ଇଂଲଣ୍ଡ ଟିମ୍ ରହିଛନ୍ତି ହୋଟେଲ ମେ ଫେୟାର ରେ, ନିଜ ରୁଚିରେ ଖାଉଛନ୍ତି ଅନ୍ୟ ରେଷ୍ଟୁରାଣ୍ଟରେ
24/11/2018 at 5:09 PM

ଭୁବନେଶ୍ବର ୨୪|୧୧: ନିଜ ରୁଚିରେ ଖାଇବା ଏବଂ ପର ରୁଚିରେ ପିନ୍ଧିବେ । ଏଭଳି ନୀତି ଆପଣେଇଛି ଇଂଲଣ୍ଡ ହକି ଟିମ୍ । ଗତ ଥର ଇଂଲଣ୍ଡ ଟିମ୍ ରହୁଥିବା ହୋଟେଲର ଖାଦ୍ୟ ଖାଇ ଅସୁସ୍ଥ ହୋଇପଡିଥିଲେ ଖେଳାଳି । ତେଣୁ ଏଥର ଇଂଲଣ୍ଡ ଟିମ୍ ଭୁବନେଶ୍ବର ଆସିବା ବେଳେ ନିଜ ସହ ସେଫ୍ ମାଇକେଲଙ୍କୁ ବି ଆଣିଛନ୍ତି । ଦଳ ମେ ଫେୟାର ହୋଟେଲରେ ରହିବ କିନ୍ତୁ ସୈନିକ ସ୍କୁଲ ନିକଟରେ ଥିବା ଏକ ରେଷ୍ଟୁରାଣ୍ଟରେ ଖାଇବେ । ସେମାନଙ୍କ ରୁଚି ଅନୁଯାୟୀ ବ୍ରେକଫାଷ୍ଟ, ଲଞ୍ଚ, ଡିନର ପ୍ରସ୍ତୁତ କରିବେ ସେଫ୍ ମାଇକେଲ୍ । ଯିବା ଆସିବା ଲାଗି ସୁରକ୍ଷା ଯୋଗାଇବ କମିଶନରେଟ୍ ପୋଲିସ ।
ଶୁକ୍ରବାର ବିଳମ୍ବିତ ରାତିରେ ଆସି ପହଞ୍ଚିଛନ୍ତି ଇଂଲଣ୍ଡ ଖେଳାଳୀ । ଇଂଲଣ୍ଡ ଟିମ୍ ମେ ଫେୟାର ହୋଟେଲରେ ରହିବେ । କିନ୍ତୁ ସେଠି ବ୍ରେକଫାଷ୍ଟ, ଲଞ୍ଚ କି ଡିନର କରିବେନି । ତାଙ୍କ ପାଇଁ ହୋଇଛି ସେପାରେଟ୍ କିଚେନ୍ । ଆଉ ସେଫ୍ ବି ଆସିଛନ୍ତି ଇଂଲଣ୍ଡରୁ । ସୈନିକ ସ୍କୁଲ ନିକଟରେ ଥିବା ଏକ ରେଷ୍ଟୁରାଣ୍ଟରେ ସ୍ବତନ୍ତ୍ର ଭାବେ ସେମାନଙ୍କ ପାଇଁ ପ୍ରିପେୟାର ହେବ ଡିସ୍ । ଡିସ୍ ପ୍ରିପେୟାର କରିବେ ଇଂଲଣ୍ଡ ସେଫ୍ ମାଇକେଲ୍ । ସେମାନେ ଯାହା ଖାଇବାକୁ ଚାହିଁବେ ସେହି ଡିସ୍ ପ୍ରସ୍ତୁତ କରିବେ ମାଇକେଲ୍ । ଗତ ଥର ଭାରତ ଗସ୍ତ ବେଳେ ଇଂଲଣ୍ଡ ଖେଳାଳି ରହୁଥିବା ହୋଟେଲ ଖାଦ୍ୟ ଖାଇ ସେମାନଙ୍କ ଦେହ ଖରାପ ହୋଇଯାଇଥିଲା । ତେଣୁ ଭୁବନେଶ୍ବର ଆସିବା ପୂର୍ବରୁ ନିଜ ସେଫ୍ ଆଣିବାକୁ ପ୍ରସ୍ତାବ ଦେଇଥିଲା ଇଂଲଣ୍ଡ । ମର୍ଯ୍ୟଦା ଦୃଷ୍ଟିରୁ ବିଶ୍ବକପ୍ ରେ ଭାଗ ନେଉଥିବା ଟିମ୍ ନିଜ ପସନ୍ଦର ଖାଦ୍ୟ ଯେକୌଣସି ସ୍ଥାନରୁ ଖାଇପାରିବେ । ସେଥିପାଇଁ ହକି ଇଣ୍ଡିଆ ଏବଂ ଫେଡେରେସନ୍ ଅଫ୍ ଇଣ୍ଡରନ୍ୟାସନାଲ୍ ହକି ପକ୍ଷରୁ ଏକ ସ୍ବତନ୍ତ୍ର ଗାଇଡଲାଇନ ବି ରହିଛି ।
ଗୋଟିଏ ପରେ ଗୋଟିଏ ଦଳ ଭୁବନେଶ୍ବରରେ ପହଞ୍ଚୁଛନ୍ତି । ମେ ଫେୟାର ଲାଗୁନରେ ଆର୍ଜେଣ୍ଟିନା, ଦକ୍ଷିଣ ଆଫ୍ରିକା, ଚୀନ ରହୁଛନ୍ତି । ସ୍ବସ୍ତି ପ୍ରୀମିୟମରେ ରହୁଛନ୍ତି ଫ୍ରାନସ ଖେଳାଳି । ହୋଟେଲ ଗୁଡିକରେ ଖେଳାଳିଙ୍କ ପାଇଁ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଛି । ବିଶେଷ କରି ଖେଳାଳିଙ୍କ ପାଇଁ କଣ୍ଟିନେଣ୍ଟାଲ ଫୁଡ୍ ଉପରେ ଗୁରୁତ୍ବ ଦିଆଯାଇଛି । ଏହାଛଡା ସ୍ବତନ୍ତ୍ର ଡାଇଟିସିଆନଙ୍କ ସହ ଆଲୋଚନା କରାଯାଇ ବ୍ରେକଫାଷ୍ଟ, ଲଞ୍ଚ ଏବଂ ଡିନର ମେନ୍ୟୁ ପ୍ରସ୍ତୁତ ହୋଇଛି ।
ସରକାରୀ ନୋଟିସ୍ ଅନୁଯାୟୀ ରାତି ସାଢେ ଗୋଟେ ଯାଏଁ ଖେଳାଳି ଏବଂ ଡେଲିଗେଟ୍ସ ପାଇଁ ଖୋଲା ରହିବ ବାର୍ । ଏଥିପାଇଁ କମିଶନରେଟ୍ ପୋଲିସ ପକ୍ଷରୁ କଡା ସୁରକ୍ଷା ବ୍ୟବସ୍ଥା ମଧ୍ୟ ଗ୍ରହଣ କରାଯାଇଛି ।