Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୟୁପିରେ ବଡ ଧରଣର ଦୁର୍ଘଟଣା, ଖେରୀ ଘାଘରା ନଦୀରେ ଓଲଟିଲା ଡଙ୍ଗା, ୧୦୦ ଭାସିଗଲେ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୨ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୫୯ କୋଭିଡ୍ ପଜିଟିଭ୍
  • ||
  • ଓ୍ୱାର୍ମ ଅପ୍ ମ୍ୟାଚରେ ମୁହାଁମୁହିଁ ହେବେ ଭାରତ-ଅଷ୍ଟ୍ରେଲିଆ, କଙ୍ଗାରୁ ବାହିନୀକୁ ମାତ୍ ଦେବାକୁ ତୟାର ବିରାଟ ଏଣ୍ଡ କୋ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୪ ହଜାରରୁ ଅଧିକ କରୋନା ପଜିଟିଭ୍, ୧୯୭ ମୃତ
  • ||
  • ଆଜି କୁମାର ପୂର୍ଣ୍ଣିମା : ମା’ ବୃନ୍ଦାବତୀଙ୍କ ନିକଟରେ ଆଞ୍ଜୁଳି ଟେକିଲେ କୁମାରୀ
  • ||
  • ପୁରୀ : ଦାଦାବଟିକୁ କେନ୍ଦ୍ରକରି ମହିଳାଙ୍କୁ ଗୁଳିମାଡ଼, ପୂର୍ବରୁ ମିଳିଥିଲା ଧମକ
  • ||
  • ଜଗତସିଂହପୁର : କେନାଲର ଭାସୁଛି ଏକ ଗଳିତ ମୃତଦେହ, ୩ ଅଭିଯୁକ୍ତ ଅଟକ
  • ||

ନ୍ୟୁଜିଲାଣ୍ଡ ବିପକ୍ଷ ଟେଷ୍ଟ ସିରିଜ୍‌ ପୂର୍ବରୁ ଇଂଲଣ୍ଡକୁ ଝଟକା, ଦଳରୁ ବାଦ ପଡ଼ିପାରନ୍ତି ଏହି ଷ୍ଟାର ବୋଲର

16/05/2021 at 5:16 PM

ଲଣ୍ଡନ ୧୬/୫: ନ୍ୟୁଜିଲାଣ୍ଡ ବିପକ୍ଷ ଆଗାମୀ ଟେଷ୍ଟ ସିରିଜ୍‌ ପୂର୍ବରୁ ଇଂଲଣ୍ଡ ଟିମ୍‌କୁ ବଡ଼ ଝଟକା। ଇଂଲଣ୍ଡର ଷ୍ଟାର ବୋଲର ଜୋଫ୍ରା ଆର୍ଚର ସିରିଜ୍‌ରେ ସାମିଲ ହେବା ନେଇ ଆଶଙ୍କା ବୃଦ୍ଧି ପାଇଛି। କେଣ୍ଟ ବିପକ୍ଷରେ କାଉଣ୍ଟି ଚାମ୍ପିୟନସିପ୍‌ ଖେଳୁଥିବା ବେଳେ ପୁଣି ତାଙ୍କ କହୁଣୀରେ ଯନ୍ତ୍ରଣା ଆରମ୍ଭ ହୋଇଛି । ୨୬ ବର୍ଷୀୟ ବୋଲର ପୂର୍ବରୁ କହୁଣୀରେ ଆଘାତ ଯୋଗୁ କଷ୍ଟ ପାଇଥିଲେ। ସେଥିପାଇଁ ସେ ଭାରତ ବିପକ୍ଷରେ ଦୁଇଟି ଟେଷ୍ଟ ଏବଂ ସ୍ଥଗିତ ଥିବା ଆଇପିଏଲ୍‌ରୁ ବାଦ ପଡ଼ିଥିଲେ।

ସାମାନ୍ୟ ସୁସ୍ଥ ହେବା ପରେ ଆର୍ଚର କାଉଣ୍ଟି ଚାମ୍ପିୟସିପ୍‌ରେ ନିଜ ଦଳ ସସେକ୍ସ ପକ୍ଷରୁ ଖେଳି ପ୍ରଥମ ପାଳିରେ ୨୯ ରନ୍‌ ଦେଇ ୨ ଓ୍ବିକେଟ ନେଇଥିଲେ। କିନ୍ତୁ ଦ୍ବିତୀୟ ପାଳିରେ କେବଳ ୫ ଓଭର ହିଁ ବୋଲିଂ କରିପାରିଥିଲେ ଆର୍ଚର। ପରେ ତାଙ୍କ କହୁଣୀରେ ଯନ୍ତ୍ରଣା ହୋଇଥିବା ସେ ଅଭିଯୋଗ କରିଥିଲେ। ଏହାକୁ ନେଇ ମୁଖ୍ୟ କୋଚ୍‌ ଇୟାନ ସାଲିସ୍ବରୀ ଶନିବାର ସୂଚନା ଦେଇ କହିଥିଲେ, ଜୋଫ୍ରା ଆସନ୍ତାକାଲି ବୋଲିଂ କରିପାରିବେ ନାହିଁ।

ସେ ଆହୁରି ମଧ୍ୟ କହିଛନ୍ତି ଯେବେ ଆର୍ଚର ବୋଲିଂ କରିପାରୁନାହାନ୍ତି ଦଳକୁ ହତାଶ ହେବାକୁ ପଡ଼ୁଛି। କିନ୍ତୁ ଖେଳରେ ଖେଳାଳି ଆହତ ହୁଅନ୍ତି। ଏହି ତ ଜୀବନ। ସେ ଏବେ ବି ମଇଦାନକୁ ଆସିବାକୁ ଇଚ୍ଛୁକ । କାରଣ ସେ ଚାହୁଁଛନ୍ତି ସସେକ୍ସ ଜିତୁ। ଏଥିପାଇ ତାଙ୍କୁ ଇସିବି ସ୍ବୀକୃତି ଦେବା ଦରକାର। କାରଣ ସେ ଆମ ଖେଳାଳି ହୋଇନଥିବାରୁ ତାଙ୍କୁ ଅନୁମତି ଆଣିବାକୁ ହେବ ବୋଲି ଇଆନ କହିଛନ୍ତି।

୨ ଜୁନରୁ ଇଂଲଣ୍ଡ ଦୁଇ ଟେଷ୍ଟ ସିରିଜ୍‌ ନ୍ୟୁଜିଲାଣ୍ଡ ବିପକ୍ଷରେ ଖେଳିବାକୁ ଯାଉଛି। ଏହି ସିରିଜ ପାଇଁ ମଙ୍ଗଳବାର ଟିମ୍‌ ଘୋଷଣା ହୋଇପାରେ। ନ୍ୟୁଜିଲାଣ୍ଡ ସହ ଟେଷ୍ଟ ସିରିଜ୍‌ ପ​‌ରେ ଇଂଲଣ୍ଡ ଭାରତ ବିପକ୍ଷରେ ୫ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜ୍‌ ଖେଳିବ । ଏହି ସିରିଜ୍‌ ୪ ଅଗଷ୍ଟରୁ ଆରମ୍ଭ ହେବାର ଅଛି।

   Related Posts