କରୋନା ଆକ୍ରାନ୍ତ ହୋଇଛନ୍ତି Bond girl ଓଲ୍‌ଗା, ବିଶ୍ୱର ସବୁଠୁ ସୁନ୍ଦରୀ ମଡେଲ

Published By : Prameya-News7 Bureau | March 16, 2020 IST

ଇଂଲିଶ ସୁପରମଡେଲ ତଥା ବଣ୍ଡ ଗାର୍ଲ ଓଲଗା କୁରେଲେଙ୍କୋ କରୋନା ଆକ୍ରାନ୍ତ ହୋଇଛନ୍ତି। ଏ ନେଇ ସେ ତାଙ୍କ ସୋସିଆଲ ମିଡିଆ ସାଇଟ୍‌ରେ ସୂଚିତ କରିଥିବା ବେଳେ ଗତ ଏକ ସପ୍ତାହ ହେଲା ସେ ଅସୁସ୍ଥ ଥିବାର ଉଲ୍ଲେଖ କରିଛନ୍ତି। ସେ କରୋନା ପଜେଟିଭ ଜଣାପଡିବା ପରେ ନିଜକୁ ଘରେ ବନ୍ଦ କରି ରଖିଛନ୍ତି। ଏବେ ଜ୍ୱର ଓ ଥକ୍କା ତାଙ୍କର ମୁଖ୍ୟ ଶାରୀରିକ ସମସ୍ୟା ବୋଲି ଓଲଗା ଉଲ୍ଲେଖ କରିଛନ୍ତି।

wp:html
/wp:html

ତେବେ ହଲିଉଡରେ କେବଳ ଓଲଗା ନୁହଁନ୍ତି ତାଙ୍କ ଆଗରୁ ଅଭିନେତା ଟମ୍‌ ହେଙ୍କସ୍‌ ଓ ତାଙ୍କ ପତ୍ନୀ ମଧ୍ୟ କରୋନା ଆକ୍ରାନ୍ତ ହୋଇଥିଲେ। ଅଷ୍ଟ୍ରେଲିଆରେ ସୁଟିଂ ବେଳେ ତାଙ୍କ ପତ୍ନୀ ରିଟା ୱିଲସନ୍ ଅସୁସ୍ଥ ହୋଇପଡିଥିବାର ସେ ଜଣାଇଥିଲେ। ତେବେ ନିଜେ ଆକ୍ରାନ୍ତ ହୋଇଥିବାବେଳେ ଡାକ୍ତର ତାଙ୍କୁ କରୋନା ପଜେଟିଭ ଚିହ୍ନଟ କରିଥିଲେ। ତେବେ ସେମାନେ ଏପର୍ଯ୍ୟନ୍ତ ସୁସ୍ଥ ହୋଇନାହାନ୍ତି ଓ ଆଇସୋଲେସନରେ ଅଛନ୍ତି।

{"id":239245,"sizeSlug":"large"}

୨୦୦୮ ମସିହାରେ ମୁକ୍ତିଲାଭ କରିଥିବା ଜେମସ୍‌ବଣ୍ଡ ସିରିଜିର ‘ଦି କ୍ୱାଣ୍ଟମ ଅଫ ସୋଲେସ୍‌’ରେ ଓଲଗା ନାୟିକା ଥିଲେ। ତେବେ ସେ କିପରି କରୋନା ସଂକ୍ରମିତ ହେଲେ ସେ ସମ୍ପର୍କରେ କିଛି ସୂଚିତ କରିାନାହାନ୍ତି। ତେବେ ଓଲଗା ଜଣେ ୟୁକ୍ରେନୀୟ ମଡେଲ ହୋଇଥିବା ବେଳେ ହଲିଉଡରେ ବେଶ ସଫଳ ହୋଇପାରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.