Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଶେଷରେ ରଦ୍ଦ ହେଲା ତିନି କୃଷି ଆଇନ, ବିଧେୟକ ଉପରେ ମୋହର ମାରିଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ
  • ||
  • ପଞ୍ଜାବ ନିର୍ବାଚନ ପୂର୍ବରୁ ବିଜେପିକୁ ବଡ଼ ସଫଳତା, ପଦ୍ମ ଧରିଲେ ଶିରୋମଣି ଅକାଳି ଦଳର ମନଜିନ୍ଦର ସିଂହ
  • ||
  • ନୂଆ କୋଭିଡ୍‌ ଭାରିଆଣ୍ଟକୁ ନେଇ ସଚେତନ ରହିବାକୁ ଅପିଲ୍‌ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
  • ||
  • ଜୁନିୟର ହକି ବିିଶ୍ୱକପ୍‌: ସେମିରେ ପ୍ରବେଶ କଲା ଫ୍ରାନ୍ସ
  • ||
  • ବଙ୍ଗୋମୁଣ୍ଡା ଆଇଆଇସିଙ୍କୁ କୋର୍ଟ ଚାଲାଣ କଲା ଭିଜିଲାନ୍ସ
  • ||
  • ଖଣ୍ଡପଡା : କଲେଜ ସମ୍ମୁଖରୁ ୨ ଛାତ୍ରୀଙ୍କୁ ଉଠାଇନେଲେ ଦୁର୍ବୃତ୍ତ, ପ୍ରତିବାଦରେ ଛାତ୍ରଛାତ୍ରୀଙ୍କ ରାସ୍ତାରୋକ
  • ||
  • ଭୁବନେଶ୍ବର : ୪ କୋଚ୍‌ଙ୍କୁ ବାଧ୍ୟତାମୂଳକ ଅବସର, ଅପାରଗତା ଓ ଦାୟିତ୍ବରେ ଅବହେଳା ପାଇଁ କାର୍ଯ୍ୟାନୁଷ୍ଠାନ
  • ||
  • ଗ୍ରାହକଙ୍କୁ ପୁଣି ମହଙ୍ଗା ମାଡ, ସିଲିଣ୍ଡର ପିଛା ୧୦୦ ଟଙ୍କା ବଢିଲା
  • ||
  • ସାନଖେମୁଣ୍ଡି : ବିଲରେ ପଡିଛି ନରକଙ୍କାଳ, ଧାନ କାଟିବା ବେଳେ ଦେଖିଲେ ଲୋକେ
  • ||
  • ସୁବର୍ଣ୍ଣପୁର : ମା’ ସୁରେଶ୍ଵରୀ ମନ୍ଦିରରୁ ଚୋରି ଘଟଣା : କାର୍ଯ୍ୟରେ ଅବହେଳା ପାଇଁ ୩ ପୋଲିସ କର୍ମଚାରୀ ସସ୍‌ପେଣ୍ଡ
  • ||

ପାକିସ୍ତାନ ବିପକ୍ଷ ଟି-୨୦ ସିରିଜ୍ ପାଇଁ ଇଂଲଣ୍ଡ ଚୟନ କଲା ଶକ୍ତିଶାଳୀ ଟିମ୍, ଦଳକୁ ଫେରିଲେ ଇଅନ ମୋର୍ଗାନ, ବାହାରିଲେ ବେନ ଷ୍ଟୋକ୍ସ

