Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୋଖରୀରୁ ମିଳିଲା ନିଖୋଜ ଶିଶୁକନ୍ୟାର ମୃତଦେହ, ହତ୍ୟା ସନ୍ଦେହ
  • ||
  • ଶିକାରୀ ଗିରଫ, ୬ ମୃତ ବିଦେଶୀ ପକ୍ଷୀ ଜବତ
  • ||
  • ରାଜ୍ୟରେ ଆଉ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୭କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୯୧ କରୋନା ସଂକ୍ରମିତ, ୧୦୪୮୬୮୩ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୬୨୧ ମୃତ
  • ||
  • ମଝି ସମୁଦ୍ରରେ ଦୁର୍ଘଟଣା, ଧକ୍କା ହେଲା ୨ ଜାହାଜ
  • ||
  • ବାତ୍ୟାର ରୂପ ନେବ ଲଘୁଚାପ ! ଅନୁମାନ ଲଗାଇଲାଣି ଆଇଏମଡି, ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ବାଘ ଗଣନା ବେଳେ ମିଳିଲା ମୃତଦେହ, ହତ୍ୟା ନା ଆତ୍ମହତ୍ୟା !
  • ||
  • ଶୀତ ଅଧିବେଶନ ପୂର୍ବରୁ ରବିବାର ସର୍ବଦଳୀୟ ବୈଠକ, ବିରୋଧିଙ୍କ ସହ କଥା ହେବେ ପ୍ରଧାନମନ୍ତ୍ରୀ
  • ||

ଟି-୨୦ ବିଶ୍ବକପ : ଓ୍ବେଷ୍ଟଇଣ୍ଡିଜ୍ ବିପକ୍ଷରେ ଇଂଲଣ୍ଡର ସହଜ ବିଜୟ, ୬ ଓ୍ବିକେଟରେ ଜିତିଲା ଇଂଲିସ ଟିମ

23/10/2021 at 10:20 PM

ଦୁବାଇ ୨୩/୧୦ : ଟ୍ବେଣ୍ଟି ଟ୍ବେଣ୍ଟି ବିଶ୍ବକପର ଆଜିର ଦ୍ବିତୀୟ ମ୍ୟାଚରେ ସହଜ ବିଜୟ ହାସଲ କରିଛି ଇଂଲଣ୍ଡ । ୫୫ ରନରେ ଧରାଶୟୀ ହେବା ପରେ ଓ୍ବେଷ୍ଟ ଇଣ୍ଡିଜକୁ ୬ ଓ୍ବିକେଟରେ ହରାଇଛି ଇଂଲଣ୍ଡ । ସହଜ ବିଜୟ ଲକ୍ଷ୍ୟକୁ ମାତ୍ର ୮.୨ ଓଭରରେ ୪ ଓ୍ବିକେଟ ହରାଇ ୫୬ ରନକରି ହାସଲ କରିନେଇଛି ଇଂଲଣ୍ଡ ।

ଇଂଲଣ୍ଡ ପକ୍ଷରୁ ଜେସନ୍‌ ରୟ ୧୧ ରନ, ଜୋନି ବୟାରଷ୍ଟୋ ୯ ରନ, ମୋଇନ ଅଲ୍ଲୀ ୩ ରନ, ଲିୟାମ ଲିଭିଙ୍ଗଷ୍ଟୋନ୍ ୧ ରନ କରି ଆଉଟ ହୋଇଛନ୍ତି । ଜୋସ୍‌ ବଟର ୨୪ ଏବଂ ଇୟନ ମୋର୍ଗାନ୍‌ ୭ ରନ କରି ଅପରାଜିତ ଅଛନ୍ତି । ଓ୍ବେଷ୍ଟଇଣ୍ଡିଜ ପକ୍ଷରୁ ଆକେଲ ହୋସେନ ୪ ଓଭରରେ ୨୪ ରନଦେଇ ୨ ଓ୍ବିକେଟ ନେଇଥିବା ବେଳେ ରବି ରାମପାଲ ୨ ଓଭରରେ ୧୪ ରନ ଦେଇ ୧ ଓ୍ବିକେଟ ନେଇଛନ୍ତି ।

