ଟି ୨୦ ବିଶ୍ବକପରେ ହାଇ ଭୋଲଟେଜ୍‌ ମୁକାବିଲା : ଟସ ଜିତିଲା ଇଂଲଣ୍ଡ, ପ୍ରଥମେ ବ୍ୟାଟିଂ କରିବ ଅଷ୍ଟ୍ରେଲିଆ

Published By : Prameya-News7 Bureau | October 30, 2021 IST

ଦୁବାଇ ୩୦/୧୦ : ଟ୍ବେଣ୍ଟି ଟ୍ବେଣ୍ଟି ବିଶ୍ବକପରେ ଆଜିର ପ୍ରଥମ ମ୍ୟାଚ​‌ରେ ଦକ୍ଷିଣ ଆଫ୍ରିକା ଦମଦାର ବିଜୟ ହାସଲ କରିବା ପରେ ଦ୍ବିତୀୟ ମ୍ୟାଚରେ ହେବାକୁ ଯାଉଛି ହାଇ ଭୋଲଟେଜ୍‌ ମୁକାବିଲା । ଦୁବାଇ ଷ୍ଟାଡିୟମରେ ଅଷ୍ଟ୍ରେଲିଆ ଏବଂ ଇଂଲଣ୍ଡ ମଧ୍ୟରେ ଖେଳାଯିବ ମ୍ୟାଚ । ପ୍ରଥମ ଟସ ଜିତି ଅଷ୍ଟ୍ରେଲିଆ ଅଧିନାୟକ ଆରୋନ୍ ଫିଞ୍ଚଙ୍କୁ ବ୍ୟାଟିଂ କରିବାକୁ ନିମନ୍ତ୍ରଣ କରିଛନ୍ତି ଇଂଲଣ୍ଡ ଅଧିନାୟକ ଇୟନ୍ ମୋର୍ଗାନ୍ । ଉଭୟ ଟିମ ପାଇଁ ଏହି ମ୍ୟାଚ ଗୁରୁତ୍ବ ବହନ କରୁଥିବା ବେଳେ ଟକରାଟକରୀ ମ୍ୟାଚ୍ ଦେଖିବାକୁ ମିଳିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.