Monday, July 15, 2019

News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

୨୭ ବର୍ଷ ପରେ ଆଇସିସି ବିଶ୍ୱକପ୍ ଫାଇନାଲରେ ଇଂଲଣ୍ଡ, ୮ ୱିକେଟ୍ ରେ ହାରିଲା ଅଷ୍ଟ୍ରେଲିଆ

ବର୍ମିଂହମ:  ଚମତ୍କାର ବୋଲିଂ ଓ ବ୍ୟାଟସ୍ ମ୍ୟାନମାନଙ୍କ ଦମଦାର ପ୍ରଦର୍ଶନ ବଳରେ ଇଂଲଣ୍ଡ ଗୁରୁବାର ୨୦୧୯ ବିଶ୍ୱକପ୍ ଫାଇନାଲରେ  ପ୍ରବେଶ କରିଛି। ବର୍ମିଂହମ ଏଜବେଷ୍ଟନରେ ଅଷ୍ଟ୍ରେଲିଆକୁ ଆୟୋଜକ ଇଂଲଣ୍ଡ  ୮ ୱିକେଟରେ ପରାସ୍ତ କରି ୧୯୯୨ ପରେ ଦ୍ୱିତୀୟବାର ଫାଇନାଲରେ ନିଜର ସ୍ଥାନ ନିଶ୍ଚିତ କରିଛି। ଫଳରେ ଜୁଲାଇ ୧୪ ଇଂଲଣ୍ଡ ଓ ନ୍ୟୁଜିଲ୍ୟାଣ୍ଡ ଟାଇଟଲ ମୁକାବିଲାର ସାକ୍ଷୀ ହେବ ଇଂଲଣ୍ଡର  ଐତିହାସିକ ଲର୍ଡସ ଗ୍ରାଉଣ୍ଡ। 

୫ ଥର ବିଶ୍ୱ ଚାମ୍ପିୟନ ଅଷ୍ଟ୍ରେଲିଆ ଗୁରବାର ଅନୁଷ୍ଠିତ ଦ୍ୱିତୀୟ ସେମିଫାଇନାଲରେ ଇଂଲଣ୍ଡକୁ ୨୨୪ ରନର ବିଜୟ ଲକ୍ଷ ଦେଇଥିଲା। ଜବାବରେ ଜୈସନ ରାୟଙ୍କ ଧୁଆଁଧାର ଅର୍ଦ୍ଧଶତକ ବଳରେ ଇଂଲଣ୍ଡ ମାତ୍ର  ୩୨.୧ ଓଭରରେ ନିର୍ଦ୍ଧାରିତ ଲକ୍ଷ ହାସଲ କରିନେଇଛି। ଟସ୍ ଜିତି ଅଷ୍ଟ୍ରେଲିଆ ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା। ତେବେ  ୪୯ ଓଭରରେ ଟିମର ସମସ୍ତ ଖେଳାଳି ଆଉଟ୍ ହୋଇଯାଇଥିବା ବେଳେ ଟିମର ସ୍କୋର ଥିଲା ମାତ୍ର ୨୨୩ ରନ୍ । 

