ଅନ୍ତର୍ଜାତୀୟ କ୍ରିକେଟକୁ ଗୁଡବାୟ କହିଲେ ସାରା ଟେଲର, କିଛି ଦିନ ପୂର୍ବରୁ କରାଇଥିଲେ ଏପରି ଫଟୋସୁଟ୍
27/09/2019 at 6:46 PM

ଲଣ୍ଡନ : ଇଂଲଣ୍ଡ ମହିଳା କ୍ରିକେଟ୍ ଟିମର ୱିକେଟ୍ କିପର ଓ ବ୍ୟାଟସ୍ ମ୍ୟାନ୍ ସାରା ଟେଲର ଅନ୍ତର୍ଜାତୀୟ କ୍ରିକେଟ୍ କୁ ଗୁଡବାୟ କହିଛନ୍ତି। ଶୁକ୍ରବାର ଲଣ୍ଡନ ସମୟ ୪ଟା ୪୫ ମିନିଟ୍ ରେ ସାରା ତାଙ୍କ ଟ୍ୱିଟ୍ ହ୍ୟାଣ୍ଡଲରେ ଏହି ସୂଚନା ଦେଇଛନ୍ତି। ସାରା ଇଂଲଣ୍ଡ ଲାଗି ମୋଟ ୨୨୬ଟି ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିଛନ୍ତି। ଏ ନେଇ ସାରା ଟ୍ୱିଟରରେ ଉଲ୍ଲେଖ କରିଛନ୍ତି ଯେ ‘୨୦୦୬ ମସିହାରେ ମୋର ସ୍ୱପ୍ନ ସାକାର ହୋଇଥିଲା। ଉତ୍କୃଷ୍ଟ ଖେଳାଳି ଓ ଲୋକଙ୍କ ସହ ମିସି ଯାହା ବି ହାସଲ କରିଛି ସେଥି ଲାଗି ମୁଁ ଅତ୍ୟନ୍ତ ଗର୍ବିତ। କ୍ରିକେଟ୍ କୁ ଗୁଡବାୟ କହିବା ଲାଗି ଏହା ଉପଯୁକ୍ତ ସମୟ। ତେବେ ଇଂଲଣ୍ଡ ଜର୍ସିରେ ମୁଁ ବିତାଇଥିବା ପ୍ରତିଟି ମିନିଟ୍ ମୋତେ ଭଲ ଲାଗିଛି। ମୋତେ ସମର୍ଥନ କରିଥିବାରୁ ଆପଣ ସମସ୍ତଙ୍କୁ ମୋର ଧନ୍ୟବାଦ’।
In 2006 my dream came true and I beam with pride at what I’ve achieved over the years, alongside the best players and people. It is the right time for me and my health to retire, but I have loved every minute in an England shirt. Thank you to everyone for supporting me ❤️ pic.twitter.com/8MdTqpgmWe
— Sarah Taylor (@Sarah_Taylor30) September 27, 2019
ନିକଟରେ ସାରା ଏକ ନ୍ୟୁଡ୍ ଫଟୋ ସୁଟ୍ କରାଇଥିଲେ। ସେ ତାଙ୍କର ଏହି ବୋଲ୍ଡ ଫଟୋ ସୁଟ୍ କୁ ସୋସାଲ ମିଡିଆ ଆକାଉଣ୍ଟରେ ବି ପୋଷ୍ଟ କରିଥିଲେ। ତେବେ ତାଙ୍କର ଏଭଳି ଫଟୋ ସୁଟ୍ ର ବି ଏକ କାରଣ ଥିଲା। ସମଗ୍ର ବିଶ୍ୱରେ ମହିଳାଙ୍କ ସ୍ୱାସ୍ଥ୍ୟ ସମସ୍ୟା ନେଇ ଚଳାଯାଇଥିବା ଅଭିଯାନ ଲାଗି ସେ ଏପରି ଫଟୋ ସୁଟ୍ କରିଥିଲେ। ସେ ତାଙ୍କର ଏହି ଫଟୋ ଟିକୁ ଇଂଷ୍ଟା ଆକାଉଣ୍ଟରେ ପୋଷ୍ଟ କରି ଏଭଳି ଫଟୋ ଯୋଗୁ ମୁଁ ଅସହଜ ଅନୁଭବ କରୁଛି, ହେଲେ ଅଭିଯାନରେ ନିଜକୁ ସାମିଲ କରି ଗର୍ବିତ ମନେ କରୁଛି ବୋଲି ଉଲ୍ଲେଖ କରିଥିଲେ।
ସୂଚନା ଯୋଗ୍ୟଯେ ୨୦୧୪ ମସିହାରେ ସାରା ଟିମ୍ ଇଣ୍ଡିଆର କ୍ରିକେଟର ରବିନ୍ଦ୍ର ଜାଡେଜାଙ୍କ ସହ ଟ୍ୱିଟରରେ ଏକ ଦୀର୍ଘ କଥୋପକଥନକୁ ନେଇ ଚର୍ଚ୍ଚାକୁ ଆସିଥିଲେ। ଜାଡେଜାଙ୍କୁ ସାରା ସୋସାଲ ପ୍ଲାଟଫର୍ମରେ ଫ୍ଲର୍ଟ କରିଥିଲେ। ସାରା ଜାଡେଜାଙ୍କୁ ଟ୍ୟାଗ୍ କରି ଗୋଟିଏ ପରେ ଗୋଟିଏ ଅନେକ ଟ୍ୱିଟ୍ କରିଥିଲେ। ହେଲେ ଜାଡେଜା ଏହାର ଗୋଟିଏ ବି ଉତ୍ତର ଦେଇନଥିଲେ।