Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୋଖରୀରୁ ମିଳିଲା ନିଖୋଜ ଶିଶୁକନ୍ୟାର ମୃତଦେହ, ହତ୍ୟା ସନ୍ଦେହ
  • ||
  • ଶିକାରୀ ଗିରଫ, ୬ ମୃତ ବିଦେଶୀ ପକ୍ଷୀ ଜବତ
  • ||
  • ରାଜ୍ୟରେ ଆଉ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୭କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୯୧ କରୋନା ସଂକ୍ରମିତ, ୧୦୪୮୬୮୩ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୬୨୧ ମୃତ
  • ||
  • ମଝି ସମୁଦ୍ରରେ ଦୁର୍ଘଟଣା, ଧକ୍କା ହେଲା ୨ ଜାହାଜ
  • ||
  • ବାତ୍ୟାର ରୂପ ନେବ ଲଘୁଚାପ ! ଅନୁମାନ ଲଗାଇଲାଣି ଆଇଏମଡି, ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ବାଘ ଗଣନା ବେଳେ ମିଳିଲା ମୃତଦେହ, ହତ୍ୟା ନା ଆତ୍ମହତ୍ୟା !
  • ||
  • ଶୀତ ଅଧିବେଶନ ପୂର୍ବରୁ ରବିବାର ସର୍ବଦଳୀୟ ବୈଠକ, ବିରୋଧିଙ୍କ ସହ କଥା ହେବେ ପ୍ରଧାନମନ୍ତ୍ରୀ
  • ||

୪ର୍ଥ ଟେଷ୍ଟ : ପୁଣି ଇଂଲଣ୍ଡର ବ୍ୟାଟିଂ ବିପର୍ଯ୍ୟୟ, ଅକ୍ଷର ପଟେଲ ଓ ମହମ୍ମଦ ସିରାଜଙ୍କ ଘାତକ ବୋଲିଂ

4/03/2021 at 3:09 PM

ଅହମ୍ମଦାବାଦ ୦୪/୦୩ : ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ମୋଟେରାର ନରେନ୍ଦ୍ର ମୋଦି କ୍ରିକେଟ୍‌ ଷ୍ଟାଡିୟମରେ ୪ର୍ଥ ତଥା ଅନ୍ତିମ ଟେଷ୍ଟ ଜାରି ରହିଛି । ପ୍ରଥମ ଦିନରେ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି ଇଂଲଣ୍ଡ । ମହମ୍ମଦ ସିରାଜ ଏବଂ ଅକ୍ଷର ପଟେଲଙ୍କ ଘାତକ ବୋଲିଂ ଆଗରେ ଧରାଶୟୀ ହୋଇଛନ୍ତି ଇଂଲଣ୍ଡ ଟିମ୍‌ର ଟପ୍‌ ଅର୍ଡର ବ୍ୟାଟ୍ସମ୍ୟାନ୍‌ ।

ଦଳ ମାତ୍ର ୧୦ ରନ୍‌ କରିଥିବା ବେଳେ ଅକ୍ଷର ପଟେଲଙ୍କ ପ୍ରଥମ ଶିକାର ହୋଇଥିଲେ ଡୋମ୍‌ ଶିବଲୀ (୨ରନ୍‌) । ଏହାର ମାତ୍ର କିଛି ସମୟ ପରେ ଅର୍ଥାତ୍‌ ଇଂଲଣ୍ଡ ଦଳ ୧୫ ରନ୍‌ କରିଥିବା ବେଳେ ଅକ୍ଷରଙ୍କ ଦ୍ବିତୀୟ ଶିକାର ହୋଇଥିଲେ ଜ୍ୟାକ୍‌ କ୍ରାଉଲୀ (୯ ରନ୍‌) । ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରୁଥିବା ଇଂଲଣ୍ଡ ପ୍ରଥମ ସେସନ୍‌ରେ ହିଁ ୩ଟି ଓ୍ବିକେଟ୍‌ ହରାଇଦେଇଥିଲା । ଭାରତ ପକ୍ଷରୁ ମହମ୍ମଦ ସିରାଜ ଏବଂ ଅକ୍ଷର ପଟେଲ ୨ଲେଖାଏଁ ଓ୍ବିକେଟ୍‌ ନେବା ସହିତ ଇଂଲଣ୍ଡର ଟପ୍‌ ଅର୍ଡରଙ୍କୁ ସହଳ ପ୍ୟାଭିଲିଅନ୍‌ ପଠାଇବାକୁ ସକ୍ଷମ ହୋଇଛନ୍ତି । ସେହିପରି ରବିଚନ୍ଦ୍ରନ୍‌ ଅଶ୍ବିନ ଏବଂ ଓ୍ବାଶିଂଟନ ସୁନ୍ଦର ଗୋଟିଏ ଲେଖାଏଁ ଓ୍ବିକେଟ୍‌ ନେଇଛନ୍ତି ।

ଇଂଲଣ୍ଡ ପକ୍ଷରୁ ଓପନର ଜ୍ୟାକ୍‌ କ୍ରୋଲୀ ୯ ରନ୍‌, ଡୋମିନିକ୍‌ ଶିବଲୀ ୨ ରନ୍‌, ଜୋନି ବୟାରିଷ୍ଟୋ ୨୮ ରନ୍‌, ଅଧିନାୟକ ଜୋ ରୁଟ୍‌ ୫ ରନ୍‌, ବେନ୍‌ ଷ୍ଟୋକସ୍‌ ୫୫ରନ୍‌ ଏବଂ ଓଲି ପୋପ୍‌ ୨୯ ରନ୍‌ କରି ଆଉଟ ହୋଇଛନ୍ତି । ଦଳ ୩୯ ଓଭରେ ୪ ଓ୍ବିକେଟ୍‌ ହରାଇ ଶତକ ପୂରଣ କରିଥିଲା । ଏହା ପରେ ଓ୍ବାଶିଂଟନ୍‌ ସୁନ୍ଦରଙ୍କ ପଞ୍ଚମ ଶିକାର ହୋଇଛନ୍ତି ବେନ୍‌ ଷ୍ଟୋକ୍‌ସ । ଓଲି ପୋପ୍‌ ଭଲ ଆରମ୍ଭ କରିଥିଲେ ସୁଦ୍ଧା ବଡ ସ୍କୋର କରିବାରେ ସକ୍ଷମ ହୋଇନାହାନ୍ତି । ଅଶ୍ବିନଙ୍କ ଷଷ୍ଠ ଶିକାର ହୋଇଛନ୍ତି ଓଲି ପୋପ୍‌ । ପ୍ରଥମ ମ୍ୟାଚ୍‌ ପରି ଦ୍ବିତୀୟ ମ୍ୟାଚ୍‌ରେ ମୋଟେରା ପିଚ୍‌ରେ ପ୍ରଥମ ଦିନରୁ ଟର୍ଣ୍ଣ ଦେଖିବାକୁ ମିଳିନାହିଁ । ଶେଷ ରିପୋର୍ଟ ସୁଦ୍ଧା ଇଂଲଣ୍ଡ ୬୪ ଓଭରରେ ୬ ଓ୍ବିକେଟ୍‌ ହରାଇ ୧୬୮ ରନ୍‌ କରିଛି । ଡେନ୍‌ ଲୋରିସ୍‌ ୨୮ ରନ୍‌ ଏବଂ ବେନ୍‌ ଫୋକ୍ସ ୧ରନ୍‌ କରି ବ୍ୟାଟିଂ ଜାରି ରଖିଛନ୍ତି ।   

   Related Posts