ଇଂଲଣ୍ଡ ବିପକ୍ଷ ଟେଷ୍ଟ୍ ପାଇଁ ଆଜି ଘୋଷଣା ହେବ ଭାରତୀୟ ଦଳ : ଫେରିବେ ବିରାଟ, ମିଳିପାରେ ଇଶାନ୍ତଙ୍କୁ ସୁଯୋଗ

Published By : Prameya-News7 Bureau | January 19, 2021 IST

ବ୍ରିସବେନ୍, ୧୯|୦୧:  ଇଂଲଣ୍ଡ ବିପକ୍ଷ ଫେବ୍ରୁଆରୀ ୫ରୁ ଆରମ୍ଭ ହେବାକୁ ଯାଉଥିବା ଟେଷ୍ଟ ସିରିଜର ପ୍ରଥମ ଦୁଇଟି ମ୍ୟାଚ୍ ପାଇଁ ମଙ୍ଗଳବାର ଭାରତୀୟ ଦଳ ଘୋଷଣା ହେବ । ଅଧିନାୟକ ବିରାଟ କୋହଲି ପ୍ୟାଟରନିଟି ଲିଭ୍ ପରେ ଦଳକୁ ଫେରିବେ ।

ସେହିପରି ଦ୍ରୁତ ବୋଲର ଇଶାନ୍ତ ଶର୍ମା ଆହତ ସମସ୍ୟା ପରେ ଦୀର୍ଘ ଦିନର ବ୍ୟବଧାନ ପରେ ଦଳରୁ ଫେରିବେ । ଏତତ୍ ବ୍ୟତୀତ ଜସପ୍ରିତ ବୁମରାହ ଓ ରବିନ୍ଦ୍ରଚନ୍ଦ୍ର ଅଶ୍ୱିନ ଆହତଜନିତ ସମସ୍ୟା ପାଇଁ ବ୍ରିସବେନ୍ ଟେଷ୍ଟ୍ ଖେଳିପାରିନଥିଲେ । ଆଶା କରାଯାଉଛି ଏହି ଦୁଇ ବୋଲର ଇଂଲଣ୍ଡ ବିପକ୍ଷ ଟେଷ୍ଟ୍ ପୂର୍ବରୁ ଫିଟ୍ ହୋଇଯିବେ । ମହମ୍ମଦ ସାମି, ଉମେଶ ଯାଦବ ଓ ହନୁମା ବିହାରୀଙ୍କୁ ଦଳରେ ସ୍ଥାନ ନମିଳିପାରେ । ଅଷ୍ଟ୍ରେଲିଆ ଗସ୍ତରେ ଫିଟ୍ ଥିବା ଖେଳାଳିମାନେ ଦଳରେ ସ୍ଥାନ ପାଇପାରନ୍ତି ।

ଇଶାନ୍ତ ମାଂସପେଶୀ ଆଘାତଜନିତ ସମସ୍ୟାରୁ ମୁକୁଳି ସୟଦ ମୁସ୍ତାକ ଅଲ୍ଲୀ କ୍ରିକେଟରେ ଖେଳୁଛନ୍ତି । ବୁମରାହ ଓ ମହମ୍ମଦ ସିରାଜଙ୍କ ସହ ସେ ଦଳର ପେସ୍ ବାହିନୀ ସମ୍ଭାଳିବେ । ଶର୍ଦ୍ଦୁଳ ଠାକୁର ଓ ଟି ନଟରାଜନ୍ ଅତିରିକ୍ତ ବୋଲର ଭାବେ ସ୍ଥାନ ପାଇପାରନ୍ତି ।

ସ୍ପିନ୍ ବିଭାଗକେ ରବିନ୍ଦ୍ର ଜାଡେଜାଙ୍କ ବଦଳରେ ବାମହାତୀ ସ୍ପିନର ଶାହବାଜ ନଦୀମଙ୍କୁ ସ୍ଥାନ ମିଳିପାରେ । ସେ ୨୦୧୯ରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଗୋଟିଏ ଟେଷ୍ଟ୍ ମ୍ୟାଚ୍ ଖେଳିଥିଲେ । ଓ୍ୱାଶିଂଟନ ସୁନ୍ଦରଙ୍କ ଜବରଦସ୍ତ ପ୍ରଦର୍ଶନ ପରେ କୁଲଦୀପ ଯାଦବ ରିଜର୍ଭ ସ୍ପିନର ଭାବେ ଖେଳିପାରନ୍ତି ।

ଋଷଭ ପନ୍ତ ଓ ରିଦ୍ଧିମାନ ଶାହ ଓ୍ୱିକେଟ୍ କିପର ଭାବେ ଓ ମୟଙ୍କ ଅଗ୍ରଓ୍ୱାଲ କିମ୍ବା କେଏଲ ରାହୁଲଙ୍କ ମଧ୍ୟରୁ ଜଣେ ଦଳରେ ସ୍ଥାନ ପାଇପାରନ୍ତି । ପୃଥ୍ୱୀ ଶଙ୍କୁ ସ୍ଥାନ ନମିଳିବା ଏକପ୍ରକାର ସ୍ପଷ୍ଟ ହୋଇଛି । ଚୟନ ସମିତିର ଏବି ବୈଠକ ସନ୍ଧ୍ୟା ୫ଟାରେ ବସିବାକୁ ଯାଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.