପାଇ ୫୦,୬୫୪.୦୨ରେ ଖୋଲିଥିଲା । ଦିନ ୧୦ ଟା ସୁଦ୍ଧା ସେନସେକ୍ସ ପ୍ରାୟ ୫୮୦ ଅଙ୍କ ବୃଦ୍ଧି ପାଇ ୫୦,୯୮୫.୭୭ରେ ପହଞ୍ଚିଯାଇଥିଲା ।

ସେହିଭଳି ନେସନାଲ ଷ୍ଟକ୍‌ ଏକ୍ସଚେଞ୍ଜର ନିଫ୍ଟି ୬୪ ଅଙ୍କ ବୃଦ୍ଧି ପାଇ ୧୫,୦୦୨.୪୫ରେ ଖୋଲିଥିଲା । କ୍ରମେ ନିଫ୍ଟି ବୃଦ୍ଧି ପାଇ ୧୫,୧୧୧.୧୫ରେ ପହଞ୍ଚିଯାଇଥିଲା । ନିଫ୍ଟି ପିଏସୟୁ ବ୍ୟାଙ୍କ୍‌ରେ ୩ ପ୍ରତିଶତ ବୃଦ୍ଧି ପାଇଛି । ଗେଲ, ONGC, UPL, ଆକ୍ସିସ୍‌ ବ୍ୟାଙ୍କ୍ ଏବଂ ଇଣ୍ଡିଆନ ବ୍ୟାଙ୍କର ନିଫ୍ଟି ବୃଦ୍ଧି ପାଇଛି ।

ଆଦାନୀ ପୋର୍ଟସ୍‌ ଆଣ୍ଡ ସ୍ପେଶାଲ ଇକୋନୋମିକ୍‌ (APSEZ)ର ସେୟାର ଅହେତୁକ ଭାବେ ବୃଦ୍ଧି ପାଇଛି । ଗତ ୫୨ ସପ୍ତାହ ମଧ୍ୟରେ ଏହାର ସେୟାର ସର୍ବାଧିକ ୭୬୮.୪୦ ଟଙ୍କାରେ ପହଞ୍ଚିଯାଇଛି । ସୋମବାର ଡଲାର ତୁଳନାରେ ଭାରତୀୟ ମୁଦ୍ରାର ମୂଲ୍ୟ ୧୬ ପଇସା ହ୍ରାସ ପାଇଛି । ଟଙ୍କା ତୁଳନାରେ ଡଲାରର ମୂଲ୍ୟ ସୋମବାର ୭୩.୧୮ ଟଙ୍କା ରହିଛି । ଶୁକ୍ରବାର ଡଲାର ତୁଳନାରେ ଟଙ୍କାର ମୂଲ୍ୟ ୭୩.୦୨ ଟଙ୍କାରେ ବନ୍ଦ ହୋଇଥିଲା ।

ସପ୍ତାହର ଶେଷ କାରବାର ଦିନ ଅର୍ଥାତ ଶୁକ୍ରବାର ଭାରତୀୟ ସେୟାର ବଜାର ଲାଲ ସଙ୍କେତରେ ବନ୍ଦ ହୋଇଥିଲା । କାରବାର ଶେଷ ବେଳକୁ ସେନସେକ୍ସ ୪୪୦.୭୬ ଅଙ୍କ ହ୍ରାସ ପାଇ ୫୦,୪୦୫.୩୨ରେ ବନ୍ଦ ହୋଇଥିଲା । ସେହିଭଳି ନେସନାଲ ଷ୍ଟକ୍‌ ଏକ୍ସଚେଞ୍ଜର ନିଫ୍ଟି ୧୪୨ ଅଙ୍କ ହ୍ରାସ ପାଇ ୧୪,୯୩୮.୧୦ରେ ବନ୍ଦ ହୋଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.