ଭାରତରେ ୫.୫ ଲକ୍ଷ ବିକ୍ରି ଅତିକ୍ରମ କଲା ନେକ୍ସଟ ଜେନ୍ ଏର୍ଟିଗା

Published By : Prameya-News7 Bureau | November 18, 2020 IST

ଭୁବନେଶ୍ୱର ୧୮।୧୨ : ମାରୁତି ସୁଜୁକିର ଦମଦାର ଡିଜାଇନ୍‌, ଶୈଳୀ ଏବଂ ପ୍ରଯୁକ୍ତି ଆଧୁନିକ ଦକ୍ଷତାର ପ୍ରମାଣ ହେଉଛି ଏର୍ଟିଗା । ଅତ୍ୟାଧୁନିକ ଷ୍ଟାଇଲ୍‌, ଆରାମ ଏବଂ ବିଭିନ୍ନ ପ୍ରକାର ପ୍ରଯୁକ୍ତିରେ ସୁସଜ୍ଜିତ ମାରୁତି ସୁଜୁକିର ନେକ୍ସଟ୍ ଜେନ୍ ଏର୍ଟିଗା  ଭାରତର ଲକ୍ଷ ଲକ୍ଷ ଗ୍ରାହକଙ୍କ ହୃଦୟ ଜିତିଛି । ଏହି ଗାଡିଟି ଦେଶର ଏକ ନମ୍ବର ବିକ୍ରି ହେଉଥିବା ଏମ୍‌ପିଭିରେ ପରିଣତ ହୋଇଛି । ୫.୫ ଲକ୍ଷରୁ ଅଧିକ ଗ୍ରାହକଙ୍କୁ ନେଇ ବିଗତ ଦୁଇ ବର୍ଷରେ ଏହା ବଜାରରେ ଅଗ୍ରଣୀ ସ୍ଥାନ ବଜାୟ ରଖିଛି । ଏମ୍‌ପିଭି କ୍ଷେତ୍ରରେ ଏର୍ଟିଗାର ଦୃଢ଼ ସ୍ଥିତି ରହିଛି । ସେହିପରି ୨୦୨୦-୨୧ ଆର୍ଥିକ ବର୍ଷର ସେପ୍ଟେମ୍ବର ୨୦ ସୁଦ୍ଧା ଏହାର ବଜାର ଅଂଶ ୪୭% ପାଖାପାଖି ରହିଛି ।

ଏହାର ସଫଳତା ସମ୍ପର୍କରେ ମାରୁତି ସୁଜୁକି ଇଣ୍ଡିଆ ଲିମିଟେଡ୍‌ର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ (ମାର୍କେଟିଂ ଓ ବିକ୍ରି) ଶ୍ରୀଯୁକ୍ତ ଶଶାଙ୍କ ଶ୍ରୀବାସ୍ତବ କହିଛନ୍ତି ଯେ, “ଭାରତର ପ୍ରଥମ କମ୍ପାକ୍ଟ ଏମ୍‌ପିଭି ଭାବେ ଏର୍ଟିଗା ନବସୃଜନର ଏକ ପରମ୍ପରା ଗଠନ କରିଛି । ୫.୫ ଲକ୍ଷ ବିକ୍ରିର ଉଲ୍ଲେଖନୀୟ ମାଇଲଖୁଂଟ ହେଉଛି ଏହାର ସଫଳତାର ପ୍ରତିଫଳନ ।’’

୨୦୧୨ ଏପ୍ରିଲ୍‌ରେ ଉନ୍ମୋଚନ ହୋଇଥିବା ଏର୍ଟିଗା ଏକ ସମ୍ପୂର୍ଣ୍ଣ ନୂଆ ପ୍ରକାରର ମଲ୍‌ଟି ୟୁଟିଲିଟି ବର୍ଗ ସୃଷ୍ଟି କରିଥିଲା । ଶକ୍ତିଶାଳୀ ୧.୫ ଲିଟର କେ ସିରିଜ୍ ଇଞ୍ଜିନର ଶକ୍ତି ସହିତ ସ୍ମାର୍ଟ ହାଇବ୍ରିଡ୍ ଏବଂ ଏଟି ପ୍ରଯୁକ୍ତିକୁ ନେଇ ଏହା ଆରାମଦାୟକ ପ୍ରଦାନକାରୀ ଗାଡ଼ିଚାଳନା ଅନୁଭୂତି ପ୍ରଦାନ କରୁଛି । କମ୍ପାନୀ ନିଜର ଏହି ବିଜୟ ଧାରାକୁ ଆଗକୁ ବଢ଼ାଇ ରଖିବା ପାଇଁ ମାରୁତି ସୁଜୁକି ଏର୍ଟିଗା ହେଉଛି ଏକମାତ୍ର ଏମ୍‌ପିଭି ଯାହା ଫ୍ୟାକ୍ଟ୍ରିରୁ ଫିଟ୍ ହୋଇ ଏସ୍‌-ସିଏନ୍‌ଜି ପ୍ରଯୁକ୍ତି ସହ ବଜାରକୁ ଆସୁଛି ।

ସେହିଭଳି ଏଥିରେ କ୍ରୋମ୍ ଷ୍ଟଡେଡ୍ ସାମ୍ନା ଗ୍ରିଲ୍‌, ପ୍ରୋଜେକ୍ଟର ହେଡ୍ ଲ୍ୟାମ୍ପ୍ ଏବଂ ୩ଡି ଟେଲ୍ ଲ୍ୟାମ୍ପ୍‌, ଷ୍ଟିୟରିଂ ମାଉଂଟେଡ୍ ଅଡିଓ ଏବଂ କଲିଂ କଂଟ୍ରୋଲ୍‌, ଏୟାର କୁଲଡ୍ କପ୍ ହୋଲ୍‌ଡର୍‌, ଅଟୋ କ୍ଲାଇମେଂଟ୍ କଂଟ୍ରୋଲ୍ ଏବଂ ପ୍ରତି ଧାଡ଼ି ପାଇଁ ଚାର୍ଜିଂ ସକେଟ୍ ଷ୍ଟାଇଲ୍ ସହିତ ଅତ୍ୟାଧୁନିକ ସୁବିଧା ରହିଛି। ଏଥିରେ ଡୁଆଲ୍ ଏୟାରବ୍ୟାଗ୍‌, ହିଲ୍ ହୋଲ୍‌ଡ (କେବଳ ଏଟିରେ), ଏଏସଓଏଫ୍‌ଆଇଏକ୍ସ, ଇଲେକ୍ଟ୍ରୋନିକ୍ ଷ୍ଟାବିଲିଟି ପ୍ରୋଗ୍ରାମ୍ (କେବଳ ଏଟିରେ) ଏବଂ ଏବିଏସ୍ ସହିତ ଇବିଡି ଭଳି ସୁବିଧା ସହିତ ନେକ୍ସଟ୍ ଜେନ୍ ଏର୍ଟିଗାରେ ଶ୍ରେଷ୍ଠ ମାନର ସୁରକ୍ଷା ବ୍ୟବସ୍ଥା ରହିଛି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.