Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଘୋଷଣା ହେଲା ଜ୍ଞାନପୀଠ ପୁରସ୍କାର : ୨୦୨୧ ପାଇଁ ନୀଳମଣି ଫୁକନ, ୨୦୨୨ ପାଇଁ କୌଙ୍କଣୀ ସାହିତ୍ୟିକ ଦାମୋଦେର ମୌଜଙ୍କୁ ସମ୍ମାନ
  • ||

ଟି-୨୦ ସିରିଜ୍‌ରୁ ହେବ ଓ୍ଵାର୍ଲ୍ଡ କପ୍ ଟିମର ସିଲେକ୍ସନ ! ସଙ୍କେତ ଦେଲେ ବ୍ୟାଟିଂ କୋଚ୍ ବିକ୍ରମ ରାଠୋର, କହିଲେ ଦଳର ରଣନୀତି

10/03/2021 at 6:38 PM

ନୂଆଦିଲ୍ଲୀ ୧୦।୦୩: ଭାରତ ଓ ଇଂଲଣ୍ଡ ମଧ୍ୟରେ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍‌ର ପ୍ରଥମ ମୁକାବିଲା ମାର୍ଚ୍ଚ ୧୨ରୁ ଆରମ୍ଭ ହେବ। ଏହି ସିରିଜ୍ ପାଇଁ ଭାରତୀୟ ଦଳରେ ୧୯ ଜଣ ଖେଳାଳିଙ୍କୁ ଚୟନ କରାଯାଇଛି। କାହିଁକି ୧୯ ଜଣ ଖେଳାଳିଙ୍କୁ ଦଳରେ ସୁଯୋଗ ଦିଆଯାଇଛି ଇସାରା ଇସାରାରେ ଏହାର ସଙ୍କେତ ଦେଇଛନ୍ତି ବ୍ୟାଟିଂ କୋଚ୍ ବିକ୍ରମ ରାଠୋର। ରାଠୋର କହିଛନ୍ତି ଭାରତୀୟ ଦଳରପ ପ୍ରବନ୍ଧକ ଚଳିତ ବର୍ଷ ଭାରତରେ ହେବାକୁ ଥିବା ଟି-୨୦ ବିଶ୍ଵ କପ୍‌ ପାଇଁ ନିଜ ଦଳ ପ୍ରସ୍ତୁତ କରୁଛନ୍ତି। ଏହି ଦୃଷ୍ଟିରୁ ଏହି ସିରିଜ୍‌ ପ୍ରତ୍ୟେକ ଖେଳାଳିଙ୍କ ପାଇଁ ଗୁରୁତ୍ଵପୂର୍ଣ୍ଣ। କାରଣ ଏହି ସିରିଜ୍‌ରୁ ହିଁ ଟି-୨୦  ବିଶ୍ଵ କପ୍‌ ପାଇଁ ଖେଳାଳିଙ୍କୁ ଚୟନ କରାଯାଇପାରେ।

ଇଏସପିଏନ କ୍ରିକଇନଫୋ ସହ ଆଲୋଚନା  ବେଳେ ବିକ୍ରମ ରାଠୋର କହିଛନ୍ତି, ଆମ ପାଖରେ ସନ୍ତୁଳିତ ବ୍ୟାଟିଂକ୍ରମ ରହିଛି। ମୁଁ ଆଶା କରୁଛି ଟି-୨୦ ସିରିଜ୍‌ରୁ ବିଶ୍ଵ କପ୍‌ ପାଇଁ ଦଳ ଚୟନର ପଥ ପରିଷ୍କାର ହୋଇଯିବ। ଆମେ ଏହା ଦେଖିବାକୁ ଚାହୁଁଛୁ ଯେ, ଯଦି କୌଣସି ଖେଳାଳି ଆହତ ହୁଅନ୍ତି ତେବେ ତାଙ୍କ ବିକଳ୍ପ ଖେଳାଳି କିଏ ହୋଇ ପାରିବ।

ରାଠୋର କହିଛନ୍ତି, ଦଳର ଉଦ୍ଦେଶ୍ୟ ମ୍ୟାଚ୍ ଜିତିବା, ସେ ଯେଉଁ ଖେଳାଳି ଯେମିତି ପ୍ରଦର୍ଶନ କରୁଥାନ୍ତୁ ନା କାହିଁକି। ଆମ ପାଇଁ ମ୍ୟାଚ୍  ଜିତିବା ଗୁରୁତ୍ଵପୂର୍ଣ୍ଣ। ତେଣୁ ଏହି ମୁକାବିଲା ସମସ୍ତଙ୍କ ଖେଳାଳିଙ୍କ ପାଇଁ ଅତି ଗୁରୁତ୍ଵ ବହନ କରୁଛି।

ସୂଚନାଯୋଗ୍ୟ, ଟି-୨୦ ସିରିଜ୍ ପରେ ଭାରତୀୟ ଖେଳାଳି ଦୁଇ ମାସ ପର୍ଯ୍ୟନ୍ତ ଆଇପିଏଲ ଖେଳିବେ। ଏଥିରେ ଟି-୨୦ ବିଶ୍ଵ କପ୍ ପାଇଁ ଖେଳାଳିଙ୍କୁ ଭଲ ଅଭ୍ୟାସ୍ କରିବାର ସୁଯୋଗ ମିଳିବ। ବର୍ତ୍ତମାନ ସଭିଙ୍କ ନଜର ଇଂଲଣ୍ଡ ବିପକ୍ଷ ମୁକାବିଲା ଉପରେ ରହିଛି ବୋଲି ବ୍ୟାଟିଂ କୋଚ୍ ବିକ୍ରମ ରାଠୋର କହିଛନ୍ତି।  

   Related Posts