Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବ୍ୟାଟସମ୍ୟାନଙ୍କ ପରେ ବିଫଳ ହେଲେ ଆରସିବି ବୋଲର, ‘କର ବା ମର’ ମ୍ୟାଚରେ ୫ ଓ୍ୱିକେଟରେ ଜିତିଲା ହାଇଦ୍ରାବାଦ
  • ||
  • ଗହଣା ଦୋକାନରୁ ଚୋରି, ଛାତ କଣା କରି ଲୁଟିନେଲେ ୨ କିଲୋର ସୁନା ଅଳଙ୍କାର
  • ||
  • ସାରୁଅ ଜମି କେଳେଙ୍କାରୀ : ଓଡିଶା ଇନଫ୍ରାଟେକ୍‌ର ଦୁଇ କର୍ମଚାରୀ ଗିରଫ, ଶ୍ରମିକଙ୍କୁ ଧମକ ଅଭିଯୋଗରେ ବାନ୍ଧିଲା ବାଘମାରୀ ପୋଲିସ
  • ||
  • IPL 2020: ବୁମରା ଓ ବୋଲ୍ଟଙ୍କ ଶାଣିତ ବୋଲିଂ ପରେ ଇଶାନଙ୍କ ଅର୍ଦ୍ଧଶତକ, ୯ ଓ୍ଵିକେଟ୍‌ରେ ଜିତିଲା ମୁମ୍ବାଇ ଇଣ୍ଡିଆନ୍ସ, ଦିଲ୍ଲୀର କ୍ରମାଗତ ଚତୁର୍ଥ ପରାଜୟ
  • ||
  • ଭୁବନେଶ୍ୱର : ଆସିଲା ଅନଲକ୍ ୬.୦ ଗାଇଡ଼ଲାଇନ୍‌
  • ||
  • ଭୁବନେଶ୍ୱର : ରାଜ୍ୟରେ ଆଉ ୧୨ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ଭୁବନେଶ୍ୱର : ରାଜ୍ୟରେ ୧୪୭୦ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଭୁବନେଶ୍ୱର : ୧୬ତାରିଖରେ ଖୋଲିବ ସ୍କୁଲ, ନବମରୁ ଦ୍ୱାଦଶ ଶ୍ରେଣୀ ଯାଏଁ ପିଲା ପଢିବାକୁ ଆସିବେ
  • ||
  • ଝରକା ତାଡ଼ି ବ୍ୟାଙ୍କରୁ ଲୁଟ୍ ! ପୋଲିସର ତଦନ୍ତ ଜାରି
  • ||
  • ଭୟଙ୍କର ଭୂକମ୍ପରେ ଥରିଲା ତୁର୍କୀ ଓ ଗ୍ରୀସ : ମୃତ୍ୟୁ ସଂଖ୍ୟା ୧୭କୁ ବୃଦ୍ଧି, ୭ ଶହରୁ ଅଧିକ ଆହତ
  • ||

ବିଶ୍ବ କପ୍ କ୍ରିକେଟ୍ : ଆଜି ଇଣ୍ଡିଆ-ଇଂଲଣ୍ଡ ଟକ୍କର, ଇଂଲିସ୍ ଟିମ୍ ପାଇଁ ଡୁ ଅର୍ ଡାଏ ସିଚୁଏସନ୍

30/06/2019 at 8:25 AM

ଲଣ୍ଡନ ୩୦/୬: ଆଜି ଇଂଲଣ୍ଡର ଏଜବେଷ୍ଟନରେ ହେବ ବିଗ୍  ଫାଇଟ୍ । ସୁପର ସଣ୍ଡେରେ ସୁପର ଫାଇଟ୍ ପାଇଁ ଉଭୟ ଟିମ୍ ପ୍ରସ୍ତୁତ । ଭାରତ ବିଶ୍ବକପ୍ରେ ଏପର୍ଯ୍ୟନ୍ତ ଅପରାଜେୟ ରହିଛି । ଭାରତ ଇଂଲଣ୍ଡ ବିପକ୍ଷ ମ୍ୟାଚ୍ ଜିତିଲେ ସେମିଫାଇନାଲ୍ ସ୍ଥାନ ପୂରା ପକ୍କା ହୋଇଯିବ । ହେଲେ ଏବେ ସୁଦ୍ଧା ୩ ଟି ମ୍ୟାଚ୍ ହାରିଥିବା ଇଂଲଣ୍ଡ ପାଇଁ ସେମି ରାସ୍ତା ଏତେ ସହଜ ନୁହେଁ।

