ରେକର୍ଡ ସ୍ତରରେ ସେନ୍ସେକ୍ସ , ପ୍ରଥମଥର ପାଇଁ ୪୯୦୦୦ ଉପରେ ଖୋଲିଲା
11/01/2021 at 11:19 AM

ମୁମ୍ୱାଇ, ୧୦/୦୧: ସେୟାର ବଜାରରେ ଆଜି କିଣାବିକାର ଆରମ୍ଭ ଉତ୍ସାହର ସହ ହୋଇଛି। ବମ୍ୱେ ଷ୍ଟକ୍ ଏକ୍ସଚେଞ୍ଜ (ବିଏସ୍ଇ)ର ସେନ୍ସେକ୍ସ ପାଖାପାଖି ୩୧୮.୪୫ ଅଙ୍କ ବୃଦ୍ଧି ସହ ୪୯,୧୦୦.୯୬ ପଏଣ୍ଟରେ ଖୋଲିଥିଲା। ସେହିପରି ନେଶ୍ନାଲ ଷ୍ଟକ୍ ଏକ୍ସଚେଞ୍ଜରେ ୮୩.୬୦ ଅଙ୍କ ବୃଦ୍ଧି ପାଇ ୧୪,୪୩୦.୯୦ ପଏଣ୍ଟରେ ଖୋଲିଥିଲା।
ଆଜି ପ୍ରଥମ ଥର ପାଇଁ ସେନ୍ସେକ୍ସ ୪୯,୦୦୦ ଅଙ୍କ ପାର କରି ପୂନର୍ବାର ରେକର୍ଡ କରିଛି । ବିଏସ୍ଇରେ ପାଖାପାଖି ୧,୬୮୯ କମ୍ପାନୀ ଆଜି ସେୟାର ବଜାରରେ ଆରମ୍ଭରୁ କିଣାବିକାରେ ଭାଗ ନେଇଥିଲେ। ଏଥିରେ ପାଖାପାଖି ୧,୨୯୫ଟି କମ୍ପାନୀର ସେୟାର ବୃଦ୍ଧି ଏବଂ ୩୧୦ଟି କମ୍ପାନୀର ସେୟାରରେ ହ୍ରାସ ସହ ଆରମ୍ଭ ହୋଇଛି। ସେହିପରି ୮୪ଟି କମ୍ପାନୀର ସେୟାର ବିନା କୌଣସି କ୍ଷତିରେ ଆରମ୍ଭ ହୋଇଛି।
ୱିପ୍ରୋର ସେୟାର ପାଖାପାଖି ୧୦ଟଙ୍କାର ବୃଦ୍ଧି ସହ ୪,୪୦.୬୫ ଟଙ୍କାରେ ଖୋଲିଛି। ଇନ୍ଫୋସିସ୍ର ସେୟାର ୩୨ ଟଙ୍କାର ବୃଦ୍ଧି ସହ ୧,୩୪୪.୩୦ ଟଙ୍କାରେ ଖୋଲିଛି। ତେବେ ଏଚ୍ସିଏଲ୍ ଟେକ୍ରେ ସେୟାର ୧୮ ଟଙ୍କାର ବୃଦ୍ଧି ସହ ୧,୦୧୨.୨୫ ଟଙ୍କାରେ ଖୋଲିଥିବା ବେଳେ ଟାଟା ଷ୍ଟିଲ୍ର ସେୟାରରେ ୧୧ଟଙ୍କା ହ୍ରାସ ସହ ୭୦୨.୭୫ ଟଙ୍କାରେ ଖୋଲିଛି। ସେହିପରି ଆକ୍ସିସ୍ ବ୍ୟାଙ୍କର ସେୟାରରେ ୫ ଟଙ୍କାର ହ୍ରାସ ଘଟି ୬୬୮.୨୦ ଟଙ୍କାରେ ଏବଂ କୋଟାକ୍ ମହିନ୍ଦ୍ରାର ସେୟାରରେ ୧୨ ଟଙ୍କାର ହ୍ରାସ ଘଟି ୧,୯୫୯.୦୦ ଟଙ୍କାରେ ଆଜିର ସେୟାର ବଜାର ଆରମ୍ଭ ହୋଇଛି।