ସେୟାର ବଜାରରେ ଉତ୍ସାହ : ସେନସେକ୍ସ ୫୧ ହଜାର ପାର୍, ନିଫ୍ଟି କାରବାର ବୃଦ୍ଧି
25/02/2021 at 3:35 PM

ନୂଆଦିଲ୍ଲୀ ୨୫/୦୨ : ସେୟାର ବଜାରରେ ଗୁରୁବାର କାରବାର ଉତ୍ସାହଜନକ ରହିଛି । କାରବାର ଆରମ୍ଭରୁ ସେନସେକ୍ସ ୪୨୬ ଅଙ୍କ ବୃଦ୍ଧି ପାଇ ୫୧,୨୦୭.୬୧ରେ ଖୋଲିଥିଲା । କାରବାରର କିଛି ସମୟ ପରେ ସେନସେକ୍ସ ପୁନଶ୍ଚ ୬୦୫ ଅଙ୍କକୁ ବୃଦ୍ଧିପାଇ ୫୧,୩୮୬.୧୨ରେ ପହଞ୍ଚିଥିଲା ।
ସେହିଭଳି ନେସନାଲ ଷ୍ଟକ୍ଏକ୍ସଚେଞ୍ଜ୍ର ନିଫ୍ଟି ୮୦ ଅଙ୍କ ବୃଦ୍ଧିପାଇ ୧୫,୦୭୯.୮୫ରେ ଖୋଲିଥିଲା । କାରବାର ସମୟରେ ୧୮୮ ଅଙ୍କ ବୃଦ୍ଧିପାଇ ୧୫,୧୭୦.୮୫ରେ ପହଞ୍ଚିଯାଇଥିଲା । ଏନ୍ଏସ୍ଇର ପ୍ରାୟ ୧୦୦୦ ସେୟାରରେ ବୃଦ୍ଧି ଏବଂ ୨୦୩ ସେୟାରରେ ହ୍ରାସ ପରିଲକ୍ଷିତ ହୋଇଛି । ସମସ୍ତ ସେକ୍ଟର ସବୁଜ ସଙ୍କେତରେ ଥିବା ଦେଖିବାକୁ ମିଳିଛି । ଫାର୍ମା ଏବଂ ପିଏସୟୁ ସେୟାରଗୁଡିକରେ ଅଭିବୃଦ୍ଧି ଦେଖିବାକୁ ମିଳିଛି । ପିଏସ୍ୟୁ ବ୍ୟାଙ୍କ, ଆଇଟି, ମେଟାଲ ସୁଚକାଙ୍କରେ ୧ରୁ ୨ ପ୍ରତିଶତ ବୃଦ୍ଧି ଦେଖିବାକୁ ମିଳିଛି ।
ଟଙ୍କାର ମୂଲ୍ୟ ଗୁରୁବାର ୭୨.୩୦ ଟଙ୍କା ରହିଛି । ବୁଧବାର ଡଲାର ତୁଳନାରେ ଟଙ୍କାର ମୂଲ୍ୟ ୭୨.୩୨ ଟଙ୍କାରେ ବନ୍ଦ ହୋଇଥିଲା । ବୁଧବାର ସେୟାର ବଜାରରେ ଉତ୍ଥାନ ପତ୍ତନ ଲାଗିରହିଥିଲା । କାରବାର ଶେଷ ବେଳକୁ ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜର ସେନସେକ୍ସ ୧୦୩୦ ଅଙ୍କ ବୃଦ୍ଧି ପାଇ ୫୦,୭୮୧.୬୯ରେ ବନ୍ଦ ହୋଇଥିଲା । ସେହିଭଳି ନିଫ୍ଟି ୨୭୪.୨୦ ଅଙ୍କ ବୃଦ୍ଧି ପାଇ ୧୪,୯୮୨ରେ ବନ୍ଦ ହୋଇଥିଲା ।