ସମ୍‌ ହସ୍ପିଟାଲ୍‌ରେ ଇଏନ୍‌ଟି ସର୍ଜରୀ ମାଷ୍ଟର କ୍ଲାସ, ଯୋଗ ଦେଲେ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ୨୦୦ଜଣ ସର୍ଜନ ଏବଂ ପିଜି ଛାତ୍ରଛାତ୍ରୀ

Published By : Prameya-News7 Bureau | January 22, 2020 IST

ଭୁବନେଶ୍ୱର ୨୨।୦୧ : କର୍ଣ୍ଣ, ନାସା ଓ ଗଳା (ଇଏନ୍‌ଟି) ରୋଗ ସମ୍ପର୍କରେ ସମ୍‌ ହସ୍ପିଟାଲରେ ଏକ ମାଷ୍ଟର କ୍ଲାସ୍‌ ଅନୁଷ୍ଠିତ ହୋଇଯାଇଛି । ଏହି ଅତ୍ୟାଧୁନିକ ମାଷ୍ଟର କ୍ଲାସ୍‌ରେ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ପ୍ରାୟ ୨୦୦ ଜଣ ଇଏନ୍‌ଟି ସର୍ଜନଙ୍କ ସମେତ ଏମ୍‌ବିବିଏସ୍‌ ଓ ପିଜି ଛାତ୍ରଛାତ୍ରୀ ସାମିଲ ହୋଇଥିଲେ ।

{"id":214483,"sizeSlug":"large"}

ମାଷ୍ଟର କ୍ଲାସ୍‌ରେ ଅତ୍ୟାଧୁନିକ ଜ୍ଞାନ କୌଶଳ ଜରିଆରେ ପ୍ରତିଷ୍ଠିତ ସର୍ଜନମାନେ ଜଟିଳ ରୋଗର ଅସ୍ତ୍ରୋପଚାର କରିଥିଲେ । ତ୍ରିଚିରୁ ଆସିଥିବା ବିଶ୍ୱପ୍ରସିଦ୍ଧ ସ୍କଲ ବେସ୍‌ ସର୍ଜନ୍‌ ଡା. ଟି. ଏନ୍‌. ଜାନକିରାମ, ବେଙ୍ଗାଲୁରୁରୁ ଆସିଥିବା ଏଣ୍ଡୋସ୍କୋପିକ୍‌ ସାଇନ୍ସ ସର୍ଜନ ଡା.ଦୀପକ ହଲଦୀପୁର ଓ ମୁମ୍ବାଇରୁ ଆସିଥିବା ରାଇନୋପ୍ଲାଷ୍ଟି ସର୍ଜନ ଡା. କ୍ଷୀତିଶ ପାଟିଲ୍‌ କେତେକ ଜଟିଳ ଅସ୍ତ୍ରୋପଚାର କରିବା ସହ ସର୍ଜିକାଲ୍‌ ଜ୍ଞାନ କୌଶଳ ସମ୍ପର୍କରେ ଛାତ୍ରଛାତ୍ରୀଙ୍କ ମନରେ ଥିବା ପ୍ରଶ୍ନର ସମାଧାନ କରିଥିଲେ । କାର୍ଯ୍ୟକ୍ରମକୁ ଆଇଏମ୍‌ଏସ୍‌ ଆଣ୍ଡ ସମ୍‌ ହସ୍ପିଟାଲ୍‌ର ଆଡଭାନ୍‌ସଡ ମୋଡୁଲାର୍‌ ଓଟି ଓ ଅଡିଟୋରିୟମ୍‌ରେ ଫାଇଭ୍‌ କେ ଟେକେ୍‌ନାଲୋଜି ମାଧ୍ୟମରେ ସିଧାସଳଖ ପ୍ରଦର୍ଶନ କରାଯାଇଥିଲା । ବିଭିନ୍ନ ୱେବ୍‌ ଲିଙ୍କ୍‌ ଜରିଆରେ ଦେଶର ପ୍ରାୟ ୫୦୦୦ ଇଏନ୍‌ଟି ସର୍ଜନ ଏହା ଦେଖିଥିଲେ ।

ଆଇଏମ୍‌ଏସ୍‌ ଆଣ୍ଡ ସମ୍‌ ହସ୍ପିଟାଲ୍‌ର ଇଏନ୍‌ଟି ବିଭାଗ ଦ୍ୱାରା ଆୟୋଜିତ ଏହି କର୍ମଶାଳାରେ ଆନାସ୍ଥେସିଆ ବିଭାଗ ପକ୍ଷରୁ ସହଯୋଗ କରାଯାଇଥିଲା । ସମ୍‌ ହସ୍ପିଟାଲ୍‌ର ସମସ୍ତ ଇଏନ୍‌ଟି ସର୍ଜନ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ । କାର୍ଯ୍ୟକ୍ରମର ମୁଖ୍ୟ ସଂଯୋଜକ ଥିଲେ ଇଏନ୍‌ଟି ବିଭାଗର ମୁଖ୍ୟ ପ୍ରଫେସର ସନ୍ତୋଷ କୁମାର ସ୍ୱାଇଁ । ଆନାସ୍ଥେସିଷ୍ଟ ଡା. ଶାଶ୍ୱତ ପଟ୍ଟନାୟକ, ଡା ଆଲୋକ ଦାସ, ଡା. ସୌମ୍ୟରଞ୍ଜନ ଦାସ, ଡା. ଏସ୍‌.କେ ପାଣି, ଡା. ବୁଲୁ ନାହକ, ଡା. ଲୋକନାଥ ଓ ଡା. ପ୍ରସନ୍‌ଜିତ ମଧ୍ୟ ସହଯୋଗ କରିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.