ଅପେକ୍ଷାର ଅନ୍ତ : ସାଉଥମ୍ପଟନରେ ଇଂଲଣ୍ଡ-ଇଣ୍ଡିଜ ମ୍ୟାଚ୍‌, ୧୪୩ ବର୍ଷରେ ପ୍ରଥମ ଥର ବିନା ଦର୍ଶକରେ ଖେଳାଯିବ

Published By : Prameya-News7 Bureau | July 08, 2020 IST

ନୂଆଦିଲ୍ଲୀ ୦୮।୦୭:  ଅପେକ୍ଷାର ଅନ୍ତ। ଦୀର୍ଘଦିନର ବ୍ୟବଧାନରେ ଖେଳାଯିବ କ୍ରିକେଟ ମ୍ୟାଚ୍‌ ।  ଆଜିଠୁ ସାଉଥମ୍ପଟନରେ ଖେଳାଯିବ ଇଂଲଣ୍ଡ- ୱେଷ୍ଟଇଣ୍ଡିଜ ମଧ୍ୟରେ  ୩ ମ୍ୟାଚ୍  ବିଶିଷ୍ଟ ଟେଷ୍ଟ ସିରିଜ୍ ର ପ୍ରଥମ ମ୍ୟାଚ୍। କରୋନା ମହାମାରୀ ପାଇଁ  କ୍ରୀଡା ଦୁନିଆ ଠପ୍ ହୋଇଯାଇଥିଲା। ୧୪୩ ବର୍ଷରେ ପ୍ରଥମ ଥର ପାଇଁ ବିନା ଦର୍ଶକରେ ଜୈବ ସୁରକ୍ଷିତ ପରିବେଶରେ  ଖେଳାଯିବ ମ୍ୟାଚ। ଏହି ମ୍ୟାଚରେ ବେନ୍ ଷ୍ଟୋକକ୍ସ ଇଂଲଣ୍ଡର କାମଚଳା ଅଧିନାୟକ ଅଛନ୍ତି। ସେପେଟ  ଜାସନ ହୋଲ୍ଡରଙ୍କ ନେତୃତ୍ବରେ ମଇଦାନକୁ ଓହ୍ଲାଇବ ଇଣ୍ଡିଜ।

{"id":297551,"sizeSlug":"large"}

କରୋନା କଟକଣା ପାଇଁ  କୌଣସି ଦର୍ଶକଙ୍କୁ ଷ୍ଟାଡିୟମକୁ ଆସିବାକୁ ଅନୁମତି ଦିଆଯାଇନି। ଟେଲିଭିଜନରେ ମ୍ୟାଚର ମଜା ନେଇପାରିବେ ଦର୍ଶକ। ଏବେ କେବଳ ସେହି ମୁହୂର୍ତ୍ତକୁ ଅପେକ୍ଷା  ଟସ୍ କେତେ ବେଳେ ପଡିବ ମ୍ୟାଚ କେତେବେଳେ  ଆରମ୍ଭ ହେବ। 

{"id":297552,"sizeSlug":"large"}

କେତେଗୁଡିଏ କଟକଣା  ଭିତରେ ଏହି ମ୍ୟାଚ ଖେଳାଯାଉଥିବାରୁ ସମସ୍ତଙ୍କ ନଜର ଆଜିର ମ୍ୟାଚ ଉପରେ ରହିଛି। ଆଇସିସି ନୂଆ ଗାଇଡଲାଇନ ଯୋଗୁ ବଲରେ ଖେଳାଳି ଲାଳ ପ୍ରୟୋଗ କରିପାରିବେନି। ନୂଆ ନିୟମ ଅନୁଯାୟୀ ପଡିଆରେ ଯଦି କୌଣସି ଖେଳାଳିଙ୍କ ସ୍ୱାସ୍ଥ୍ୟବସ୍ଥା ବିଗିଡେ , ତେବେ ତାଙ୍କ ସ୍ଥାନରେ ନୂତନ ଖେଳାଳି ପଡିଆକୁ ଆଣିବାକୁ ଅନୁମତି ରହିଛି ।

wp:html /wp:html

ସେହିପରି ଟ୍ରାଭେଲିଂକୁ ଦୃଷ୍ଟିରେ ରଖି ହେବାକୁ ଥିବା ମ୍ୟାଚ୍‌ରେ ସ୍ଥାନୀୟ ଅମ୍ପାୟାରଙ୍କୁ ନିଯୁକ୍ତି କରାଯାଇଛି । କମ୍‌ ଅନୁଭବ ହେଲେ ମଧ୍ୟ ଏମାନେ ଅମ୍ପାୟାରିଂ କରିପାରିବେ । ଅମ୍ପାୟାରିଂର କମ୍‌ ଅନୁଭବକୁ ଦେଖି ଦୁଇ ଟିମ୍‌କୁ ପ୍ରତି ପାରିରେ ଏକ ଅତିରିକ୍ତ DRS ଦିଆଯାଇଛି ।

{"id":297553,"sizeSlug":"large"}

ଯାହାର ଫାଇଦା ଉଭୟ ଟିମ୍‌ ନେଇପାରିବେ । ମ୍ୟାଚ୍‌ରେ ସେଲିବ୍ରେସନ୍‌ ସମୟରେ ପ୍ରତି ଖେଳାଳିଙ୍କୁ ସାଜିକି ଦୂରତା ରକ୍ଷାକରିବାକୁ ପଡିବ । ଖେଳାଳିମାନେ ହାତ ମିଶାଇ ପାରିବେନି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.