14/07/2021 at 5:12 PM

ନୂଆଦିଲ୍ଲୀ ୧୪।୦୭: ଇଂଲଣ୍ଡ ଓ ପାକିସ୍ତାନ ମଧ୍ୟରେ ତିନି ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ଶୃଙ୍ଖଳା ସଂପନ୍ନ ହୋଇଛି। ସିରିଜ୍‌ରେ ଇଂଲଣ୍ଡର ଦ୍ଵିତୀୟ ଧାଡିର ଖେଳାଳି ପାକିସ୍ତାନକୁ ୩-୦ରେ  ହରାଇ ସିରିଜ୍‌ କ୍ଲିନ୍ ସୁଇପ୍‌ କରିଛନ୍ତି। ଏବେ  ଜୁଲାଇ ୧୬ରୁ ଆରମ୍ଭ ହେଉଛି ତିନି ମ୍ୟାଚର ଟି-୨୦ ସିରିଜ୍। ହେଲେ ଟି-୨୦ ଶୃଙ୍ଖଳା ପାଇଁ ଇଂଲଣ୍ଡ ନିଜର ଶକ୍ତିଶାଳୀ ଦଳ ଘୋଷଣା କରିଛି। ଅଧିନାୟକ ଇଅନ ମୋର୍ଗାନଙ୍କ ପ୍ରତ୍ୟାବର୍ତ୍ତନ ହୋଇଛି। ହେଲେ ଦଳରୁ ବାଦ୍ ପଡିଛନ୍ତି ବେନ ଷ୍ଟୋକ୍ସ।

ଶ୍ରୀଲଙ୍କା ବିପକ୍ଷ ସୀମିତ ଓଭର ସିରିଜ୍‌ ପରେ ଇଂଲଣ୍ଡ କ୍ରିକେଟ୍ ଦଳର କିଛି ଖେଳାଳି କରୋନା ସଂକ୍ରମିତ ହେବାରୁ ପୂରା ଦଳକୁ ଆଇସୋଲେସନରେ ରହିବାକୁ ପଡିଥିଲା। ଫଳରେ ଇଂଲଣ୍ଡକୁ ପାକିସ୍ତାନ ବିପକ୍ଷ ଦିନିକିଆ ସିରିଜ୍‌ ପାଇଁ ବି ଗ୍ରେଡ୍ ଦଳ ଚୟନ କରିଥିଲା। ବେନ ଷ୍ଟୋକ୍ସ ଏହାର ଅଧିନାୟକ ଦାୟିତ୍ଵ ସମ୍ଭାଳିଥିଲେ। ହେଲେ ଇଂଲଣ୍ଡର ଏହି ବି ଟିମ୍‌ ପାକିସ୍ତାନ ଉପରେ ଭାରି ପଡିଥିଲେ ଏବଂ ସିରିଜ୍‌କୁ ୩-୦ରେ ଜିତି ନେଇଛନ୍ତି। ଏବେ କୋଭିଡ୍-୧୯ ଟେଷ୍ଟ ରିପୋର୍ଟ ନେଗେଟିଭ୍ ଆସିବା ପରେ ସମସ୍ତ ଖେଳାଳି ଦଳକୁ ଫେରିଛନ୍ତି। ପଲ୍ କଲିଙ୍ଗଉଡ୍‌ ମୁଖ୍ୟ ପ୍ରଶିକ୍ଷକଙ୍କ ଦାୟିତ୍ଵ ସମ୍ଭାଳୁଥିବା ବେଳେ କ୍ରିସ୍ ସିଲଭରଉଡ ଛୋଟ ବିରତି ନେବେ।

ପାକ୍ ବିପକ୍ଷ ଟି-୨୦ ସିରିଜ୍‌ ପାଇଁ ଇଂଲଣ୍ଡ ଦଳ

ଇଅନ ମୋର୍ଗାନ(ଅଧିନାୟକ), ମୋଇନ ଅଲ୍ଲୀ, ଜୋନି  ବେୟାରଷ୍ଟୋ, ଜାକ ବଲ୍, ଟମ ବେଣ୍ଟନ, ଜୋସ୍ ବଟଲର, ଟମ କରନ, ସୁଇସ୍ ଗ୍ରେଗାରୀ, କ୍ରିସ୍ ଜୋର୍ଡାନ, ସାକିବ ମହମୁଦ, ଡେଭିଡ୍ ମଲାନ, ମାଟ୍ ପାର୍କିଂସନ, ଆଦିଲ ରଶିଦ, ଜାସନ ରୟ, ଡେଭି୍ ଓ୍ଵିଲି।

   Related Posts