Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେନାଲରୁ ବୃଦ୍ଧାଙ୍କ ମୃତଦେହ ଉଦ୍ଧାର, ଗାଧୋଇବା ବେଳେ ନିଖୋଜ ହୋଇଯାଇଥିଲେ
  • ||
  • ହାତ ଛାଡିଲେ ପ୍ରଦୀପ ମାଝି, କଂଗ୍ରେସର ପ୍ରାଥମିକ ସଦସ୍ୟ ପଦରୁ ଦେଲେ ଇସ୍ତଫା
  • ||
  • ଟ୍ରକ୍‌କୁ ଧକ୍କା ଦେଲା ଯାତ୍ରୀବାହୀ ବସ୍, ୨ ମୃତ ଓ ୫ ଆହତ
  • ||
  • ବାଇକକୁ ଧକ୍କା ଦେଲା ଟ୍ରକ୍, ଜଣେ ମୃତ : କ୍ଷତିପୂରଣ ଦାବିରେ ଜାତୀୟ ରାଜପଥ ଅବରୋଧ
  • ||
  • ଶିଶୁଙ୍କୁ ଟିକା ପାଇଁ ପ୍ରସ୍ତୁତି ଆରମ୍ଭ, ଶୁକ୍ରବାର ସ୍ୱାସ୍ଥ୍ୟ ଅଧିକାରୀଙ୍କୁ ପ୍ରଶିକ୍ଷଣ ଦେବ କେନ୍ଦ୍ର
  • ||
  • ଶୁକ୍ରବାର ମୁଖ୍ୟମନ୍ତ୍ରୀଙ୍କ ମୟୂରଭଞ୍ଜ ଗସ୍ତ, ବିଏସକେଓ୍ୱାଇ ସ୍ମାର୍ଟ କାର୍ଡ ବଣ୍ଟନର କରିବେ ଶୁଭାରମ୍ଭ
  • ||
  • ୨୬ ଯାଏଁ ଶୁଖିଲା ପାଗ : ଧିରେଧିରେ କମିବ ରାତି ତାପମାତ୍ରା, ସକାଳେ କୁହୁଡି
  • ||
  • ମମିତା ମେହେର ହତ୍ୟା ଘଟଣା : ଭୋର୍‌ରେ ଡେମୋ ଦେଖାଇଲା ଅଭିଯୁକ୍ତ ଗୋବିନ୍ଦ ସାହୁ
  • ||

ଟେଷ୍ଟ ସିରିଜ୍ ପୂର୍ବରୁ ଆରମ୍ଭ ହୋଇଯିବ ଇଂଲଣ୍ଡର ମୁସ୍କିଲ, ଏମିତି ରହିଛି ଭ୍ରମଣକାରୀ ଦଳର କାର୍ଯ୍ୟସୂଚୀ

25/01/2021 at 3:50 PM

ନୂଆଦିଲ୍ଲୀ ୨୫।୦୧: ଇଂଲଣ୍ଡ ଦଳକୁ ଶ୍ରୀଲଙ୍କା ଗସ୍ତ କରି ଭାରତରେ ପହଞ୍ଚିବା ପରେ ଛଅ ଦିନର କ୍ଵାରେଣ୍ଟାଇନ୍‌ରେ ରହିବାକୁ ପଡିବ। ଏହି କାରଣରୁ ଦଳକୁ ଫେବୃଆରୀ ୫ରୁ ଆରମ୍ଭ ହେବାକୁ ଯାଉଥିବା ପ୍ରଥମ ଟେଷ୍ଟ ମ୍ୟାଚ୍‌ ପୂର୍ବରୁ ଅଭ୍ୟାସ୍ ପାଇଁ କେବଳ ତିନି ଦିନର ସମୟ ମିଳିବ। ଦ ଟେଲିଗ୍ରାଫର ରିପୋର୍ଟ ଅନୁଯାୟୀ, ଇଂଲଣ୍ଡ ଦଳ ବୁଧବାର ଚେନ୍ନାଇ ପହଞ୍ଚିବ। ଏଠାରେ ଚାରି ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜ୍‌ର ପ୍ରଥମ ଦୁଇଟି ମ୍ୟାଚ୍ ଖେଳାଯିବ।

