ବୋରିସ ଜନସନ ଏବେ ପ୍ରେମିକାଙ୍କ ପୁଅର ବାପ, ତେବେ ବ୍ରିଟିଶ ପ୍ରଧାନମନ୍ତ୍ରୀଙ୍କର କେତୋଟି ସନ୍ତାନ, ସେମାନଙ୍କର ନାଁ କ'ଣ କ'ଣ ?

Published By : Prameya-News7 Bureau | April 30, 2020 IST

ଲଣ୍ଡନ, ୩୦|୦୪:  ବ୍ରିଟେନ୍ ପ୍ରଧାନମନ୍ତ୍ରୀ ବୋରିସ ଜନସନଙ୍କ ଭାବି ପତ୍ନୀ କ୍ୟାରୀ ସିମଣ୍ଡସ୍ ବୁଧବାର ଏକ ପୁତ୍ର ସନ୍ତାନ ଜନ୍ମ କରିଛନ୍ତି । ଏହି ପୁତ୍ର ସନ୍ତାନଟି ଦମ୍ପତିଙ୍କ ପ୍ରଥମ ସନ୍ତାନ। କିନ୍ତୁ ଏହା ପୂର୍ବରୁ ମଧ୍ୟ ବୋରିସଙ୍କ ସନ୍ତାନ ରହିଛନ୍ତି ।ବୋରିସ ଏବେ ୫୫ ବର୍ଷର ହୋଇଥିବା ବେଳେ ସିମଣ୍ଡସଙ୍କ ବୟସ ୩୨ ।

ଜଣେ ମୁଖପାତ୍ର କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ଓ ସିମଣ୍ଡସ୍ ଗୁରୁବାର ସକାଳେ ପୁତ୍ର ସନ୍ତାନ ଜନ୍ମ ହୋଇଥିବା ପ୍ରକାଶ କରିଥିଲେ । ଏବେ ଉଭୟ ମାଆ ଓ ଶିଶୁ ପୁତ୍ର ସୁସ୍ଥ ଅଛନ୍ତି । ପ୍ରଧାନମନ୍ତ୍ରୀ ଓ ସିମଣ୍ଡସ୍ ଲଣ୍ଡନ ମେଡିକାଲର ସମସ୍ତ କର୍ମଚାରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି । ବ୍ରିଟେନରେ ପିତାଙ୍କୁ ମଧ୍ୟ ସନ୍ତାନ ଜନ୍ମ ହେଲେ ଛୁଟି ପ୍ରଦାନ କରାଯାଇଥାଏ । ତକରୋନା ସଙ୍କଟ ଟଳିଲା ପରେ ବୋରିସ ଛୁଟି ନେବେ ବୋଲି କହିଛନ୍ତି । ତେବେ ବୋରିସଙ୍କ ପ୍ରକୃତରେ କେତେ ଜଣ ସନ୍ତାନ ରହିଛନ୍ତି ତାହାକୁ ନେଇ ବିବାଦ ଲାଗି ରହିଛି ।

{"id":262673,"width":690,"height":430,"sizeSlug":"large"}

ରିପୋର୍ଟ ଅନୁସାରେ, ବୋରିସଙ୍କର ପୂର୍ବରୁ ୫ଜଣ ସନ୍ତାନ ରହିଛନ୍ତି । ଏବେ ଶିଶୁ ପୁତ୍ର ଜନ୍ମ ହେବା ପରେ ଏହି ସଂଖ୍ୟା ୬ରେ ପହଁଚିଛି । ବୋରିସ ଓ ତାଙ୍କ ପ୍ରଥମ ପତ୍ନୀ  ମାରିନା ହ୍ୱିଲରଙ୍କର ୪ଟି ସନ୍ତାନ ରହିଥିଲେ । ଉଭୟେ ସେପ୍ଟେମ୍ବର ୨୦୧୮ରେ ବିବାହ ବିଚ୍ଛେଦ କରିବେ ବୋଲି ନିଷ୍ପତ୍ତି ନେଇଥିଲେ । ଚଳିତ ବର୍ଷ ଫେବ୍ରୁଆରୀରେ ସେମାନେ ପରସ୍ପରକୁ ଛାଡପତ୍ର ଦେଇଥିଲେ । ସେମାନଙ୍କର ସବୁଠାରୁ ବଡ ସନ୍ତାନ ହେଉଛି ଲାରା ଲେଟିସ୍ । ଯାହାଙ୍କର ବୟସ ହେଉଛି ୨୭ । ସେ ଲେଖିକା ଭାବେ କାମ କରନ୍ତି । ଏହାପରେ ବୋରିସ ଓ ମାରିନାଙ୍କ ଦ୍ୱିତୀୟ ସନ୍ତାନ ହେଉଛନ୍ତି ମିଲୋ ଆରଥୁର୍ । ସେ ୨୫ ବର୍ଷର ହୋଇଥିବା ବେଳେ ଓ୍ୱେଷ୍ଟମିନଷ୍ଟର୍ ସ୍କୁଲରେ ପଢନ୍ତି । ସେମାନଙ୍କର ତୃତୀୟ ସନ୍ତାନ ହେଉଛନ୍ତି କାସି ପିଚେସ୍ । ଏହି ୨୩ ବର୍ଷୀୟା ଯୁବତୀ ହାଇଗେଚ୍ ସ୍କୁଲରେ ପାଠ ପଢୁଛନ୍ତି । ସେହିପରି ଚତୁର୍ଥ ସନ୍ତାନ ଥେଡୋରୋ ଆପୋଲୋ ଏବେ କେମ୍ବ୍ରିଜ୍ ବିଶ୍ୱବିଦ୍ୟାଳୟରେ ଅଧ୍ୟୟନରତ ।

{"id":262678,"width":686,"height":465,"sizeSlug":"large"}

ଏତତ୍ ବ୍ୟତୀତ ବୋରିସଙ୍କର କଳା ଶିକ୍ଷୟତ୍ରୀ ହେଲେନ୍ ମେକିନଟାୟାରଙ୍କ ସହ ସମ୍ପର୍କ ଥିବା ମଧ୍ୟ କୁହାଯାଏ । ଉଭୟଙ୍କର ଜଣେ କନ୍ୟା ସନ୍ତାନ ରହିଛନ୍ତି ।  ସନ୍ତାନଜଣଙ୍କ ହେଉଛନ୍ତି ଷ୍ଟିଫେନ୍ । ସେ ୨୦୦୯ରେ ଜନ୍ମ ହୋଇଥିଲେ । ତେବେ ଏହାକୁ ନେଇ କୋର୍ଟରେ ମାମଲା ମଧ୍ୟ ଚାଲିଥିଲା । ହେଲେନ୍ କୋର୍ଟରେ ମାମଲା କରିଥିଲେ ମଧ୍ୟ ହାରିଯାଇଥିଲେ । ତେବେ ୨୦୧୦ରେ ଷ୍ଟିଫେନଙ୍କ ବାବଦରେ ଡେଲିମେଲରେ ଖବର ପ୍ରକାଶ ପାଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.