ବିଶ୍ବକପ ଜିତିବା ପରେ ଇଂଲଣ୍ଡର ଏହି ଦୁଇ ଖେଳାଳୀ ବିଜୟ ଉତ୍ସବରେ ସାମିଲ ହୋଇ ନଥିଲେ, ଆରମ୍ଭ ହେଲା ବିବାଦ…

Published By : Prameya-News7 Bureau | July 19, 2019 IST

ନୂଆଦିଲ୍ଲୀ୧୯|୭: ଲର୍ଡସ ଷ୍ଟାଡିୟମରେ  ଖେଳାଯାଇଥିବା ୨୦୧୯ ବିଶ୍ବକପ ଫାଇନାଲ ମ୍ୟାଚରେ ଇଂଲଣ୍ଡ ଟିମ ବାଉଣ୍ଡ୍ରି ଆଧାରରେ ନ୍ୟୁଜିଲାଣ୍ଡ ଟିମକୁ ପରାଜିତ କରି ବିଜୟ ହାସଲ କରିଥିଲା। ପ୍ରଥମଥର ପାଇଁ ଇଂଲଣ୍ଡ ଟିମକୁ ବିଶ୍ବକପ ବିଜେତା ଭାବରେ ଆଇସିସି ଘୋଷଣା କରିଥିଲା। ବିଶ୍ବକପ ଜିତିବା ଖୁସିରେ ଇଂଲଣ୍ଡ ଟିମ ଧୂମଧାମରେ ବିଜୟ ଉତ୍ସବ ପାଳନ କରିଥିଲା। ଏହା କେବଳ ଇଂଲଣ୍ଡ ଟିମର ଜିତ୍ ନଥିଲା ବରଂ ଇଂଲଣ୍ଡ ଦେଶର ବିଜୟ ଥିଲା ।

ବିଶ୍ବକପ ଫାଇନାଲ ମ୍ୟାଚ ସରିବା ପରେ ଲର୍ଡସ ଷ୍ଟାଡିୟମରେ ବିରାଟ ବିଜୟ ଉତ୍ସବ ପାଳନ କରାଯାଥିଲା। ଇଂଲଣ୍ଡ ଟିମ ସମସ୍ତ ଖେଳାଳୀ ସାଂପେନ ସହିତ ବିଜୟ ଉତ୍ସବପାଳନ କରିବା ସମୟରେ ଏକ ନିଆରା ଦୃଶ୍ୟ ଦେଖିବାକୁ ମିଳିଥିଲା। ଇଂଲଣ୍ଡ ଟିମର ମୋଇନ ଅଲି ଓ ଅଦିଲ ରସିଦ ଦୁଇ ଜଣ ଖେଳାଳୀ ଧାର୍ମିକ ମନୋଭାବ ଯୋଗୁ ସାଂପେନ ସ୍ପ୍ରେ ରୁ ଦୂରେଇ ରହିଥିଲେ। ଯେଉଁ ସମୟରେ ବିଜୟ ଉତ୍ସବପାଳନ ଚାଲିଥିଲା ସେହି ସମୟରେ ସାଂପେନ ସ୍ପ୍ରେ ପାଇଁ ଏହି ଦୁଇ ଖେଳାଳୀ ଦୂରେଇ ଯାଇଥିଲୋ ଏହି ଘଟଣା ନୂଆ ନୁହେଁ, ମୋଇନ ଅଲି ଓ ଅଦିଲ ରସିଦ ଦୁଇ ଖେଳାଳୀଙ୍କ ଧାର୍ମିକ ମନଭାବ ଯୋଗୁ ଇଂଲଣ୍ଡ ବିଜୟ ଉତ୍ସବରୁ ଦୂରେଇ ରହିଥାନ୍ତି।

ଇଂଲଣ୍ଡର କ୍ରିକେଟ ପ୍ରଶଂସକ ମୋଇନ ଅଲ୍ଲି ଓ ଅଦିଲ ରସିଦଙ୍କ ଧାର୍ମିକ ମନୋଭାବକୁ ପସନ୍ଦ କରିନାହାନ୍ତି। ଇଂଲଣ୍ଡର କ୍ରିକେଟ ପ୍ରଶଂସକ ଟୁଇଟ୍ କରି ମୋଇନ ଅଲ୍ଲି ଓ ଅଦିଲ ରସିଦ ଦୁଇ ଜଣଙ୍କ ଧାର୍ମିକ ମନଭାବକୁ ନା ପସନ୍ଦ କରିଥିଲେ। ଆଲକହଲ ଇଂଲଣ୍ଡର ପରଂପରା ଓ ସଂସ୍କୃତି ସହିତ ଜଡିତ । ଦେଶ ଏତେ ବଡ ସଫଲତା ହାସଲ କରିଥିବାବେଳେ ତାକୁ ନେଇ ଉତ୍ସବ ପାଳନରୁ ଏ ଦୁଇ ଖେଳାଳି ଦୂରେଇ ରହିବା ଦୁର୍ଭାଗ୍ୟର ବିଷୟ ବୋଲି ବହୁ ପ୍ରଶଂସକ ଟୁଇଟ କରି କହିଛନ୍ତି ।

wp:core-embed/twitter {"url":"https://twitter.com/Telegraph/status/1151158387599708161","type":"rich","providerNameSlug":"twitter","className":""}
https://twitter.com/Telegraph/status/1151158387599708161
/wp:core-embed/twitter wp:core-embed/twitter {"url":"https://twitter.com/Telegraph/status/1151158387599708161","type":"rich","providerNameSlug":"twitter","className":""}

/wp:core-embed/twitter

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.