Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୪ କ୍ବିଣ୍ଟାଲ ୬୦ କେଜି ଚନ୍ଦନ କାଠ ଜବତ: ଆନୁମାନିକ ମୂଲ୍ୟ ୭୦ ଲକ୍ଷ ଟଙ୍କାରୁ ଅଧିକ
  • ||
  • ଜଳେଶ୍ବର: ବିଶାଖା ଏଗ୍ରୋ ସୋରୁମ୍ ଆଗରେ ଚାଷୀମାନଙ୍କ ପକ୍ଷରୁ ଆମରଣ ଅନଶନ
  • ||
  • ଅପରାହ୍ନରେ ସ୍ଥଳଭାଗ ଛୁଇଁବ ‘ବୁରେଭି’ : କେରଳ-ତାମିଲନାଡୁର କିଛି ଜିଲ୍ଲାରେ ଛୁଟି ଘୋଷଣା, ବିମାନବନ୍ଦର ବନ୍ଦ
  • ||
  • ଜଗତପୁର : ଧାନ କଟାଳୀଙ୍କୁ ଶୁଣ୍ଢରେ କଚାଡି ମାରିଲା ହାତୀ
  • ||
  • ବାଲେଶ୍ବର ଓ ମୟୁରଭଞ୍ଜରେ ମୃଦୁ ଭୂକମ୍ପ ଝଟ୍‌କା ଅନୁଭୂତ
  • ||
  • ଆଜି ପ୍ରଥମ ଟି୨୦ : ଅଷ୍ଟ୍ରେଲିଆକୁ କଡା ଟକ୍କର ଦେବ ଭାରତ, ଓ୍ୱାର୍ଣ୍ଣରଙ୍କ ଅନୁପସ୍ଥିତିର ଫାଇଦା ନେବ ବିରାଟ ବାହିନୀ
  • ||
  • ଜି.ଉଦୟଗିରି : ନାବାଳିକା ଝିଅକୁ ଦୁଷ୍କର୍ମ ଅଭିଯୋଗ, ଅଭିଯୁକ୍ତକୁ ଗିରଫ କଲା ପୋଲିସ
  • ||
  • ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର: ପ୍ରାଥମିକ ତଦନ୍ତରୁ ହତ୍ୟା ସନ୍ଦେହ
  • ||
  • ପୋଲିସ୍‌ ଏବଂ ଜୁଆ ଆଡ୍ଡା ମାଲିକଙ୍କ କଥାବାର୍ତ୍ତାର ଅଡିଓ କଲ ଭାଇରାଲ
  • ||
  • ହାଇଦ୍ରାବାଦ ମ୍ୟୁନିସିପାଲ କର୍ପୋରେସନ ନିର୍ବାଚନ : ଏବେସୁଦ୍ଧା ଆଗରେ ବିଜେପି, ପଛରେ ଟିଆରଏସ ଓ ଏଆଇଏମଆଇଏମ
  • ||

ଏଟିଏମର୍ ପିନ୍ ଓଲଟା ଦେଲେ ଆସିବନି ପୋଲିସ

28/04/2019 at 3:38 PM

ନୂଆଦିଲ୍ଲୀ ୨୮।୪ :  ଆଜିକାଲି ସୋସାଲ ମିଡିଆରେ ଏକ ପୋଷ୍ଟ ଭାଇରାଲ ହେଉଥିବା ଦେଖାଯାଉଛି। ଯେଉଁଥିରେ ଏଟିଏମରୁ ଟଙ୍କା ଉଠାଣବେଳେ ଯଦି ପିନ୍ ନମ୍ବର ଓଲଟା ଦିଆଯାଏ ତେବେ ଏଟିଏମ ମେଶିନ ଉପଭୋକ୍ତାଙ୍କ ପ୍ରତି ବିପଦ ଆଶଙ୍କା କରି ନିକଟସ୍ଥ ପୋଲିସ ଷ୍ଟେସନକୁ ସୂଚିତ କରିଦିଏ ବୋଲି ଉଲ୍ଲେଖ ରହିଛି । ତେବେ ଏମିତି କିଛି ସତ୍ୟତା ନାହିଁ ବୋଲି ଜଣାପଡିଛି ।

