ମୋର୍ଗାନଙ୍କ ଛକା ବର୍ଷାରେ ଦକ୍ଷିଣ ଆଫ୍ରିକା ଧରାଶାୟୀ, ଟି-ଟ୍ବେଣ୍ଟି ମ୍ୟାଚ୍‌ରେ ୪୪୮ରନ୍‌

Published By : Prameya-News7 Bureau | February 17, 2020 IST

ସେଞ୍ଚୁରିଆନ୍‌ ୧୭।୦୧: ଇଂଲଣ୍ଡ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲୁଥିବା ଟି-ଟ୍ବେଣ୍ଟି ମ୍ୟାଚ୍‌ରେ ରନ୍‌ ଓ ରେକର୍ଡର ବର୍ଷା ହୋଇଛି । ଖେଳାଯାଇଥିବା ମ୍ୟାଚ୍‌ରେ ଅନେକ ରେକର୍ଡ ଭାଙ୍ଗିବା ସହ କେତେକ ନୂତନ ରେକର୍ଡ ମଧ୍ୟ ସୃଷ୍ଟି ହୋଇଛି । ମାଚ୍ୟରେ ସମୁଦାୟ ୪୪୮ରନ୍‌ ହୋଇଛି ।

{"id":225427,"sizeSlug":"large"}

ଟି-ଟ୍ବେଣ୍ଟି ମ୍ୟାଚ୍‌ରେ ଦକ୍ଷିଣ ଆଫ୍ରିକା ପ୍ରଥମେ ବ୍ୟାଟିଂ କରି ୨୨୨ ରନ କରିଥିଲା । ଇଂଲଣ୍ଡକୁ ୨୨୩ରନ୍‌ର ଟାର୍ଟେଟ ଦେଇଥିଲା ଦକ୍ଷିଣ ଆଫ୍ରିକା । ତେବେ ବିଶାଳ ରନ୍‌ର ପିଛା କରି ଇଂଲଣ୍ଡ ୧୯.୧ ଓଭରରେ ୫ଓ୍ବିକେଟ ହରାଇ ଟାର୍ଗେଟକୁ ହାସଲ କରିନେଇଛି । ଯାହାକି ରନ୍‌ ପିଛା କରି ଜିତିବାରେ ୪ର୍ଥ ସ୍ଥାନରେ ରହିଛି ଇଂଲଣ୍ଡ ।

{"id":225428,"sizeSlug":"large"}

ମ୍ୟାଚ୍‌ରେ ଇଂଲଣ୍ଡ ଅଧିନାୟକ ଇଆନ୍‌ ମୋର୍ଗାନଙ୍କ ଖେଳ ସମସ୍ତଙ୍କୁ ଚକିତ କରିଦେଇଛି ।  ମୋର୍ଗାନ ୨୨ଟି ବଲ୍‌ ଖେଳି ଅପରାଜିତ ୫୭ରନ୍‌ କରିଛନ୍ତି । ମୋର୍ଗାନଙ୍କୁ ଏହି ଧୂଆଁଧାର ପାରି ଦ୍ବାରା ଇଂଲଣ୍ଡ ୫ଟି ବଲ୍ ଥାଇ ବିଜୟୀ ହୋଇଯାଇଛି । ଇଆନ ନିଜ ପାଳିରେ ୭ଟି ଛକା ମାରିଥିବା ବେଳେ ଗୋଟିଏ ବି ହେଲେ ଚୌକା ମାରିନାହାନ୍ତି ।

