Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୟୁପିରେ ବଡ ଧରଣର ଦୁର୍ଘଟଣା, ଖେରୀ ଘାଘରା ନଦୀରେ ଓଲଟିଲା ଡଙ୍ଗା, ୧୦୦ ଭାସିଗଲେ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୨ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୫୯ କୋଭିଡ୍ ପଜିଟିଭ୍
  • ||
  • ଓ୍ୱାର୍ମ ଅପ୍ ମ୍ୟାଚରେ ମୁହାଁମୁହିଁ ହେବେ ଭାରତ-ଅଷ୍ଟ୍ରେଲିଆ, କଙ୍ଗାରୁ ବାହିନୀକୁ ମାତ୍ ଦେବାକୁ ତୟାର ବିରାଟ ଏଣ୍ଡ କୋ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୪ ହଜାରରୁ ଅଧିକ କରୋନା ପଜିଟିଭ୍, ୧୯୭ ମୃତ
  • ||
  • ଆଜି କୁମାର ପୂର୍ଣ୍ଣିମା : ମା’ ବୃନ୍ଦାବତୀଙ୍କ ନିକଟରେ ଆଞ୍ଜୁଳି ଟେକିଲେ କୁମାରୀ
  • ||
  • ପୁରୀ : ଦାଦାବଟିକୁ କେନ୍ଦ୍ରକରି ମହିଳାଙ୍କୁ ଗୁଳିମାଡ଼, ପୂର୍ବରୁ ମିଳିଥିଲା ଧମକ
  • ||
  • ଜଗତସିଂହପୁର : କେନାଲର ଭାସୁଛି ଏକ ଗଳିତ ମୃତଦେହ, ୩ ଅଭିଯୁକ୍ତ ଅଟକ
  • ||

ଭାରତୀୟ ଟିମ୍‌ ଆମ ପାଇଁ ଖତର୍‌ନାକ୍: ଇଂଲଣ୍ଡର ବୋଲିଂ କୋଚ୍

30/01/2021 at 11:07 AM

ନୂଆଦିଲ୍ଲୀ, ୩୦/୧: ଭାରତ ଏବଂ ଇଲଂଣ୍ଡ ମଧ୍ୟରେ ଚାରି ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜ୍‌ ଫେବୃଆରୀ ୫ରେ ଆରମ୍ଭ ହେବାକୁ ଯାଉଛି । ସିରିଜ୍‌ ଆରମ୍ଭ ପୂର୍ବରୁ ଇଲଂଣ୍ଡର ବୋଲିଂ କୋଚ୍‌ ଗ୍ରାହାମ ଥୋପ ଭାରତକୁ ନେଇ ନିଜ ମତ ପ୍ରକାଶ କରିଛନ୍ତି । ସେ କହିଛନ୍ତି ଯେ, ଏହି ମ୍ୟାଚ୍‌ରେ ଭାରତୀୟ ଦଳର ସ୍ପିନର କେବେଳ ନୁହଁନ୍ତି ଦ୍ରୁତ ବୋଲରଙ୍କୁ ମଧ୍ୟ ସାମ୍ନା କରିବା ପାଇଁ ଦଳକୁ ପ୍ରସ୍ତୁତ କରାଯାଉଛି । ଏଥିସହ ସେ କହିଛନ୍ତି ଯେ, ଭାରତୀୟ ବ୍ୟାଟ୍ସ ମ୍ୟାନଙ୍କ ପ୍ରତିଭାକୁ ଦେଖି ଇଲଂଣ୍ଡ ଦଳକୁ ପ୍ରଶିକ୍ଷଣ ଦିଆଯାଉଛି।

ଭାରତ ବିପକ୍ଷ ସିରିଜ ଆରମ୍ଭ ପୂର୍ବରୁ ଭାରତୀୟ ବୋଲର ଆକ୍ରମଣାତ୍ମକ ଭାବେ ବୋଲିଂ କରୁଛନ୍ତି ବୋଲି ଥୋପ ଗଣମାଧ୍ୟମକୁ କହିଛନ୍ତି । ” କେବଳ ସ୍ପିନ୍ ନୁହେଁ ମୁଁ ଭାବୁଛି ସେମାନଙ୍କର ଦ୍ରୁତ ବୋଲିଂ ମଧ୍ୟ ବିପକ୍ଷ ଦଳକୁ ଚିନ୍ତାରେ ପକାଇଥାଏ । ସ୍ପିନ୍ ପ୍ରତି ସମ୍ପୂର୍ଣ୍ଣ ଧ୍ୟାନ ଦେଇ ଆଗକୁ ବଢ଼ିବା ଠିକ୍ ନୁହେଁ । ଦ୍ରୁତ ବୋଲିଂ ସହିତ ସ୍ପିନ୍‌ର ମୁକାବିଲା କରିବା ପାଇଁ ଆମକୁ କଠିନ ପରିଶ୍ରମ କରିବାକୁ ପଡ଼ିବ । ” ଏନେଇ କୋଚ୍‌ ସୂଚନା ଦେଇଛନ୍ତି ।

ଥୋପ କହିଛନ୍ତି, “ଭାରତୀୟ ଦଳର ଆକ୍ରମଣାତ୍ମକ ବ୍ୟାଟିଂ ବହୁତ ଭଲ ରହିଛି ଏବଂ ଆମେ ଏହି ବିଷୟରେ ସମ୍ପୂର୍ଣ୍ଣ ଭାବେ ଅବଗତ ଅଛୁ । ଭାରତୀୟ ଦଳ ଯେତେବେଳେ ଉପ ମହାଦ୍ୱୀପକୁ ଆସିବେ ସେତେବେଳେ ତାଙ୍କୁ ସ୍ପିନ୍ ବୋଲିଂର ସାମ୍ନା କରିବାକୁ ପଡିବ । ଏଥିରେ ଭାରତୀୟ ଦଳ ଉପରେ କିଛି ପ୍ରଭାବ ପଡ଼ିବ । ଆମେ ଏହି ବିଷୟରେ ଭଲ ଭାବରେ ଜାଣିଛୁ। ପ୍ରଶିକ୍ଷଣ ସମୟରେ ଏହି ଦୁଇଟି ଜିନିଷ ମଧ୍ୟରେ ସନ୍ତୁଳନ ବଜାୟ ରଖିବାକୁ ଏକ ପ୍ରୟାସ କରାଯିବ। ”   

ଇଂଲଣ୍ଡର କିଛି ଖେଳାଳୀ ଉପ ମହାଦ୍ୱିପରେ ଖେଳି ନାହାନ୍ତି । ଯେଉଁ କାରଣରୁ ଭାରତ ଠାରୁ କିଛି ମାମଲାରେ ଦଳ ପଛୁଆ ହୋଇପାରେ । କିନ୍ତୁ ଖେଳାଳୀମାନେ କଠିନ ପରିଶ୍ରମ କରୁଛନ୍ତି ଏବଂ ସେମାନେ ନିଶ୍ଚୟ ଭଲ କରିବେ ବୋଲି ଥୋପ ଆଶା କରିଛନ୍ତି  ।

   Related Posts