ଚେନ୍ନାଇ ପହଞ୍ଚିବା ପରେ ଭ୍ରମଣକାରୀ ଦଳକୁ ଛଅ ଦିନିଆ କ୍ଵାରେଣ୍ଟାଇନ୍‌ରେ ରହିବାକୁ ପଡିବ। ଶ୍ରୀଲଙ୍କା ଗସ୍ତରେ ଯାଇନଥିବା ବେନ ଷ୍ଟୋକ୍ସ, ଜୋଫ୍ରା ଆର୍ଚର ଓ ରୋରି ବର୍ନସ ରବିବାର ରାତିରେ ଭାରତ ପହଞ୍ଚିଛନ୍ତି। ହୋଟେଲ୍‌ରେ କ୍ଵାରେଣ୍ଟାଇନ୍‌ରେ ରହିବା ପରେ ଏହି ଖେଳାଳିଙ୍କୁ ଅଭ୍ୟାସ୍ ପାଇଁ ପାଞ୍ଚ ଦିନ ସମୟ ମିଳିବ। ସମସ୍ତ ଖେଳାଳିଙ୍କ କୋଭିଡ୍-୧୯ ପାଇଁ ଛଅ ଦିନରେ ତିନି ଥର କୋଭିଡ୍ ପରୀକ୍ଷଣ କରାଯିବ।

ଇଂଲଣ୍ଡର ଖେଳାଳିଙ୍କୁ ଶ୍ରୀଲଙ୍କା ପହଞ୍ଚିବା ପରେ ୪୮ ଘଣ୍ଟା ପରେ ଅଭ୍ୟାସ୍‌ ପାଇଁ ଅନୁମତି ମିଳିଥିଲା। ହେଲେ ଭାରତରେ ଛଅ ଦିନିଆ କ୍ଵାରେଣ୍ଟାଇନ୍ ପରେ ହିଁ ଅଭ୍ୟାସ୍ ଅନୁମତି ମିଳିବ। ତେଣୁ ଦଳକୁ ମାତ୍ର ୩ ଦିନର ଅଭ୍ୟାସ୍‌ ପାଇଁ ସମୟ ମିଳିବ, ଯାହା ଦଳ ପାଇଁ ଏକ ଚ୍ୟାଲେଞ୍ଜିଂ ରହିବ। ଦଳରେ ଏକ ମାତ୍ର ଖେଳାଳି ଭାବେ ମୋଇନ୍ ଅଲ୍ଲୀ ପଜିଟିଭ୍ ଚିହ୍ନଟ ହୋଇଥିଲେ। ଭାରତ ମହାମାରୀ ମଧ୍ୟରେ ପ୍ରଥମ ଥର ଅନ୍ତରାଷ୍ଟ୍ରୀୟ ସିରିଜ୍ ଆୟୋଜନ କରୁଛି।

ଭାରତୀୟ କ୍ରିକେଟ୍ ବୋର୍ଡ ପାଇଁ ଏହି ସିରିଜ୍‌ ସଫଳ ଆୟୋଜନ ବହୁତ ଗୁରୁତ୍ଵପୂର୍ଣ୍ଣ ରହିଛି। କାରଣ ଏଥିରେ ବିସିସିଆଇ ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ)କୁ ସ୍ଵଦେଶରେ ଆୟୋଜନ କରି ପାରିବ। ଆଇପିଏଲ ୨୦୨୦ ୟୁଏଇରେ ଖେଳା ଯାଇଥିଲା। ଭାରତ-ଇଂଲଣ୍ଡ ସିରିଜ୍‌ ଜୈବ ନିରାପତ୍ତା ବଳୟ ମଧ୍ୟରେ ଖେଳାଯିବ। ଏହି ସିରିଜ୍ ବିଶ୍ଵ ଟେଷ୍ଟ ଚାମ୍ପିଅନସିପ୍‌ ଦୃଷ୍ଟିକୋଣରୁ ଗୁରୁତ୍ଵପୂର୍ଣ୍ଣ ରହିଛି। ଅଷ୍ଟ୍ରେଲିଆ ବିପକ୍ଷରେ ଦମଦାର ବିଜୟ ପରେ ଭାରତ ବର୍ତ୍ତମାନ ତାଲିକାର ଶୀର୍ଷରେ ରହିଛି।

   Related Posts