Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପଦ୍ମ ସମ୍ମାନ ଘୋଷଣା: ୩ଟି ବର୍ଗରେ ମୋଟ ୧୧୯ ଜଣ ପାଇବେ ସମ୍ମାନ
  • ||
  • ବଜେଟ୍‌ ଡେ’ରେ ପାର୍ଲାମେଣ୍ଟ ଚଲୋ: ଆନ୍ଦୋଳନକାରୀ କୃଷକ ଦେଲେ ଡାକରା
  • ||
  • ଚିନ୍ତା ବଢାଇଲେଣି କୁଲଡିହା ହାତୀପଲ, ନଷ୍ଟ କରୁଛନ୍ତି ବ୍ୟାପକ ଫସଲ
  • ||
  • ଭୁବନେଶ୍ବର : ଫେବୃଆରୀ ୧୪ରୁ ରାଜ୍ୟରେ ଦ୍ବିତୀୟ ପର୍ଯ୍ୟାୟ ଟିକାକରଣ
  • ||
  • ଅନୁଗୋଳ : ଜିଲ୍ଲାପାଳଙ୍କ ଅଫିସ୍ ଆଗରେ ମା’ ଓ ପୁଅଙ୍କ ଆତ୍ମାହୁତି ଉଦ୍ୟମ
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୩୦ କୋଭିଡ୍ ସଂକ୍ରମିତ, ୩୩୪୪୩୦ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ବ୍ରହ୍ମପୁର : ଟ୍ରାକ୍ଟର ସହ ବାଇକ୍ ଧକ୍କା, ଜଣେ ମୃତ, ୨ ଶ୍ରମିକ ଗୁରୁତର
  • ||
  • ଆନନ୍ଦପୁର : ଧାନ ଡୋଲି ଓଲଟିପଡି ସ୍ତ୍ରୀ ମୃତ, ସ୍ବାମୀ ଗୁରୁତର
  • ||
  • ଖସୁଛି କରୋନା ଗ୍ରାଫ୍‌, ଦେଶରେ ଗତ ୨୪ଘଣ୍ଟାରେ ୧୩,୨୦୩ କୋଭିଡ଼ ସଂକ୍ରମିତ ଚିହ୍ନଟ
  • ||
  • ବରଗଡ : ଭିଜିଲାନ୍ସ ଜାଲରେ ବରଗଡ ଜିଲ୍ଲା ଭଟଲି ବ୍ଲକ୍ କେଲେଙ୍ଗାପାଲିର ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ
  • ||

ଲକ୍‌ଡାଉନ୍‌ ବିରୋଧରେ ରାସ୍ତାକୁ ଓହ୍ଲାଇଲେ ଇଂଲଣ୍ଡ, ଜର୍ମାନୀ ସମେତ ଅନେକ ଦେଶର ଲୋକେ: କହିଲେ- ଏହା ଷଡ଼ଯନ୍ତ୍ରକାରୀ ସିଦ୍ଧାନ୍ତ

24/11/2020 at 9:26 PM

ନୂଆଦିଲ୍ଲୀ ୨୪/୧୧: ମହାମାରୀ କରୋନା ପୁଣି ଥରେ ନିଜର ଗତି ତୀବ୍ର କରିଛି। ଭାରତ ସମେତ ଅନକେ ଦେଶରେ ଏବେ କରୋନା ସଂକ୍ରମଣ ବୃଦ୍ଧି ପାଇଛି। ଏହାକୁ ନଜରରେ ରଖି ନିଜ ଲୋକଙ୍କୁ ସୁରକ୍ଷିତ ରଖିବା ପାଇଁ ସରକାର ପୁଣି ଥରେ ଲକ୍‌ଡାଉନ୍‌ ଲାଗୁ କରିବାକୁ ନିଷ୍ପତ୍ତି ନେଇଛନ୍ତି। କିନ୍ତୁ ଏଥର ଲକ୍‌ଡାଉନ୍‌ ଆଉ ଲୋକଙ୍କର ହଜମ ହେଉନାହିଁ। ସରକାରଙ୍କ ବିରୋଧରେ ରାଜ ରାସ୍ତା ଉପରେ ଜୋରଦାର ପ୍ରଦର୍ଶନ ଆରମ୍ଭ କରିଛନ୍ତି ଇଂଲଣ୍ଡ, ଜର୍ମାନୀ ସମେତ ଅନେକ ଦେଶର ଲୋକେ।

