Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଅକ୍ଟୋବର-ନଭେମ୍ବର ମାସର ପାର୍ବଣ ଗାଇଡ୍‌ଲାଇନ୍‌, ମୂର୍ତ୍ତି ବିସର୍ଜନରେ ରହିବେ ଏତିକି ଲୋକ, ହବିଷ୍ୟାଳୀଙ୍କୁ ମନ୍ଦିର ମନା
  • ||
  • ଘଟଗାଁରେ ହାତୀ ଆତଙ୍କ, ଘଉଡାଇବାକୁ ବନ ବିଭାଗର କସରତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୫୬ କୋଭିଡ୍ ପଜିଟିଭ୍
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୩ ହଜାରରୁ ଅଧିକ କରୋନା ପଜିଟିଭ୍, ୧୬୪ ମୃତ
  • ||
  • ରାସ୍ତା ଅତିକ୍ରମ ବେଳେ ଧକ୍କା ଦେଲା ଟ୍ରକ, ଚାଲିଗଲା ଜୀବନ
  • ||
  • ଲଘୁଚାପ ପ୍ରଭାବ : ମଙ୍ଗଳବାର ଯାଏଁ ପ୍ରବଳ ବର୍ଷା, ୫୦ କିମି ବେଗରେ ବହିବ ପବନ
  • ||
  • ନୀଳଗିରିରେ ଭାଲୁ ଆତଙ୍କ, ସାଇକେଲରୁ ଟାଣିନେଇ ଯୁବକଙ୍କୁ ଘାଇଲା କଲେ
  • ||
  • ଅଢେଇ କୋଟି ଟଙ୍କାର ବ୍ରାଉନସୁଗାର ଜବତ, ଡାଇମଣ୍ଡ ହୋଟେଲ ମାଲିକ ଅଟକ
  • ||

ଟେଷ୍ଟ ସିରିଜ୍ ପାଇଁ ଚେନ୍ନାଇ ପହଞ୍ଚିଲା ଇଂଲଣ୍ଡ ଦଳ, ମୁକାବିଲା ପୂର୍ବରୁ ଫେବୃଆରୀ ୨ରୁ ଅଭ୍ୟାସ୍ ସେସନ

27/01/2021 at 5:48 PM

ଚେନ୍ନାଇ ୨୭।୦୧: ଜୋ ରୁଟ୍‌ଙ୍କ ନେତୃତ୍ଵାଧୀନ ଇଂଲଣ୍ଡ ଦଳ ଭାରତ ବିପକ୍ଷ ୪ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍‌ ଖେଳିବା ପାଇଁ ବୁଧବାର ଭାରତ ପହଞ୍ଚିଛନ୍ତି। ଇଂଲଣ୍ଡର ସମସ୍ତ ଖେଳାଳି ଚେନ୍ନାଇରେ ଜୈବ ନିରାପତ୍ତା ବଳୟ ମଧ୍ୟରେ ରହିବେ ଏବଂ କଡା ପ୍ରଟୋକଲ ଅନୁସରଣ କରିବେ। ପ୍ରଥମ ଦୁଇଟି ଟେଷ୍ଟ ମ୍ୟାଚ୍ ପାଇଁ ଇଂଲଣ୍ଡର ଅଲରାଉଣ୍ଡର ବେନ ଷ୍ଟୋକ୍ସ ପୂର୍ବରୁ ଚେନ୍ନାଇ ପହଞ୍ଚି ସାରିଥିଲେ। ଫେବୃଆରୀ ୫ରୁ ଆରମ୍ଭ  ହେବାକୁ ଥିବା ସିରିଜ୍ ପାଇଁ ଦଳର ଅଭ୍ୟାସ୍ ସେସନ ଫେବୃଆରୀ ୨ରୁ ଆରମ୍ଭ ହେବ।

ଇଂଲଣ୍ଡକୁ ୨୦୧୯ ବିଶ୍ଵକପ୍‌ ଜିତାଇଥିବା ଷ୍ଟୋକ୍ସ ସେହି ଖେଳାଳିଙ୍କ ସହିତ ଇଂଲଣ୍ଡ ପହଞ୍ଚିଥିଲେ, ଯିଏ ଶ୍ରୀଲଙ୍କା ସିରିଜ୍‌ ପାଇଁ ଦଳରେ ସାମିଲ ନଥିଲେ। ଇଂଲଣ୍ଡ ଶ୍ରୀଲଙ୍କାକୁ ଦ୍ଵିତୀୟ ଟେଷ୍ଟରେ ୬ ଓ୍ଵିକେଟ୍‌ରେ ହରାଇ ଦୁଇ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍‌କୁ ୨-୦ରେ ଜିତି ନେଇଛି। ଦଳର ମନୋବଳ ଉଚ୍ଚ ରହିଛି।

