ଭାରତ ଇଂଲଣ୍ଡ ମ୍ୟାଚ ପୂର୍ବରୁ ଇଂଲଣ୍ଡ ପାଇଁ ଖରାପ ଖବର : ଚିନ୍ତାରେ ପ୍ରଶଂସକ

Published By : Prameya-News7 Bureau | June 30, 2019 IST

ମଞ୍ଚେଷ୍ଟର ୩୦/୬ : ଆଜି ବିଶ୍ୱକପରେ ଭାରତ ଇଂଲଣ୍ଡ ମଧ୍ୟରେ ମୁକାବିଲା ଅଛି । ମ୍ୟାଚ ପୂର୍ବରୁ ଇଂଲଣ୍ଡ ଟିମ ଏକ ବଡ ଝଟକା ଲାଗିଛି । ଇଂଲଣ୍ଡ ଟିମର ସ୍ପିଡ଼ ବୋଲର ଜୋଫ୍ରା ଆର୍ଚାର ମ୍ୟାଚ ଖେଳିବା ପାଇଁ ସମ୍ପୂର୍ଣ ଫିଟ ନୁହନ୍ତି ବୋଲି ସୂତ୍ରରୁ ଜଣାପଡିଛି । ଜୋଫ୍ରା ଆର୍ଚର ଶନିବାର ଦିନ ମ୍ୟାଚ ପାଇଁ ଅଭ୍ୟାସ କରିବା ପାଇଁ ପଡିଆକୁ ଆସିଥିଲେ କିନ୍ତୁ ଗୋଟିଏ ବଲ ଖେଳି ସେ ଫେରି ଯାଇଥିଲେ । ଆର୍ଚର ଡାକ୍ତର ଟିମ ସହ ସାକ୍ଷାତ କରିଛନ୍ତି । ଅଷ୍ଟ୍ରେଲିଆ ସହ ମ୍ୟାଚ ଖେଳିବା ପୂର୍ବରୁ ଆର୍ଚ୍ଛାରଙ୍କ ଫିଟନେସ ଟେଷ୍ଟ ହୋଇଥିଲା । ତେବେ ଆଜିର ମ୍ୟାଚରେ ସେ ପ୍ଲେଇଙ୍ଗ ଇଲେଭେନରେ ରହିବେ ନା ନାହିଁ ତାହା ପରେ ଜଣାପଡିବ ।

ଯଦି ଆଜି ଭାରତ ବିପକ୍ଷ ମ୍ୟାଚରେ ଆର୍ଚର ନ ଖେଲାଣି ତାହେଲେ ଇଂଲଣ୍ଡ ଟିମ ପାଇଁ ଏହା ଏକ ବଡ ଝଟକା । ଆର୍ଚ୍ଛାର ଚଳିତ ବିଶ୍ୱକପରେ ଇଂଲଣ୍ଡ ପାଇଁ ସବୁଠାରୁ ଅଧିକ ୱିକେଟ ନେଇଛନ୍ତି । ସେ ୭ଟି ମ୍ୟାଚରେ ୧୬ଟି ୱିକେଟ ନେଇଛନ୍ତି ।

ଆଜିର ଭାରତ ଇଂଲଣ୍ଡ ମ୍ୟାଚ ବହୁତ ଗୁରୁତ୍ୱପୂର୍ଣ । ସେମି ଫାଇନାଲକୁ ଯିବା ପାଇଁ ଇଂଲଣ୍ଡକୁ ଦୁଇଟିରୁ ଗୋଟିଏ ମ୍ୟାଚ ଜିତିବାକୁ ପଡିବ । ଭାରତ ବିପକ୍ଷରେ ଇଂଲଣ୍ଡ ଗତ ୨୭ ବର୍ଷ ମଧ୍ୟରେ ବିଶ୍ୱକପରେ ମ୍ୟାଚ ଜିତିନାହିଁ । ଉଭୟ ଟିମ ବିଶ୍ୱକପରେ ୭ ଥର ପରସ୍ପର ମୁହାଁମୁହିଁ ହୋଇଛନ୍ତି । ୭ଟି ମ୍ୟାଚରୁ ଉଭୟ ଟିମ ୩ଟି ଲେଖାଏଁ ମ୍ୟାଚ ଜିତିଛନ୍ତି । ୨୦୧୧ ବିଶ୍ୱକପରେ ହୋଇଥିବା ମ୍ୟାଚ ଟାଏ ହୋଇଯାଇଥିଲା । ଏହି ମ୍ୟାଚରେ ଉଭୟ ଟିମ ୩୩୮ ରନ କରିଥିଲେ ।

 

ଯଦି ସବୁଠାରୁ କମ ସ୍କୋର କଥା କୁହାଯାଏ ତାହେଲେ ଭାରତ ସର୍ବନିମ୍ନ ୧୩୨ ରନ ଏବଂ ଇଂଲଣ୍ଡ ୧୬୮ ରନ କରିଛି । ଚଳିତ ବିଶ୍ୱକପରେ ଭାରତ ୬ଟି ମ୍ୟାଚ ଖେଳିଛି । ଏଥିରୁ ୫ଟି ମ୍ୟାଚରେ ବିଜୟ ହାସଲ କରିଥିବାବେଳେ ନ୍ୟୁଜିଲାଣ୍ଡ ବିପକ୍ଷରେ ହେବାକୁ ଥିବା ମ୍ୟାଚ ବର୍ଷା ପାଇଁ ଖେଳି ପାରିନଥିଲା । ଅପରପକ୍ଷରେ ଇଂଲଣ୍ଡ ୭ଟି ମ୍ୟାଚ ଖେଳିଛି । ଏଥିରୁ ୪ଟି ମ୍ୟାଚ ଜିତିଛି ଏବଂ ୩ଟିରେ ହାରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.