ଖେଳ ଆରମ୍ଭରୁ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲେ କଙ୍ଗାରୁ ଦଳ। ମାତ୍ର ୬ ଓଭର ଗୋଟିଏ ବଲ ଖେଳାଯିବା ବେଳକୁ ଟିମ ୩ ୱିକେଟ୍ ହରାଇ କରିଥିଲା ୧୪ ରନ ଥିଲା। । ଯାହା କି  ଚଳିତ ବିଶ୍ୱକପ୍ ର ସର୍ବନିମ୍ନ ସ୍କୋର ବୋଲି କୁହାଯାଉଛି। ଅଷ୍ଟ୍ରେଲିୟ ଅଧିନାୟକ ଖାତା ଖୋଲିବା ପୂର୍ବରୁ ହିଁ  ଇଂଲିସ ପେସର ଜୋଫ୍ରା ଆର୍ଚ୍ଚରଙ୍କ ବଲରେ ଆଉଟ୍ ହୋଇ ପାଭିଲିୟନକୁ ଫେରିଥିଲେ। ସେହିପରି ପରବର୍ତ୍ତି ଓଭରରେ କ୍ରିସ ବୋକ୍ସ ୯ ରନ କରି ଖେଳୁଥିବା ଡାଭିଡ୍  ୱାର୍ଣ୍ଣରଙ୍କୁ ପ୍ରଥମେ ପାଭିଲିୟନକୁ ପଠାଇ ଥିବା ବେଳେ ୪ ରନ କରିଥିବା ନୂଆ ବ୍ୟାଟସ୍ ମ୍ୟାନ ପିଟର ହେଣ୍ଡସ୍ କମ୍ବଙ୍କୁ  ଆଉଟ୍ କରିଥିଲେ।

ତେବେ ଚତୁର୍ଥ ୱିକେଟ୍ ଜୋଡିରେ ଏଲେକ୍ସ କେରି ଟିମର ବୋଝ ସମ୍ଭାଳିଥିଲେ। ରନ ହାର ସୁଧାର ସହ ୧୦୩ ରନରେ ପହଞ୍ଚିଥିଲା ଟିମର ସ୍କୋର। ଏଥିରେ ଷ୍ଟିଭ ସ୍ମିଥଙ୍କ ୮୫ ରନ ଟିମକୁ ମଜବୁତ କରିଥିବା ବେଳେ ୨୨୩ ରନରେ ଅଟକି ଯାଇଥିଲେ କଙ୍ଗାରୁ। ଇଂଲଣ୍ଡ ପକ୍ଷରୁ ପେସର କ୍ରିସ ବୋକ୍ସ ଓ ସ୍ପିନର ଆଦିଲ ରସିଦ ସର୍ବାଧିକ ୩ଟି ଲେଖାଏଁ ୱିକେଟ ନେଇଛନ୍ତି। ସେହିପରି ଜୋଫ୍ରା ଆର୍ଚ୍ଚର ଓ ମାର୍କ ଉଡଙ୍କୁ ମିଳିଛି ଗୋଟିଏ ଲେଖାଏଁ ୱିକେଟ୍ । କ୍ରିସ୍ ଓକସ୍ ପ୍ଲେୟାର ଅଫ ଦି ମ୍ୟାଚ୍ ବିବେଚିତ ହୋଇଛନ୍ତି।

୨୦୧୫ ବିଶ୍ୱକପରେ  ପ୍ରଥମ ଥର ଇଂଲଣ୍ଡ ଲିଗ୍ ମ୍ୟାଚରୁ ଉପରକୁ ଉଠି ପାରିନଥିଲା। ହେଲେ ତା ପରେ  ଟିମ୍ କ୍ରମାଗତ ସୁଧାର ହେବାରେ ଲାଗିଛି। ଚଳିତ ବିଶ୍ୱକପ୍ କୁ ଏହାର ପ୍ରମାଣ ଭାବେ ଗ୍ରହଣ କରାଯାଇପାରେ। ୧୯୭୯,୧୯୮୭ ଓ ୧୯୯୨ ବିଶ୍ୱକପ୍ ଫାଇନାଲକୁ ଇଂଲଣ୍ଡ ପହଞ୍ଚିଯାଇଥିଲା। ହେଲେ ଟାଇଟଲ ବିଜେତା ହେବାର ସୌଭାଗ୍ୟ ହାସଲ କରିନି। ତେବେ ଚଳିତଥର ଟିମର ଫର୍ମକୁ ଦେଖି ବିଶେଷଜ୍ଞମାନେ ଇଂଲଣ୍ଡ ବିଶ୍ୱବିଜେତା ହେବ ବୋଲି ଆଶାବ୍ୟକ୍ତ କରୁଛନ୍ତି।

161 Views

   ସମ୍ବନ୍ଧିତ ଖବର