ବ୍ରିଟେନ ମହାରାଣୀ ଏଲିଜାବେଥଙ୍କ ସ୍ୱାମୀ ଫିଲିପ୍‌ଙ୍କ ଅନ୍ତ୍ୟେଷ୍ଟି ଦିନ ମାଇକେଲ୍‌ଙ୍କ ମୃତ୍ୟୁ

Published By : Prameya-News7 Bureau | April 20, 2021 IST

ଲଣ୍ଡନ, ୨୦/୦୪ : ବ୍ରିଟେନ ମହାରାଣୀ ଏଲିଜାବେଥଙ୍କ ସ୍ୱାମୀ ତଥା ଡ୍ୟୁକ୍‌ ଅଫ ଏଡିନବର୍ଗ ପ୍ରିନ୍ସ ଫିଲିପ୍‌ଙ୍କ ଅନ୍ତ୍ୟେଷ୍ଟି ଶନିବାର ୱିଣ୍ଡସର କାଷ୍ଟଲରେ ଅନୁଷ୍ଠିତ ହୋଇଛି। ଏଥିଲାଗି ସେଣ୍ଟ ଜର୍ଜ ଚାପେଲରୁ ଚୀର ବିଶ୍ରାମ ନିମନ୍ତେ ତାଙ୍କ ଶବାଧାରକୁ ବିଦାୟ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି। ହେଲେ ଏହି ଦିନ ଆଉ ଏକ ଦୁଃଖଦ ଘଟଣା ଇଂଲଣ୍ଡ ରାଜ ପରିବାରକୁ ମିଳିଛି । ରାଣୀଙ୍କ ଘନିଷ୍ଠ ବନ୍ଧୁ ତଥା ଅତି ବିଶ୍ୱାସୀ ରେସିଙ୍ଗ୍‌ ଉପଦେଷ୍ଟା ସାର୍‌ ମାଇକେଲ୍‌ ୱସ୍ୱାଲ୍ଡଙ୍କ ପ୍ରିନ୍ସ ଫିଲିପ୍‌ଙ୍କ ଅନ୍ତ୍ୟୋଷ୍ଟି ଦନ ହିଁ ମୃତ୍ୟୁ ହୋଇଛି ।

ମାଇକେଲ୍‌ ୧୯୭୦ ମସିହାରୁ ରାଣୀ ଏଲିଜାବେଥ୍‌ଙ୍କ ମାଆଙ୍କ ରେସିଙ୍ଗ୍‌ ମ୍ୟାନେଜର ଭାବେ କାର୍ଯ୍ୟ କରି ଆସୁଥିଲେ । ସେ ୨୦୦୨ ମସିହା ପର୍ଯ୍ୟନ୍ତ ତଥା ତାଙ୍କ ମାଆଙ୍କ ମୃତ୍ୟୁ ପର୍ଯ୍ୟନ୍ତ କାମ କରିଥିଲେ । ପରେ ସେ ରାଣୀଙ୍କୁ ରେସିଙ୍ଗ୍‌ ପାଇଁ ଉପଦେଶ ଦେଇ ଆସୁଥିଲେ ।

ସାର୍‌ ମାଇକେଲ୍‌ ୱାଲ୍‌ଟନ୍‌-ଅନ୍‌-ଥେମ୍‌ସ ସହରରେ ଜନ୍ମ ଗ୍ରହଣ କରିଥିଲେ । ସେ ସର୍ବଦା ରେସିଙ୍ଗ୍‌ ଇଭେଣ୍ଟ୍‌ରେ ଜଣେ ବରିଷ୍ଠ ସଦସ୍ୟ ଭାବେ ଦେଖାଦେଉଥିଲେ । ୨୦୨୦ ମସିହାରେ ତାଙ୍କୁ ନାଇଟ୍‌ ଗ୍ରାଣ୍ଡ କ୍ରସ୍‌ ଆଫ୍‌ ରୟାଲ ଭିକ୍ଟୋରିଆନ୍‌ ଅର୍ଡଚି ଅନର୍‌ ଲିଷ୍ଟରେ ସାମିଲ୍‌ କରାଯାଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.