ଟି ୨୦ ବିଶ୍ବକପ : ଇଂଲଣ୍ଡର ଶାଣିତ ବୋଲିଂ ଆଗରେ ଚାଲିଲାନି ଅଷ୍ଟ୍ରେଲିଆ ବ୍ୟାଟ୍‌, ବିଜୟ ଲକ୍ଷ୍ୟ….

Published By : Prameya-News7 Bureau | October 30, 2021 IST

ଦୁବାଇ ୩୦/୧୦ : ଟି ୨୦ ବିଶ୍ବକପର ହାଇ ଭୋଲଟେଜ୍‌ ମ୍ୟାଚରେ ନିରାଶ କରିଛି ଅଷ୍ଟ୍ରେଲିଆ । ଟସ ଜିତି ଇଂଲଣ୍ଡ ବୋଲିଂ ନିଷ୍ପତ୍ତି ନେବାପରେ ପ୍ରଥମେ ବ୍ୟାଟିଂକରି ନିର୍ଦ୍ଧାରିତ ୨୦ ଓଭରରେ ସମସ୍ତ ଓ୍ବିକେଟ ହରାଇ ୧୨୫ ରନ କରିବାକୁ ସକ୍ଷମ ହୋଇଛି ଅଷ୍ଟ୍ରେଲିଆ । ଇଂଲଣ୍ଡର ଶାଣିତ ବୋଲିଂ ସାମ୍ନାରେ ଧରାଶୟୀ ହୋଇଛନ୍ତି କଙ୍ଗାରୁ ବ୍ୟାଟ୍ସମ୍ୟାନ । ଅଧିନାୟକ ଆରୋନ୍‌ ଫିଞ୍ଚଙ୍କ ବ୍ୟତିତ ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ ବଡ ସ୍କୋର କରିବାକୁ ସକ୍ଷମ ହୋଇନାହାନ୍ତି ।

ଅଷ୍ଟ୍ରେଲିଆ ପ୍ରଥମରୁ ହିଁ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା । ଓପନର ଡେଭିଡ୍ ଓ୍ବାର୍ଣ୍ଣର (୧ରନ) ନିରାଶ କରିଛନ୍ତି । ପରେ ଷ୍ଟେଭ୍‌ ସ୍ମିଥ ମାତ୍ର ୧ ରନ କରି ଆଉଟ ହୋଇଥିଲେ । ଅଧିନାୟକ ଆରୋନ୍‌ ଫିଞ୍ଚ ୪୪ ରନ କରି ଆଉଟ ହୋଇଥିବା ବେଳେ, ଗ୍ଲେନ୍‌ ମାକ୍ସଓ୍ବେଲ ୬ରନ, ମାର୍କସ୍‌ ଷ୍ଟୋଇନିସ୍‌ ୦, ମାଥ୍ୟୁ ଓ୍ବେଡ୍‌ ୧୮, ଆଷ୍ଟନ୍‌ ଆଗର ୨୦, ପ୍ୟାଟ୍‌ କମିନ୍ସ ୧୨ ରନ କରି ଆଉଟ ହୋଇଛନ୍ତି । ମିଚେଲ୍‌ ଷ୍ଟାର୍କ ୧୩ରନ ଏବଂ ଆଡମ ଜାମ୍ପା ୧ ରନ କରି ଆଉଟ ହୋଇଛନ୍ତି । ଜୋସ୍‌ ହେଜେଲଉଡ ୦ ରନକରି ଅପରାଜିତ ଅଛନ୍ତି ।

ଇଂଲଣ୍ଡ ପକ୍ଷରୁ କ୍ରିସ୍‌ ଓ୍ବକସ୍‌ ୪-୨୩-୨ ଏବଂ କ୍ରିସ୍‌ ଜୋର୍ଡନ୍‌ ୪-୧୭-୩ ଚମତ୍କାର ବୋଲିଂ କରି ଅଷ୍ଟ୍ରେଲିଆର ବ୍ୟାଟିଂ ମେରୁଦଣ୍ଡ ଭାଙ୍ଗିଦେଇଛନ୍ତି । ଅନ୍ୟମାନଙ୍କ ମଧ୍ୟରେ, ଲିୟାମ ଲିଭିଙ୍ଗଷ୍ଟନ୍‌ ୪ ଓଭରରେ ୧୫ ରନ ୧ ଓ୍ବିକେଟ, ଆଦିଲ ରସିଦ ୪ ଓଭରରେ ୧୯ ରନ ୧ ଓ୍ବିକେଟ ଏବଂ ଟିମାଲ ମିଲସ୍‌ ୪ ଓଭରରେ ୪୫ ରନ ଦେଇ ୨ ଓ୍ବିକେଟ ନେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.