ଇଂଲଣ୍ଡ ୧୦୭ ବର୍ଷ ପରେ ପ୍ରଥମ ଥର ବିଦେଶୀ ମାଟିରେ କ୍ରମାଗତ ପାଞ୍ଚ ଟେଷ୍ଟ ମ୍ୟାଚ୍‌ ଜିତିଛି। ଇଂଲଣ୍ଡ ଗାଲେରେ ଖେଳା ଯାଇଥିବା ଦ୍ଵିତୀୟ ଟେଷ୍ଟରେ ଶ୍ରୀଲଙ୍କାକୁ ୬ ଓ୍ଵିକେଟ୍‌ରେ ହରାଇଥିଲା। ଇଂଲଣ୍ଡ ଗତ ଥର ଲଗାତାର ପାଞ୍ଚ କିମ୍ବା ସେଥିରୁ ଅଧିକ ଟେଷ୍ଟ ମ୍ୟାଚ୍‌ ୧୯୧୧ ରୁ ୧୯୧୪ ମଧ୍ୟରେ ଜିତିଥିଲା। ଇଂଲଣ୍ଡ ଆୟୋଜକ ଶ୍ରୀଲଙ୍କାକୁ ୨-୦ରେ ହରାଇବା ପୂର୍ବରୁ ୨୦୨୦ ଆରମ୍ଭରେ ଦକ୍ଷିଣ ଆଫ୍ରିକାକୁ ତାରି ମାଟିରେ କ୍ରମାଗତ ୩ଟି ଟେଷ୍ଟରେ ପରାଜିତ କରିଥିଲା।

ପ୍ରଥମ ଦୁଇଟି ଟେଷ୍ଟ ପାଇଁ ଇଂଲଣ୍ଡ ଦଳ

ଜୋ ରୁଟ୍(ଅଧିନାୟକ), ଜୋଫ୍ରା ଆର୍ଚର, ମୋଇନ ଅଲ୍ଲୀ, ଜେମ୍ସ ଆଣ୍ଡରସନ, ଡମ ବେସ୍, ଷ୍ଟୁଆର୍ଟ ବ୍ରଡ୍, ରୋରି ବର୍ଣ୍ଣ୍ସ, ଜୋସ ବଟଲର, ଜ୍ୟାକ କ୍ରାଉଲି, ବେନ ଷ୍ଟୋକ୍ସ, ଡେନ ଲରେନ୍ସ, ଜ୍ୟାକ ଲିଚ୍, ଡମ ସିବଲି, ବେନ ଷ୍ଟୋକ୍ସ, ଓଲି ଷ୍ଟୋନ୍ ଓ କ୍ରିସ୍ ଓ୍ଵକ୍ସ।

ଭାରତୀୟ ଦଳ

ରୋହିତ ଶର୍ମା, ଶୁବମାନ ଗିଲ୍, ମୟଙ୍କ ଅଗ୍ରଓ୍ଵାଲ, ଚେତେଶ୍ଵର ପୂଜାରା, ବିରାଟ କୋହଲି(ଅଧିନାୟକ), ଆଜିଙ୍କ୍ୟ ରାହାଣେ, ଋଷଭ ପନ୍ତ, ଋଦ୍ଧିମାନ ଶାହା, ହାର୍ଦ୍ଦିକ ପାଣ୍ଡ୍ୟା, କେଏଲ ରାହୁଲ, ଯଶପ୍ରୀତ ବୁମରା, ଇଶାନ୍ତ ଶର୍ମା, ମହମ୍ମଦ ସିରାଜ, ଶାର୍ଦ୍ଦୁଳ ଠାକୁର, ଆର ଅଶ୍ଵିନ, କୁଲଦୀପ ଯାଦବ, ଓ୍ଵାଶିଂଟନ ସୁନ୍ଦର ଓ ଅକ୍ଷର ପଟେଲ।

   Related Posts