{"id":225429,"sizeSlug":"large"}

ସବୁଠାରୁ ଦ୍ରୁତତମ ଅର୍ଦ୍ଧଶତକୀୟ କରିବା ତାଲିକାରେ ଇଆନ ମୋର୍ଗାନ ପୁଣି ନିଜ ନାମ ସାମିଲ କରିଛନ୍ତି । ଦକ୍ଷିଣ ଆଫ୍ରିକା ବିପକ୍ଷ ମ୍ୟାଚ୍‌ରେ ୨୧ବଲ୍‌ ଖେଳି ଅର୍ଦ୍ଧଶତକ ପୂରଣ କରିଥିଲେ ।  ଏହାପୂର୍ବରୁ ୨୦୧୯ରେ ମୋର୍ଗାନ ନାପିଅରରେ ନ୍ୟୁଜିଲାଣ୍ଡ ବିପକ୍ଷ ମ୍ୟାଚ୍‌ରେ ୨୧ଟି ବଲ୍‌ ଖେଳି ଅର୍ଦ୍ଧଶତକ ହାସଲ କରିଥିଲେ । ଆଜିର ମ୍ୟାଚ୍‌ରେ ବିସ୍ଫୋରକ ପାରି ସହ ଲଗାତର ୨ୟ ଥର ପାଇଁ ମୋର୍ଗାନ ଏହି ରେକର୍ଡ କରିଛନ୍ତି ।

{"id":225430,"sizeSlug":"large"}

ଇଂଲଣ୍ଡ ପାଇଁ ଖେଳୁଥିବା  ମୋର୍ଗାନଙ୍କ ପୂର୍ବରୁ ଜସ୍‌ ବଟଲର ଓ ଜେସନ୍‌ ରାୟ ସବୁଠୁ କମ୍‌ ବଲ୍‌ରେ ଅର୍ଦ୍ଧଶତକ ହାସଲ କରିବାର ରେକର୍ଡ ଥିଲା।  ଉଭୟ ୨୨ଟି ବଲ୍‌ରେ ଅର୍ଦ୍ଧଶତକ ହାସଲ କରିଥିଲେ । ମୋର୍ଗାନଙ୍କ ୨୧ବଲ୍‌ରେ ଅର୍ଦ୍ଧଶତକ ହାସଲ କରିବା ଦ୍ବାରା ଦୁଇ ଜଣ ( ବଟଲର ଓ ଜେସନ୍‌ )ଖେଳାଲିଙ୍କୁ ପଛରେ ପକାଇଛି

{"id":225431,"sizeSlug":"large"}

ମୋର୍ଗାନଙ୍କ ବିସ୍ଫୋରଣ ଅର୍ଦ୍ଧଶତକ ବଳୟରେ ନ୍ୟୁଜିଲାଣ୍ଡକୁ ୫ ଓ୍ବିକେଟ୍‌ରେ ପରାସ୍ତ କରିଛି ଇଂଲଣ୍ଡ । ମ୍ୟାଚ୍‌ ବିଜୟ ଇଂଲଣ୍ଡ ୨-୧ରେ ସିରିଜ ନିଜ ନାମରେ କରିଛି ଇଂଲଣ୍ଡ । ନିଜର ଟି-ଟ୍ବେଣ୍ଟି ଇତିହାସରେ ଇଂଲଣ୍ଡ ୨ୟ ଥର ପାଇଁ ୨୦୦ରୁ ଅଧିକ ରନ୍ ପିଛା କରି ବିଜୟୀ ହୋଇଛି ।

{"id":225432,"sizeSlug":"large"}

ତେବେ ଦୁଇ ଥର ଯାକ ଦକ୍ଷିଣ ଆଫ୍ରିକା ବିପକ୍ଷରେ ୨୦୦ରୁ ଅଧିକ ରନ୍‌ କରି ବିଜୟୀ ହୋଇଛି ଇଂଲଣ୍ଡ । ୨୦୧୬ରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ୨୩୦ରନ୍‌ର ପିଛା କରିଥିଲା ବିଜୟୀ ହୋଇଥିଲା ଇଂଲଣ୍ଡ । । ଏହାପୂର୍ବରୁ ୨୦୧୮ରେ ଅଷ୍ଟ୍ରେଲିଆ ନ୍ୟୁଜିଲାଣ୍ଡ ବିପକ୍ଷରେ ୨୪୪ରନ୍‌, ୨୦୧୫ରେ ଓ୍ବେଷ୍ଟ ଇଣ୍ଡିଜ୍ ଦକ୍ଷିଣ ଆଫ୍ରିକା ବିପକ୍ଷରେ ୨୩୨ରନ୍‌, ୨୦୧୬ରେ ଇଂଲଣ୍ଡ ଦକ୍ଷିଣ ଆଫ୍ରିକା ବିପକ୍ଷରେ ୨୩୦ରନ୍‌ କରି ବିଜୟୀ ହୋଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.