Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଆଇପିଏଲ୍ ଖେଳିଥିବା ଇଂଲଣ୍ଡ ଖେଳାଳିଙ୍କୁ ନ୍ୟୁଜିଲାଣ୍ଡ ବିପକ୍ଷ ଟେଷ୍ଟ ଦଳରେ ଜାଗା ମିଳିବା ମୁସ୍କିଲ

15/05/2021 at 3:38 PM

ନୂଆଦିଲ୍ଲୀ ୧୫।୦୫: ଆଇପିଏଲ୍‌ ଖେଳିଥିବା ଇଂଲଣ୍ଡର ଖେଳାଳିଙ୍କୁ ନ୍ୟୁଜିଲାଣ୍ଡ ବିପକ୍ଷ ଟେଷ୍ଟ ସିରିଜ୍‌ରେ ସ୍ଥାନ ମିଳିବା ମୁସ୍କିଲ। କାରଣ ବୋର୍ଡ ବିନା ଅଭ୍ୟାସ୍‌ରେ ଖେଳାଳିଙ୍କୁ ସିଧାସଳଖ ଟେଷ୍ଟ ଖେଳାଇବାକୁ ଚାହୁଁନାହିଁ। ଏହାର ଅର୍ଥ ଜୋସ୍ ବଟଲର, ଜୋନି ବେୟାରଷ୍ଟୋ, କ୍ରିସ୍ ଓ୍ଵକ୍ସ, ସାମ କୁରନ ଓ ମୋଇନ ଅଲ୍ଲୀଙ୍କ ପରି ଖେଳାଳି  ଜୁନ ୨ରୁ ଆରମ୍ଭ ହେଉଥିବା ନ୍ୟୁଜିଲାଣ୍ଡ ବିପକ୍ଷ ଦୁଇ ଟେଷ୍ଟ ମ୍ୟାଚ୍‌ ସିରିଜ୍‌ ଖେଳି ପାରିବେ ନାହିଁ। ଏହି ସବୁ ଖେଳାଳିଙ୍କ ପୃଥକବାସ ଅବଧି ଚଳିତ ସପ୍ତାହରେ ଶେଷ ହେଉଥିବା ବେଳେ ଲର୍ଡ୍ସ ଟେଷ୍ଟ ଆରମ୍ଭ ହେବାକୁ ଆଉ ଦୁଇ ସପ୍ତାହ ସମୟ ରହିଛି।

ବିସିସି ସ୍ପୋର୍ଟ୍ସ ରିପୋର୍ଟ ଅନୁଯାୟୀ, ଆଇପିଏଲ୍ ଖେଳିଥିବା ଖେଳାଳିଙ୍କ ହାତରେ ସ୍ଵଳ୍ପ ସମୟ ରହିଛି। ଏହି ଦୃଷ୍ଟିରୁ ଅଲି ରବିନସନ, କ୍ରେଗ ଓଭରଟନ ଓ ଜେମ୍ସ ବ୍ରାସେଙ୍କ ପରି ଖେଳାଳିଙ୍କୁ ଟେଷ୍ଟ ସିରିଜ୍‌ରେ ସୁଯୋଗ ମିଳିପାରେ। ଦ ଇଣ୍ଡିପେନଡେଣ୍ଟ ରିପୋର୍ଟ ଅନୁଯାୟୀମ ଟେଷ୍ଟ କ୍ରିକେଟ୍ ପୂର୍ବରୁ ଖେଳାଳିଙ୍କୁ ଅଭ୍ୟାସ୍ ପାଇଁ ସମୟ ନମିଳିବା ଚିନ୍ତାର ବିଷୟ। ଅନ୍ୟ ଖେଳାଳି ଅନେକ ସପ୍ତାହ ଧରି କାଉଣ୍ଟି ଚମ୍ପିଆନସିପ ଖେଳୁଛନ୍ତି।

ମୁଖ୍ୟ କୋଚ୍ କ୍ରିସ୍ ସିଲଭରଉଡ ମଙ୍ଗଳବାର ମନୋନୟନକାରୀ କମିଟିଙ୍କ ବୈଠକ ଡକାଇଛନ୍ତି। ଏହା ପୂର୍ବରୁ ଇଂଲଣ୍ଡ ପୁରୁଷ କ୍ରିକେଟ୍ ପ୍ରବନ୍ଧ ନିର୍ଦ୍ଦେଶକ ଏସଲେ ଜାଇଲ୍ସ ସଙ୍କେତ ଦେଇଥିଲେ ଯେ, ଆଇପିଏଲ ସ୍ଥଗିତ ହେବା ପରେ ଭାରତରୁ ଫେରିଥିବା ଖେଳାଳିଙ୍କୁ ନ୍ୟୁଜିଲାଣ୍ଡ ବିପକ୍ଷ ଟେଷ୍ଟ ସିରିଜ୍ ଖେଳିବା ମୁସ୍କିଲ। ଆଇପିଏଲ୍‌ରେ ଇଂଲଣ୍ଡର ୧୧ ଜଣ ଖେଳାଳି ଅଂଶଗ୍ରହଣ କରିଥିଲେ।

   Related Posts