ଇଂଲଣ୍ଡରେ ପୋଲିସ-ଜନତା ମୁହାଁମୁହିଁ
ଲକ୍‌ଡାଉନ୍‌ ପାଇଁ ଲୋକଙ୍କ ପାଇଁ ସମସ୍ୟା ବୃଦ୍ଧି ପାଉଥିବା ବେଳେ ନିୟମ ସ୍ବାଧୀନତା ଛିନ୍ନ କରୁଥିବା ନେଇ ଲୋକେ ଭାବୁଛନ୍ତି। ସଂକ୍ରମଣ ବୃଦ୍ଧି ଯୋଗୁ ଦ୍ବିତୀୟ ଥର ଲକ୍‌ଡାଉନ୍‌ ଲାଗୁ କରାଯାଇଛି। ତେବେ ଏହା ବିରୋଧରେ ଇଂଲଣ୍ଡର  ଲୋକେ ରାସ୍ତାକୁ ଓହ୍ଲାଇଛନ୍ତି। ସ୍ବାଧୀନତାର ନାରା ଲଗାଉଥିବା ଭିଡ଼ ସେଠାରେ ଉପସ୍ଥିତ ପୋଲିସକୁ ଆକ୍ରମଣ କରୁଥିବା ସୂଚନା ମିଳିଛି। ତେବେ ଦ୍ବିତୀୟ ଲକ୍‌ଡାଉନ୍‌ ଶେଷ ହେବାକୁ ଦୁଇ ସପ୍ତାହରୁ ଅଧିକ ସମୟ  ବାକି ଅଛି।

ଜର୍ମାନୀରେ ସଡ଼କ ଉପରେ ଲୋକେ
ଜର୍ମନୀରେ ବି ଲୋକେ ଲକ୍‌ଡାଉନ୍‌ ବିରୋଧରେ ରାଜ ରାସ୍ତାକୁ ଓହ୍ଲାଇଥିବା ଦେଖିବାକୁ ମିଳିଛି। ଲକ୍‌ଡାଉନ୍‌ ପ୍ରତ୍ୟାହାର କରିବାକୁ ଦାବି କରିବା ସହ ସୁରକ୍ଷାବଳଙ୍କ ଉପରେ ଲୋକେ ଆକ୍ରମଣ କରିଛନ୍ତି। ଲୋକମାନେ ବିରୋଧ କରିବାକୁ ଯାଇ ପିନ୍ଧିଥିବା ମାସ୍କ ବାହାର କରି ଫୋପାଡ଼ିଥିଲେ।

ୟୁରୋପର  ଅନେକ ସହରରେ ପ୍ରଦର୍ଶନ
କରୋନା ସଂକ୍ରମଣ ବୃଦ୍ଧିକୁ ନଜରରେ ରଖି ଅଷ୍ଟ୍ରିଆ, ବେଲଜିୟମ, ଫ୍ରାନ୍ସ, ଜର୍ମାନୀ, ଇଟାଲୀ, ନେଦରଲାଣ୍ଡସ୍‌ ଓ ସ୍ପେନ୍‌ ଭଳି ୟୁରୋପୀୟ ଦେଶରେ ପୁଣି ଥରେ ଲକ୍‌ଡାଉନ୍‌ ଲାଗୁ  କରିବାକୁ ନିଷ୍ପତ୍ତି ହୋଇଥିଲା ଯାହାକୁ ସେଠାକର ଲୋକେ ସ୍ବୀକାର କରିନଥିଲେ । ୟୁରୋପର ଲୋକେ ଏଭଳି ନିଷ୍ପତ୍ତିକୁ ବ୍ୟକ୍ତିଗତ ସ୍ବାଧୀନତା ହନନ ତଥା ଷଡ଼ଯନ୍ତ୍ରକାରୀ ସିଦ୍ଧାନ୍ତ ବୋଲି କହିଛନ୍ତି।

ଏହା ସହ ଭାଇରସ୍‌ ବାହାନା କରି ସରକାର ଧୋକା ଦେଉଥିବା କହିଛନ୍ତି ଲୋକେ। ସେପଟେ ବ୍ୟବସାୟୀ ଓ ଶ୍ରମିକ ନିଜର ଭବିଷ୍ୟତକୁ ନେଇ ଚିନ୍ତିତ ଅଛନ୍ତି। ବିଶେଷ କରି ଇଟାଲୀରେ ଏବେ ସ୍ଥିତି ସଂଗୀନ ରହିଛି। ସିନେମା ଘର, ରେଷ୍ଟୋରାଣ୍ଟ ଆଦି ବନ୍ଦ ହୋଇଯିବା ପରେ ଲୋକେ ଦୁଇ ସପ୍ତାହ ହେଲା ବିରୋଧ ପ୍ରଦର୍ଶନ ଜାରି ରଖିଛନ୍ତି।

   Related Posts