ମ୍ୟାଚ୍  ଜିତିଲେ ଭାରତ ସେମିଫାଇନାଲ୍  ରାସ୍ତା ପକ୍କା । ହେଲେ ଇଂଲଣ୍ଡ ପାଇଁ ରାସ୍ତା ସହଜ ନୁହେଁ । ଏଜବେଷ୍ଟନରେ ସୁପର ସଣ୍ଡେରେ ସୁପର ଫାଇଟ୍  ପାଇଁ ଦୁଇ ଦଳ ପ୍ରସ୍ତୁତ । ଚଳିତ ବିଶ୍ବକପ୍ ରେ ଅପରାଜେୟ ଥିବା ଟିମ୍  ଇଣ୍ଡିଆ ଦମଦାର ପ୍ରଦର୍ଶନ କରି ଆସିଛି । ହେଲେ ଇଂଲଣ୍ଡ ପ୍ରଥମରୁ ଘରୋଇ ମାଟିରେ ଭଲ ପ୍ରଦର୍ଶନ କରିଥିଲେ ବି ଏହା ବଳବତ୍ତର ରଖି ପାରିନାହିଁ । ଦୁଇ ଦଳର ସ୍ଥିତିକୁ ଦେଖିଲେ ଭାରତ ଇଂଲଣ୍ଡ ଉପରେ ଭାରି ପଡିବ । ‘ ଡୁ ଅର ଡାଏ’ ମ୍ୟାଚ୍ ରେ ଭାରତକୁ ଭେଟୁଥିବା ମୋର୍ଗାନ୍  ସେନା ମ୍ୟାଚ୍  ଜିତିବାକୁ ଆପ୍ରାଣ ଉଦ୍ୟମ କରିବ । ଭାରତୀୟ ଟିମ୍ ର ଷ୍ଟ୍ରେନ୍ଥ ଏହାର ବ୍ୟାଟିଂ । ଦଳର ଟପ୍  ଅର୍ଡର , ମିଡିଲ୍ ଅର୍ଡର ୫ଟି ମ୍ୟାଚ୍ ରେ ଭଲ ପ୍ରଦର୍ଶନ ଦେଇଛନ୍ତି । ରୋହିତ, କୋହଲି, ରାହୁଲ, ପାଣ୍ଡ୍ୟା, ଧୋନୀ ଫର୍ମରେ । ଭାରତୀୟ ପେସ୍ ଆଟାକ୍  ବି ଜବରଦସ୍ତ ରହିଛି ।ବୁମ୍ ରା ସ୍ଥିର ପ୍ରଦର୍ଶନ ଦେଇ ଆସୁଛନ୍ତି । ଗଲା ୨ଟି ମ୍ୟାଚ୍ ରେ ସାମି ଜବରଦସ୍ତ ପ୍ରଦର୍ଶନ କରିଛନ୍ତି । ଆଉ ସ୍ପିନ୍  ଆଟାକ୍ ରେ ଚହଲ, କୁଲଦୀପ ଯୋଡି ବିପକ୍ଷ ଉପରେ ଭାରି ପଡିଛନ୍ତି । ତେଣୁ ଟିମ୍ ର ବ୍ୟାଟିଂ ବୋଲିଂ କମ୍ବିନେସନ୍ ଯାହା ଇଂଲଣ୍ଡକୁ ତାରି ମାଟିରେ ପାଣି ପିଆଇବେ କୋହଲି ସେନା । 

