Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୭କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୯୧ କରୋନା ସଂକ୍ରମିତ, ୧୦୪୮୬୮୩ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୬୨୧ ମୃତ
  • ||
  • ମଝି ସମୁଦ୍ରରେ ଦୁର୍ଘଟଣା, ଧକ୍କା ହେଲା ୨ ଜାହାଜ
  • ||
  • ବାତ୍ୟାର ରୂପ ନେବ ଲଘୁଚାପ ! ଅନୁମାନ ଲଗାଇଲାଣି ଆଇଏମଡି, ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ବାଘ ଗଣନା ବେଳେ ମିଳିଲା ମୃତଦେହ, ହତ୍ୟା ନା ଆତ୍ମହତ୍ୟା !
  • ||
  • ଶୀତ ଅଧିବେଶନ ପୂର୍ବରୁ ରବିବାର ସର୍ବଦଳୀୟ ବୈଠକ, ବିରୋଧିଙ୍କ ସହ କଥା ହେବେ ପ୍ରଧାନମନ୍ତ୍ରୀ
  • ||

ଆଉ ମାଗଣା ନୁହେଁ ଇନଷ୍ଟାଗ୍ରାମ୍ ! ଦେବାକୁ ପଡିବ ଏତେ ଟଙ୍କା…

11/11/2021 at 8:28 AM

ନୂଆଦିଲ୍ଲୀ,୧୧/୧୧: ଇନ୍‌ଷ୍ଟାଗ୍ରାମ୍‌ ବ୍ୟବହାରକାରୀଙ୍କ ପାଇଁ ଖରାପ ଖବର । ଇନ୍‌ଷ୍ଟା ଆକାଉଣ୍ଟ ପରିଚାଳନା ଲାଗି ମାସକୁ ୮୯ ଟଙ୍କା ଦେବାକୁ ପଡ଼ିପାରେ । ତେବେ ଏ ବାବଦରେ ଏହି ସୋସିଆଲ ମିଡିଆ ତରଫରୁ ଔପଚାରିକ ଭାବେ କିଛି ଘୋଷଣା କରାଯାଇ ନାହିଁ ।

ମିଳିଥିବା ଖବର ମୁତାବକ ଇନ୍‌ଷ୍ଟାଗ୍ରାମ୍‌ ଏକ ନୂଆ ସବ୍‌ସ୍କ୍ରିପ୍‌ସନ ବୈଶିଷ୍ଟ୍ୟ ଉପରେ କାର୍ଯ୍ୟ କରୁଛି । ଏହା ଅନୁସାରେ କଣ୍ଟେଣ୍ଟ ଆକ୍ସେସ ନିମନ୍ତେ ୟୁଜରମାନଙ୍କୁ ପ୍ରତିମାସ ୮୯ ଟଙ୍କା ଗଣିବାକୁ ପଡ଼ିପାରେ । ଏହାଦ୍ୱାରା ଇନ୍‌ଷ୍ଟା କ୍ରିଏଟର୍ସ ଓ ଇନ୍‌ଫ୍ଲୁଏନ୍‌ସର୍ସଙ୍କୁ ଫାଇଦା ମିଳିବ । ଅନ୍ୟପକ୍ଷରେ ବର୍ତ୍ତମାନର ଇନ୍‌ଷ୍ଟା ଆକାଉଣ୍ଟ କିମ୍ବା ନୂଆ ସବ୍‌ସ୍କ୍ରିପ୍‌ସନ୍‌ ବୈଶିଷ୍ଟ୍ୟ ପାଇଁ ଏହି ଦେୟ ଦେବାକୁ ହେବ, ସେ ବାବଦରେ ସ୍ପଷ୍ଟ ଜଣାପଡ଼ି ନାହିଁ । କିନ୍ତୁ ମାସିକ ୮୯ ଟଙ୍କାରେ ମିଳିବାକୁ ଥିବା ଇନ୍‌ଷ୍ଟାଗ୍ରାମ୍‌ ଆକାଉଣ୍ଟରେ କେତେକ ପରିବର୍ତ୍ତନ ଅଣାଯାଇଥିବା ଟେକ୍‌ କ୍ରଞ୍ଚ୍‌ ପକ୍ଷରୁ ପ୍ରକାଶିତ ଏକ ରିପୋର୍ଟରୁ ଜଣାପଡ଼ିଛି ।

   Related Posts