Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୟୁପିରେ ବଡ ଧରଣର ଦୁର୍ଘଟଣା, ଖେରୀ ଘାଘରା ନଦୀରେ ଓଲଟିଲା ଡଙ୍ଗା, ୧୦୦ ଭାସିଗଲେ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୨ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୫୯ କୋଭିଡ୍ ପଜିଟିଭ୍
  • ||
  • ଓ୍ୱାର୍ମ ଅପ୍ ମ୍ୟାଚରେ ମୁହାଁମୁହିଁ ହେବେ ଭାରତ-ଅଷ୍ଟ୍ରେଲିଆ, କଙ୍ଗାରୁ ବାହିନୀକୁ ମାତ୍ ଦେବାକୁ ତୟାର ବିରାଟ ଏଣ୍ଡ କୋ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୪ ହଜାରରୁ ଅଧିକ କରୋନା ପଜିଟିଭ୍, ୧୯୭ ମୃତ
  • ||
  • ଆଜି କୁମାର ପୂର୍ଣ୍ଣିମା : ମା’ ବୃନ୍ଦାବତୀଙ୍କ ନିକଟରେ ଆଞ୍ଜୁଳି ଟେକିଲେ କୁମାରୀ
  • ||
  • ପୁରୀ : ଦାଦାବଟିକୁ କେନ୍ଦ୍ରକରି ମହିଳାଙ୍କୁ ଗୁଳିମାଡ଼, ପୂର୍ବରୁ ମିଳିଥିଲା ଧମକ
  • ||
  • ଜଗତସିଂହପୁର : କେନାଲର ଭାସୁଛି ଏକ ଗଳିତ ମୃତଦେହ, ୩ ଅଭିଯୁକ୍ତ ଅଟକ
  • ||

ଇଂଲଣ୍ଡ-ଶ୍ରୀଲଙ୍କା ଟି-୨୦ ସିରିଜ୍‌ର ମ୍ୟାଚ୍ ରେଫରୀ କୋଭିଡ୍-୧୯ ପଜିଟିଭ୍, ବିପଦରେ ୭ ସଦସ୍ୟ

27/06/2021 at 11:07 PM

ଲଣ୍ଡନ ୨୭।୦୬: ଇଂଲଣ୍ଡ ଓ ଶ୍ରୀଲଙ୍କା ମଧ୍ୟରେ ତିନି ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜରେ ଅମ୍ପାୟରିଂ କରୁଥିବା ଆଇସିସି ମ୍ୟାଚ୍ ରେଫରୀ ଫିଲ୍ ହ୍ଵିଟିକେସ୍ କୋଭିଡ୍-୧୯ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ରିପୋର୍ଟ ଆସିବା ମାତ୍ରେ ୫୬ ବର୍ଷୀୟ ଫିଲ୍ ୧୦ ଦିନ ପାଇଁ ନିଜକୁ ଆଇସୋଲେସନ କରି ଦେଇଛନ୍ତି। ଇଂଲଣ୍ଡ କ୍ରିକେଟ୍ ବୋର୍ଡ ଏହାର ସୂଚନା ଦେଇଛନ୍ତି।

ଜୁନ ୨୯ରେ ଚେଷ୍ଟର-ଲେ-ଷ୍ଟ୍ରିଟ୍‌ରେ ଦୁଇ ଦଳ ମଧ୍ୟରେ ହେବାକୁ ଥିବା ପ୍ରଥମ ଦିନିକିଆ ଉପରେ କୌଣସି ବିପଦ ନାହିଁ। ଇସିବି ନିୟର ପ୍ରେସ୍ ବିବୃତ୍ତିରେ କହିଛି, ମ୍ୟାଚ୍ ଅଧିକାରୀ ଓ ଦୁର୍ନୀତି ନିରୋଧୀ ୟୁନିଟ୍ ଟିମର ସାତ ଅନ୍ୟ ସଦସ୍ୟ  ତାଙ୍କ ସଂସ୍ପର୍ଶରେ ଆସିଥିଲେ। ସେଥିରେ ୫ ଜଣ ସଦସ୍ୟ ସାମିଲ୍।

ଏମିରାଟ୍ସ ରିଭରସାଇଡ୍ ଜୁନ ୨୯ରେ ଡରହମରେ ପ୍ରଥମ ଏକଦିବସୀୟ ମ୍ୟାଚ୍‌ରେ ଅମ୍ପାୟରିଂ କରିବେ। ହେଲେ ମ୍ୟାଚ୍‌ ରେଫରୀ ଫିଲ୍ ହ୍ଵିଟିକେସ୍‌ଙ୍କ ସଂସ୍ପର୍ଶରେ ଆସିଥିବା କର୍ମଚାରୀଙ୍କୁ ଜୁଲାଇ ୭ ପର୍ଯ୍ୟନ୍ତ ୧୦ ଦିନ ପାଇଁ କ୍ଵାରେଣ୍ଟାଇନ୍‌ରେ ରହିବାକୁ ପଡିବ। ଦୁଇ ଦଳର କୌଣସି ବି ସଦସ୍ୟ ଏଥିରେ ପ୍ରଭାବିତ  ହୋଇ ନାହାନ୍ତି।

ଘରୋଇ ଇଂଲଣ୍ଡ ଶ୍ରୀଲଙ୍କାକୁ ହରାଇ ଟି-୨୦ ସିରିଜ୍‌କୁ ଏକତରଫା ୩-୦ରେ ଜିତି ନେଇଛି। ଏହା ପରେ ଦୁଇ ଦେଶ ମଧ୍ୟରେ ତିନି ମ୍ୟାଚ୍‌ର ଦିନିକିଆ ସିରିଜ୍ ଖେଳାଯିବ। ଏହି ସିରିଜ୍ ପରେ ଇଂଲଣ୍ଡ ଓ ଭାରତ ମଧ୍ୟରେ ପାଞ୍ଚ ମ୍ୟାଚ୍‌ର ବହୁ ପ୍ରତୀକ୍ଷିତ  ହାଇଭୋଲଟେଜ୍ ଟେଷ୍ଟ ସିରିଜ୍ ଖେଳାଯିବ।

   Related Posts