Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନୂଆଦିଲ୍ଲୀ : ଶୁକ୍ରବାରଠୁ ରାଜଧାନୀରେ ସମସ୍ତ ସ୍କୁଲ ବନ୍ଦ, ଘୋଷଣା କଲେ କେଜ୍ରିଓ୍ୱାଲ୍‌ ସରକାର
  • ||
  • ବାଇକକୁ ପିଟିଲା ଜୁସ୍ ବୋଝେଇ ଟ୍ରକ୍, ୨ ଆରୋହୀ ମୃତ
  • ||
  • ଘାରିଛି ଓମିକ୍ରନ ବିପଦ : ବିଳମ୍ବିତ ହେବ ଟିମ୍ ଇଣ୍ଡିଆର ଦକ୍ଷିଣ ଆଫ୍ରିକା ଗସ୍ତ ! ସମୟ ମାଗିଲା ବିସିସିଆଇ
  • ||
  • ଓଏସଏପି ଯବାନଙ୍କ ଆତ୍ମହତ୍ୟା, ଗଛରେ ଝୁଲୁଛି ମୃତଦେହ
  • ||
  • କ୍ଲାସରୁମ୍ ଭିତରକୁ ପଶିଆସିଲା ବାଘ, ଛାତ୍ରଛାତ୍ରୀଙ୍କୁ ଗୋଡାଇ ଗୋଡାଇ କଲା ଘାଇଲା
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୧୫କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୨୫୨ କରୋନା ସଂକ୍ରମିତ, ୧୦୪୯୫୯୭ରେ ପହଞ୍ଚିଲା ସଂଖ୍ୟା
  • ||
  • ମାର୍ଗଶିର ଗୁରୁବାରରେ ଲକ୍ଷ୍ମୀ ମନ୍ଦିରରୁ ଚୋରି, ନେଇଗଲେ ହୁଣ୍ଡି ଓ ସୁନା ଗହଣା
  • ||
  • ଗୁଜୁରାଟ ଦଙ୍ଗା ବେଳେ କେଉଁ ସରକାର ଥିଲା ? ସିବିଏସଇର ପ୍ରଶ୍ନକୁ ନେଇ ବିବାଦ ଜୋର
  • ||

ଟି ୨୦ ବିଶ୍ବକପ : ଭାନ୍‌ ଡର ଦୁସେନ୍‌ ଏବଂ ଆଡେନ୍‌ ମାର୍କରମଙ୍କ ବିସ୍ଫୋରକ ଇନିଂସ, ଇଂଲଣ୍ଡକୁ ଟାର୍ଗେଟ୍‌…

6/11/2021 at 9:23 PM

ଶାରଜାହା ୦୬/୧୧ : ଶାରଜାହା କ୍ରିକେଟ ଷ୍ଟାଡିୟମରେ ମୁହାଁମୁହିଁ ହୋଇଛନ୍ତି ଇଂଲଣ୍ଡ ଏବଂ ଦକ୍ଷିଣ ଆଫ୍ରିକା । ଟସ ଜିତି ବୋଲିଂ ନିଷ୍ପତ୍ତି ନେଇଥିଲା ଇଂଲଣ୍ଡ । କର ବା ମର ମ୍ୟାଚରେ ଦକ୍ଷିଣ ଆଫ୍ରିକା ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ଓଭରରେ ୨ ଓ୍ବିକେଟ ହରାଇ ୧୮୯ ରନ ସଂଗ୍ରହ କରିଛି । ଦଳ ପକ୍ଷରୁ ଭାନ୍‌ ଡର ଦୁସେନ ବିସ୍ଫୋରକ ବ୍ୟାଟିଂ କରି ଦଳକୁ ବିଶାଳ ସ୍କୋର ଦେଇଛନ୍ତି । ଇଂଲଣ୍ଡକୁ ଜିତିବାକୁ ହେଲେ ୧୯୦ ରନ କରିବାକୁ ହେବ । ତେବେ ବଡ କଥା ହେଉଛି ଦକ୍ଷିଣ ଆଫ୍ରିକାକୁ ସେମି ଫାଇନାଲକୁ ଉତ୍ତୀର୍ଣ୍ଣ ହେବାକୁ ହେଲେ ଇଂଲଣ୍ଡକୁ ୧୩୦ ରନ ଭିତରେ ଅଲଆଉଟ କିମ୍ବା ରୋକିବାକୁ ହେବ । ଇଂଲଣ୍ଡ ସେମିଫାଇନାଲକୁ ଉତ୍ତୀର୍ଣ୍ଣ ହୋଇସାରିଛି । ତେଣୁ ଏହି ମ୍ୟାଚରେ ଇଂଲଣ୍ଡ ଦଳ ଉପରେ କୌଣସି ଫରକ ପଡୁନଥିବା ବେଳେ ଦକ୍ଷିଣ ଆଫ୍ରିକାକୁ ବିଜୟୀ ହେବା ସହ ନେଟ୍‌ ରନ୍‌ରେଟ୍‌ ବେଶ ଆବଶ୍ୟକତା ରହିଛି ।

ଦକ୍ଷିଣ ଆଫ୍ରିକା ପକ୍ଷରୁ ଓପନର ରିଜା ହେନରିକସ୍‌ ମାତ୍ର ୨ ରନ କରି ଆଉଟ ହୋଇଥିଲେ । ପରେ କ୍ବିଣ୍ଟନ ଡି କକ୍ ବଡ ସ୍କୋର କରିନଥିଲେ ସୁଦ୍ଧା ୩୪ ରନର ସମ୍ମାନଜନକ ସ୍କୋର କରି ଆଉଟ ହୋଇଛନ୍ତି । ପରେ ଭାନ୍‌ ଡର ଦୁସେନ ବିସ୍ଫୋରକ ବ୍ୟାଟିଂକରି ମାତ୍ର ୬୦ ବଲରୁ ୫ ଚୌକା ଏବଂ ୬ ଛକା ସହାୟତାରେ ୯୪ ରନ କରି ଅପରାଜିତ ଅଛନ୍ତି । ସେହିଭଳି ଆଡେନ୍‌ ମାର୍କରମ୍‌ ୫୨ ରନ କରି ଅପରାଜିତ ଅଛନ୍ତି ।

ଇଂଲଣ୍ଡର ବୋଲରମାନେ ମହଙ୍ଗା ସାବ୍ୟସ୍ତ ହୋଇଛନ୍ତି । ମୋଇନ ଅଲ୍ଲୀ ୪ ଓଭରରେ ୨୭ରନ ଦେଇ ୧ ଓ୍ବିକେଟ ନେଇଥିବା ବେଳେ, କ୍ରିସ୍‌ ଓ୍ବକସ୍‌ ୪ ସଭରରେ ୪୩ ରନ, ଆଦିଲ ରସିଦ ୪ ଓଭରରେ ୩୨ରନ ୧ ଓ୍ବିକେଟ, କ୍ରିସ ଜୋର୍ଡନ୍‌ ୪ ଓଭରରେ ୩୬ ରନ ଏବଂ ମାର୍କ ଉଡ୍‌ ୪ ଓଭରରେ ୪୭ରନ ଦେଇଛନ୍ତି ।  

   Related Posts