ଟ୍ବେଣ୍ଟି ଟ୍ବେଣ୍ଟି ବିଶ୍ବକପରେ ଦ୍ବିତୀୟ ମ୍ୟାଚରେ ପ୍ରଥମେ ବ୍ୟାଟିଂକରି ଦୟନୀୟ ସ୍କୋର କରିଥିଲା ଓ୍ବେଷ୍ଟଇଣ୍ଡିଜ । ୧୪.୨ ଓଭରରେ ମାତ୍ର ୫୫ ରନରେ ଅଲଆଉଟ ହୋଇଯାଇଥିଲା ଦଳ । ଟସ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିବା ଇଂଲଣ୍ଡର ଘାତକ ବୋଲିଂ ସାମ୍ନାରେ ତିଷ୍ଟି ପାରିନଥିଲା ଇଣ୍ଡିଜର କୌଣସି ବ୍ୟାଟ୍ସମ୍ୟାନ । ଓ୍ବେଷ୍ଟଇଣ୍ଡିଜର ୧୦ ଜଣ ବ୍ୟାଟ୍ସମ୍ୟାନ ୨ ଅଙ୍କ ସ୍କୋର ବି ଛୁଇଁପାରିନଥିଲେ । ଯାହା ଫଳରେ ଇଂଲଣ୍ଡକୁ ମାତ୍ର ୫୬ରନର ବିଜୟ ଲକ୍ଷ ମିଳିଥିଲା ।  

ଓ୍ବେଷ୍ଟଇଣ୍ଡିଜ ପକ୍ଷରୁ ଓପନର ଲେଣ୍ଡଲ୍ ସିମନ୍ସ ଏବଂ ଇଭିନ୍‌ ଲୁଇସ୍‌ ଫେଲ ମାରିଥିଲେ । ସିମନ୍ସ ୩ ରନ କରି ଆଉଟ ହୋଇଥିବା ବେଳେ ଲୁଇସ୍‌ ୬ ରନ କରି ଆଉଟ ହୋଇଥିଲେ । କେବଳ କ୍ରିସ୍ ଗେଲ ଦୁଇ ଅଙ୍କ (୧୩ରନ) କରିଥିଲେ । ସିମ୍ରନ ହେଟମାୟର ୯ ରନ, ଡ୍ବେନ୍‌ ବ୍ରାଭୋ ୫ ରନ, ନିକୋଲାସ ପୁରନ୍‌ ୧ ରନ, କିରଣ ପୋଲାର୍ଡ ୬ ରନ, ଆ​‌େ​‌ନ୍ଧ୍ର ରସେଲ ୦ ରନ, ଓବେଡ୍‌ ମାକ୍‌କେ ୦, ରବି ରାମପାଲ ୩ ରନ କରି ଆଉଟ ହୋଇଥିଲେ । ଆକେଲ ହୁସେନ୍‌ ୬ ରନ କରି ଅପରାଜିତ ଥିଲେ ।

ଇଂଲଣ୍ଡରୁ ସ୍ପିନର ଆଦିଲ ରସିଦ ଘାତକ ବୋଲିଂ କରି ଓ୍ବେଷ୍ଟଇଣ୍ଡିଜର ବ୍ୟାଟିଂ ମେରୁଦଣ୍ଡ ଭାଙ୍ଗିଦେଇଥିଲେ । ଆଦିଲ ରସିଦ ମାତ୍ର ୨.୨ ଓଭରରେ ୨ ରନ ଦେଇ ୪ଟି ଓ୍ବିକେଟ ନେଇଥିଲେ । ସେହିପରି ମୋଇନ ଅଲ୍ଲୀ ୪ ଓଭରରେ ୧୭ ରନ ୨ ଓ୍ବିକେଟ, କ୍ରିସ୍‌ ଓକସ୍‌ ୨ ଓଭରରେ ୧୨ ରନ ୧ ଓ୍ବିକେଟ୍, ଟାଇମଲ ମିଲସ୍‌ ୪ ଓଭରରେ ୧୭ ରନ ୨ ଓ୍ବିକେଟ, କ୍ରିସ ଜୋର୍ଡନ ୨ ସଭରରେ ୭ ରନ ଦେଇ ୧ ଓ୍ବିକେଟ ନେଇଥିଲେ ।  

   Related Posts