ତେବେ ଘରୋଇ ମାଟିରେ ଇଂଲଣ୍ଡ ଖେଳୁଥିବାରୁ ତାର ଶକ୍ତିକୁ ଅଣଦେଖା କରିବେନି ମେନ୍  ଇନ ବ୍ଲୁ ।ଇଂଲଣ୍ଡ ଦଳ ପାକିସ୍ତାନ ଠାରୁ ପରାସ୍ତ ହୋଇଥିବା ବେଳେ ତାର ଶେଷ ଦୁଇ ମ୍ୟାଚ୍ ରେ ଶ୍ରୀଲଙ୍କା ଓ ଅଷ୍ଟ୍ରେଲିଆଠାରୁ ହାରି ଶଙ୍କଟରେ ପଡିଛି । ଦଳ ଏବେ ୭ଟି ମ୍ୟାଚ୍ ରୁ ୪ ଟିରେ ଜିତି ୮ ପଏଣ୍ଟ ପାଇଛି। ତେଣୁ ଏହି ମ୍ୟାଚ୍ ରେ ଭାରତର ବିଜୟ ଧାରାକୁ ରୋକିବା ସହ ଆଗକୁ ବଢିବାକୁ ମୋର୍ଗାନ୍ ଙ୍କ ଟିମ୍ ସବୁ କଳ, ବଳ କୌଶଳ ଲଗାଇଦେବ । ଦଳରେ ଓପନର ଭିନ୍ସ, ବେରେଷ୍ଟୋଙ୍କ ଭଳି ଖେଳାଳି ଥିବାବେଳେ ବେୟାରଷ୍ଟୋ, ଭିନ୍ସ, ରୁଟ୍ , ମୋର୍ଗାନ୍, ରୟ, ବଟଲରଙ୍କ ଭଳି ଟପ୍  ଓ ମିଡିଲ ଅର୍ଡର ବ୍ୟାଟସମ୍ୟାନ୍ ଅଛନ୍ତି । ଷ୍ଟୋକସ୍  ଙ୍କ ଭଳି ଅଲରାଉଣ୍ଡର ମ୍ୟାଚ୍  ମୋଡ ବଦଳାଇବାକୁ ସକ୍ଷମ । ଉଡ୍, ଆର୍ଚ୍ଚର, ରସିଦ୍ଙ୍କ ଭଲି ବୋଲର ଭାରତୀୟ ବ୍ୟାଟିଂ ଲାଇନ୍ କୁ ଡି ରେଲ୍ କରିବା ପାଇଁ ରଣନୀତି କରିବେ । ଭାରତକୁ କଡ଼ା ଟକ୍କର ଦେବାକୁ ପୂରା ପ୍ରସ୍ତୁତ ଏବଂ  ଆକ୍ରମଣାତ୍ମକ କ୍ରିକେଟ୍  ଖେଳିବୁ ବୋଲି ବେୟାରଷ୍ଟୋ କହି ସାରିଛନ୍ତି । 

ବିଶ୍ବକପ୍ ପାଇଟ୍  କୁ ଦେଖିଲେ ଉଭୟ ଦଳ ବିଶ୍ବକପ୍ ରେ ୭ ଥର ମୁକାବିଲା ହୋଇଛି ।  ଉଭୟ ୩ ଟି ଲେଖାଏଁ ମ୍ୟାଚ୍  ଜିତିଥିବା ବେଳେ ଗୋଟିଏ ମ୍ୟାଚ୍ ଗୋଟିଏ ମ୍ୟାଚ୍  ଟାଏ ରହିଛି ।  ଇଂଲଣ୍ଡ ବିପକ୍ଷରେ ବିରାଟଙ୍କ ଭଲ ରେକର୍ଡ ରହିଛି । ୨୯ ମ୍ୟାଚ୍ ଖେଳି ସେ ୩ ଶତକ ୬ ଅର୍ଦ୍ଧ ଶତକ ସହ ୪୪.୪୮ ଆଭରେଜ୍ ରେ ରନ୍ କରିଛନ୍ତି ।  ରୋହିତ ବି ୧୨ ଟି ମ୍ୟାଚ୍ ରୁ ଗୋଟିଏ ଶତକ ୨ଟି ଅର୍ଦ୍ଧ ଶତକ ସହ ୪୪ ହାରରେ ରନ୍ କରିଛନ୍ତି । ସେହିଭଳି ରୁଟ୍ ଓ ମୋର୍ଗାନ୍ ଙ୍କ ପ୍ରଦର୍ଶନ ଭାରତ ବିପକ୍ଷରେ ଭଲ । ତେଣୁ ଭାରତୀୟ ଫ୍ୟାନ୍  ଏକ ଭଲ ଫାଇଟ୍  ଦେଖିବେ ବୋଲି ଆଶା । ସେପଟେ ଭାରତୀୟ ଟିମ୍  ନୂଆ ଜର୍ସି ସହ ପଡିଆକୁ ଓହ୍ଲାଇବାକୁ ଥିବାରୁ ଟିମ୍  ଓ  ଫ୍ୟାନ୍ ଙ୍କ ମଧ୍ୟରେ ନୂଆ ଉତ୍ସାହ ।

   Related Posts