Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଜି କୁମାର ପୂର୍ଣ୍ଣିମା : ମା’ ବୃନ୍ଦାବତୀଙ୍କ ନିକଟରେ ଆଞ୍ଜୁଳି ଟେକିଲେ କୁମାରୀ
  • ||
  • ପୁରୀ : ଦାଦାବଟିକୁ କେନ୍ଦ୍ରକରି ମହିଳାଙ୍କୁ ଗୁଳିମାଡ଼, ପୂର୍ବରୁ ମିଳିଥିଲା ଧମକ
  • ||
  • ଜଗତସିଂହପୁର : କେନାଲର ଭାସୁଛି ଏକ ଗଳିତ ମୃତଦେହ, ୩ ଅଭିଯୁକ୍ତ ଅଟକ
  • ||

ବିଦେଶୀ ଖେଳାଳୀଙ୍କୁ ସୁରକ୍ଷିତ ଭାବେ ଘରେ ପହଞ୍ଚାଇବ BCCI, ଏ ନେଇ ସମସ୍ତ ବ୍ୟବସ୍ଥା କରାଯିବ

27/04/2021 at 8:10 PM

ନୂଆଦିଲ୍ଲୀ ୨୭/୦୪ : ଭାରତୀୟ କ୍ରିକେଟ୍‌ କଣ୍ଟ୍ରୋଲ୍‌ ବୋର୍ଡ (ବିସିସିଆଇ) ମଙ୍ଗଳବାର କହିଛି ଯେ, IPLରେ ଭାଗ ନେଇଥିବା ଖେଳାଳୀମାନଙ୍କୁ ଟୁର୍ଣ୍ଣାମେଣ୍ଟ ଶେଷ ହେବାପରେ ସୁରକ୍ଷିତ ଭାବେ ନିଜ ନିଜ ଦେଶରେ ପହଞ୍ଚାଇବ । ଏ ନେଇ BCCI ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯିବ ।

ଭାରତରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ ଏହା ପୂର୍ବ ୩ ଜଣ ଅ​‌େ​‌ଷ୍ଟ୍ରଲିଆ କ୍ରିକେଟର ଆଇପିଏଲ ଅଧାରୁ ସ୍ବଦେଶ ପ୍ରତ୍ୟାବର୍ତ୍ତନ କରିସାରିଲେଣି । ରାଜସ୍ଥାନ ରୟାଲସର ଆଣ୍ଡ୍ୟୁ ଟାଇ, ଆରସିବିର କେନ୍ ରିଚାର୍ଡସନ୍‌ ଏବଂ ଆଡାମ ଜାମ୍ପା ଆଇପିଏଲ ଛାଡି ନିଜ ଦେଶକୁ ଫେରିଯାଇଛନ୍ତି । ବିଦେଶୀ ଖେଳାଳୀମାନେ ଟୁର୍ଣ୍ଣାମେଣ୍ଟ ଅଧାରୁ ଫେରିଯିବ ବିସିସିଆଇ ତଥା ଆଇପିଏଲ ଫ୍ରାଞ୍ଚାଇଜଗୁଡିକର ଚିନ୍ତା ବଢାଇଦେଇଛି । ଏହାରି ମଧ୍ୟରେ ଖେଳାଳୀମାନଙ୍କର ବିଦେଶ ଫେରିବା ନେଇ ସମସ୍ତ ଆୟୋଜନ କରିବାକୁ ଘୋଷଣା କରିଛି  BCCI ।

ଏ ନେଇ ବିସିସିଆଇ COO ହେମାଙ୍ଗ ଅମୀନ ଖେଳାଳୀମାନଙ୍କୁ ସମ୍ବୋଧନ ପତ୍ରରେ କହିଛନ୍ତି, ‘ଆପଣମାନଙ୍କ ସ୍ବଦେଶ ଫେରିବା ଦାୟିତ୍ବ ଆମର । ସେଥିପାଇଁ ଚିନ୍ତାକରିବାର ଆବଶ୍ୟକତା ନାହିଁ । ବିନା କୌଣସି ସମସ୍ୟାରେ ଟୁର୍ଣ୍ଣାମେଣ୍ଟ ଶେଷ ହେବାପରେ ସମସ୍ତ ବ୍ୟବସ୍ଥା କରାଯିବ ।’

   Related Posts