ଆଜିକାଲି ସୋସାଲ ମିଡିଆରେ ଏପରି ଏକ ପୋଷ୍ଟ ଭାଇରାଲ ହେଉଛି । ଯେଉଁଥିରେ ଯଦି କେହି ଆପଣଙ୍କୁ ଧମକାଇ ଏଟିଏମରୁ ଟଙ୍କା କାଢିବାକୁ କହୁଛି ତେବେ ଏଥିରେ ବିବ୍ରତ ହେବାର କିଛି ନାହିଁ ବୋଲି ଉଲ୍ଲେଖ ରହିଛି । ଧମକାଉଥିବା ଲୋକ କଥାରେ ଏଟିଏମରେ କାର୍ଡ ସ୍ବାପ କରନ୍ତୁ ଓ ନିଜର ପିନ ନମ୍ବର ଓଲଟା ଟାଇପ କରନ୍ତୁ ବୋଲି ପରାମର୍ଶ ଦିଆଯାଇଛି । ଉଦାହରଣ ଭାବେ  ଯଦି ଆପଣଙ୍କ ପିନ ନମ୍ବର ୧୨୩୪ ହୋଇଥାଏ ତେବେ ଆପଣ ୪୩୨୧ ଟାଇପ କରନ୍ତୁ ବୋଲି କୁହାଯାଉଛି । ଏହା ଦ୍ବାରା ଏଟିଏମରୁ ଆପଣ ଆବଶ୍ୟକ କରୁଥିବା ଟଙ୍କା ତ ବାହାରିବ ଏହା ସହ ଆପଣଙ୍କ ପ୍ରତି ବିପଦ ଅନୁମାନ କରି ଏଟିଏମ ମେସିନ ନିକଟସ୍ଥ ଥାନାକୁ ସୂଚିତ କରାଇଦେବ ବୋଲି କୁହାଯାଉଛି । ଫଳରେ ଏଟିଏମରୁ ବାହାରିବା ପୂର୍ବରୁ ଆପଣ ଦୁର୍ବୃତ୍ତକୁ ପୋଲିସରେ ଧରାଇଦେବ ବୋଲି ବାର୍ତ୍ତାରେ ଉଲ୍ଲେଖ ରହିଛି ।

ତେବେ ବ୍ୟାଙ୍କମାନଙ୍କ ଏଟିଏମ ମେସିନ ସହ ଏପରି କୌଣସି ସୁରକ୍ଷା ବ୍ୟବସ୍ଥା ଜଡିତ କରିନଥିବା  ଏଟିଏମ ପରିଚାଳକମାନେ କହିଛନ୍ତି । ସେହିପରି ଏଟିଏମରେ ଗ୍ରାହକଙ୍କ ସୁରକ୍ଷା ପାଇଁ ବ୍ୟାଙ୍କମାନଙ୍କୁ ଆରବିଆଇଙ୍କର ମଧ୍ୟ କୌଣସି ଗାଇଡଲାଇନ ମଧ୍ୟ ନାହିଁ । ଏପରି କରି ଗ୍ରାହକ ନିଜକୁ ଏଟିଏମ ଲୁଟେରାଙ୍କ ଠାରୁ ସୁରକ୍ଷିତ କରିପାରିବେ ନାହିଁ । ତେବେ ସତର୍କତା ଅବଲମ୍ବନ କଲେ ଗ୍ରାହକ ନିଶ୍ଚିତ ବଡଧରଣର ଏଟିଏମ ଠକେଇରୁ  ବର୍ତ୍ତିପାରିବେ ବୋଲି ପରାମର୍ଶ ଦିଆଯାଇଛି ।

   Related Posts