Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବିଜେଡିରେ ମିଶିବେ ପ୍ରଦୀପ ମାଝୀ, କହିଲେ ନବୀନଙ୍କ ହାତମୁଠା ଟାଣ କରିବି
  • ||
  • ଆଇଆଇଟି ଜମ୍ମୁର ନୂତନ ଗୃହ ଲୋକାର୍ପଣ କରିବେ ଗୃହମନ୍ତ୍ରୀ ଅମିତ ଶାହ, ଉପସ୍ଥିତ ରହିବେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୪୭ କୋଭିଡ୍ ପଜିଟିଭ୍
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୫ ହଜାରରୁ ଅଧିକ କରୋନା ପଜିଟିଭ୍, ୫୬୧ ମୃତ
  • ||
  • ଚିଲିକାକୁ ଆସିଲେଣି ବିଦେଶୀ ପକ୍ଷୀ, ସୁରକ୍ଷା ପାଇଁ ବନ ବିଭାଗ ପ୍ରସ୍ତୁତ
  • ||
  • ଲକ୍ଷ୍ମୀପୁର ହିଂସାର ମୁଖ୍ୟ ଅଭିଯୁକ୍ତ ଆଶିଷ ମିଶ୍ରାଙ୍କୁ ଡେଙ୍ଗୁ, ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି
  • ||
  • କମୁଛି ତାପମାତ୍ରା, ଦାରିଙ୍ଗିବାଡିରେ ୧୧ ଡିଗ୍ରୀକୁ ଖସିଲା ପାରଦ
  • ||
  • ସୁପର ସଣ୍ଡେରେ ସୁପର ମୁକାବିଲା : ଟି୨୦ ବିଶ୍ୱକପରେ ଭାରତ-ପାକିସ୍ତାନ ହାଇଭୋଲଟେଜ୍ ଫାଇଟ୍
  • ||

ପଞ୍ଚମ ଟେଷ୍ଟ ପାଇଁ ଇଂଲଣ୍ଡ ଦଳରେ ବଡ ପରିବର୍ତ୍ତନ, ଭାରତକୁ ଅଡୁଆରେ ପକାଇଥିବା ସ୍ପିନର ସାମିଲ୍

7/09/2021 at 6:49 PM

ନୂଆଦିଲ୍ଲୀ ୦୭।୦୯: ଇଂଲଣ୍ଡ ଭାରତ ବିପକ୍ଷ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍‌ର ଅନ୍ତିମ ମୁକାବିଲା ପାଇଁ ନିଜର ଦଳ ଘୋଷଣା କରିଛି। ଇସିବି ସେପ୍ଟେମ୍ବର ୧୦ରୁ ଆରମ୍ଭ ହେଉଥିବା ଶେଷ ଟେଷ୍ଟ ପାଇଁ ୧୬ ଜଣିଆ ଦଳ ଘୋଷଣା କରିଛି। ଦଳରେ ଜୋସ ବଟଲର ଓ ଜ୍ୟାକ୍ ଲିଚ୍‌ଙ୍କୁ ସାମିଲ କରାଯାଇଛି। ବାପା ହୋଇଥିବାରୁ ବଟଲର ଚତୁର୍ଥ ଟେଷ୍ଟ ଖେଳି ପାରିନଥିଲେ। ଏବେ ସେ ଦଳକୁ ଫେରିଛନ୍ତି। ତେଣୁ ମୋଇନ ଅଲ୍ଲୀଙ୍କୁ ଉପ ଅଧିନାୟକ ଦାୟିତ୍ଵ ଦିଆଯାଇଥିଲା।

ଦୁଇ ଦଳ ମଧ୍ୟରେ ସେପ୍ଟେମ୍ବର ୧୦ରୁ ମାଞ୍ଚେଷ୍ଟରର ଓଲ୍ଡ ଟ୍ରାଫର୍ଡରେ ଶେଷ ଟେଷ୍ଟ ଖେଳାଯିବ। ବର୍ତ୍ତମାନ ସିରିଜ୍‌ରେ ଭାରତ ୨-୧ରେ ଅଗ୍ରଣୀ ହାସଲ କରିଛି। ଭାରତ ଓଭାଲରେ ଖେଳାଯାଇଥିବା ଚତୁର୍ଥ ଟେଷ୍ଟରେ ଘରୋଇ ଇଂଲଣ୍ଡକୁ ୧୫୭ ରନରେ ହରାଇଛି। ଭାରତ ଓଭାଲରେ ୫୦ ବର୍ଷ ପରେ ବିଜୟ ହାସଲ କରିଛି। ଏହା ପୂର୍ବରୁ ଦଳ ୧୯୭୧ରେ ବିଜୟ ହାସଲ କରିଥିଲା।

ବାମହାତୀ ସ୍ପିନର ଜ୍ୟାକ୍ ଲିଚ୍‌ ଫେବୃଆରୀ-ମାର୍ଚ୍ଚରେ ଭାରତରେ ଖେଳାଯାଇଥିବା ୪ ମ୍ୟାଚ୍‌ର ଟେଷ୍ଟ ସିରିଜ୍‌ରେ ବହୁତ ସଫଳ ରହିଥିଲେ। ସେ ୨୯ ହାରରେ ସବୁଠୁ ଅଧିକ ୧୮ ଓ୍ଵିକେଟ୍ ନେଇଥିଲେ। ଇଂଲଣ୍ଡ ଦଳର ଅନ୍ୟ କୌଣସି ବୋଲର ୧୦ ଓ୍ଵିକେଟ୍ ନେଇ ପାରିନଥିଲେ। ହେଲେ ଦଳ ଭାରତଠୁ ୩-୧ରେ ସିରିଜ୍ ହାରିଥିଲା।

ପଞ୍ଚମ ଟେଷ୍ଟ ପାଇଁ ଇଂଲଣ୍ଡ ଦଳ

ଜୋ ରୁଟ୍(ଅଧିନାୟକ), ମୋଇନ ଅଲ୍ଲୀ, ଜେମ୍ସ ଆଣ୍ଡରସନ, ଜନି ବେୟାରଷ୍ଟୋ, ରରି ବର୍ଣ୍ଣ୍ସ, ଜୋସ ବଟଲର, ସାମ କରନ, ହସିବ ହମିଦ,  ଡାନ ଲରେନ୍ସ, ଜ୍ୟାକ ଲିଚ୍, ଡେଭିଲ ମଲାନ, କ୍ରେଗ ଓଭରଟନ, ଓଲି ପୋପ୍, ଓଲି ରବିନସନ, କ୍ରିସ୍ ଓ୍ଵକ୍ସ, ମାର୍କ ଉଡ।

   Related Posts