ଘାଟି ତଳକୁ ଖସିଲା କାର: ୩ ମୃତ, ୨ ଗୁରୁତର

Published By : Prameya-News7 Bureau | May 15, 2020 IST

ଡେରାଡୁନ, ୧୫|୦୫ : ଉତ୍ତରାଖଣ୍ଡରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ଟନକପୁର-ଚମ୍ପାବତ ଜାତୀୟ ରାଜପଥରେ ଅବସ୍ଥିତ ସୁଖିଢାକ ଅଞ୍ଚଳରେ ଏକ ଇନୋଭା କାର ଘାଟି ତଳକୁ ଖସିପଡିଛି । ଏଥିରେ ୩ଜଣ ପ୍ରାଣ ହରାଇଥିବା ବେଳେ ୨ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି ।

ସୂଚନାନୁସାରେ, ଦିଲ୍ଲୀରୁ ପୈଥରାଗଡ ଅଭିମୁଖେ ଏକ କାରରେ କିଛି ଯାତ୍ରୀ ଯାଉଥିଲେ । ତେବେ ସୁଖିଢାକରେ ହଠାତ ଡ୍ରାଇଭରଜଣଙ୍କ ନିୟନ୍ତ୍ରଣ ହରାଇଥିଲେ । ଫଳରେ କାରଟି ଘାଟି ତଳକୁ ଖସି ପଡିଥିଲା । ଘଟଣାସ୍ଥଳରେ ହିଁ ୨ଜଣ ପ୍ରାଣ ହରାଇଥିଲେ । ଏହାସହ ଆଉ ଜଣେ ମେଡିକାଲରେ ପ୍ରାଣ ହରାଇଛନ୍ତି ।   

ଖବର ପାଇ ପୋଲିସ ଓ ଦମକଳ ବାହିନୀ ଘଟଣାସ୍ଥଳରେ ପହଁଚିଥିଲେ । ସେମାନେ ୩ ଗୁରୁତରଙ୍କୁ ଟନକପୁର ହସ୍ପିଟାଲରେ ଭର୍ତ୍ତି କରିଥିଲେ । ଏବେସୁଦ୍ଧା କେବଳ ଜଣେ ମୃତକଙ୍କ ପରିଚୟ ମିଳିଛି । ଅନ୍ୟମାନଙ୍କ ପରିଚୟ ବାବଦରେ ଅନୁସନ୍ଧାନ ଚାଲିଥିବା ଜଣେ ବରିଷ୍ଠ ପୋଲିସ ଅଧିକାରୀ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.