Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ICC ଟି-୨୦ ରାଙ୍କିଂ : ୪ର୍ଥ ସ୍ଥାନରେ ପାକିସ୍ତାନ ବ୍ୟାଟ୍ସମ୍ୟାନ୍‌ ମହମ୍ମଦ ରିଜଓ୍ବାନ, ବିରାଟ କୋହଲି (୫) ଏବଂ ଲୋକେସ ରାହୁଲ (୮) ଖସିଲେ
  • ||
  • କରଞ୍ଜିଆ : ନଭେମ୍ବର ପହିଲାରୁ ଖୋଲିବ ଶିମିଳିପାଳ ଜାତୀୟ ଉଦ୍ୟାନ
  • ||
  • ସୋର : ଭଙ୍ଗା ଘରୁ ମିଳିଲା ପୁଳା ପୁଳା ରାସନ କାର୍ଡ, ଲୋକଙ୍କୁ ଦିଆନଯାଇ ଲୁଚାଇ ରଖାଯାଇଥିଲା କାହିଁକି ?
  • ||
  • ଆନନ୍ଦପୁର : କଣ୍ଡକ୍ଟରଙ୍କ ଭୁଲ୍, ଯାତ୍ରୀଙ୍କ ଗୋଡ ଉପରେ ଚଢିଗଲା ବସ୍
  • ||
  • କୋଣାର୍କ : ବାଇକ୍ ଚୋରି ରାକେଟ୍ ଠାବ : ୮ ବାଇକ୍ ସହ ୪ ଅଭିଯୁକ୍ତ ଗିରଫ
  • ||
  • ତେଲକୋଇ : କାଞ୍ଜିପାଣି ଘାଟିରେ ଭାରସ୍ୟାମ ହରାଇ ଓଲଟିଲା ଅଟୋ, ୫ବର୍ଷର ଶିଶୁ ସମେତ ୩ ଗୁରୁତର
  • ||
  • ଚାନ୍ଦବାଲି : ଅଘୋଷିତ ବିଦ୍ୟୁତ କାଟ୍ : ଦୀର୍ଘ ୧୨ଘଣ୍ଟା ଧରି ଅନ୍ଧାରରେ ରହିଲା ଆଖଣ୍ଡଳମଣୀ ପୀଠ
  • ||
  • ଭୁବନେଶ୍ବର : ନଭେମ୍ବର ୧ରୁ ଯୁକ୍ତ ୩ ପ୍ରଥମ ବର୍ଷ ଏବଂ ୧୫ରୁ ପିଜି ପ୍ରଥମ ବର୍ଷ କ୍ଲାସ୍ ଖୋଲିବ
  • ||
  • ଖୋର୍ଦ୍ଧା : ୩ ଦିନ ହେବ ଚିଲିକା ମଝିରେ ଫସିଥିଲା ଡଙ୍ଗା, ୨ ମତ୍ସ୍ୟଜୀବୀଙ୍କ ସହ ୧୦ବର୍ଷର ଛୁଆ ଉଦ୍ଧାର
  • ||
  • ଭୁବନେଶ୍ବର : ମମିତା ମେହେର ହତ୍ୟା ଘଟଣାରେ ନୀରବତାକୁ ବରଦାସ୍ତ କରାଯିବନି : କଂଗ୍ରେସ
  • ||

ଆସେସ୍ ସିରିଜକୁ ବହିଷ୍କାର କରିବେ ଇଂଲଣ୍ଡ କ୍ରିକେଟର ! ଜାଣନ୍ତୁ କାହିଁକି ?

16/09/2021 at 8:49 AM

ନୁଆଦିଲ୍ଲୀ,୧୬/୦୯:    ଇଂଲଣ୍ଡର ଅନେକ ବରିଷ୍ଠ ଖେଳାଳି ଚଳିତ ବର୍ଷ ଅଷ୍ଟ୍ରେଲିଆରେ ହେବାକୁ ଥିବା ଆସେସ୍ ସିରିଜକୁ ବହିଷ୍କାର କରିପାରନ୍ତି । କ୍ୱାରେଣ୍ଟାଇନର କଡା ନିୟମ ପାଇଁ ଖେଳାଳିମାନେ ୪ ମାସ ଯାଏଁ ହୋଟେଲର ଗୋଟିଏ ରୁମରେ ରହିବାକୁ ଚାହାଁନ୍ତି ନାହିଁ । ତେଣୁ ସେମାନେ ବହିଷ୍କାର ନିଷ୍ପତ୍ତି ନେଇପାରନ୍ତି ବୋଲି କୁହାଯାଉଛି ।

ଇଏସପିଏନ କ୍ରିକଇନଫୋ ଅନୁସାରେ, ଇଂଲଣ୍ଡ ଏବଂ ଓ୍ୱେଲସ୍ କ୍ରିକେଟ୍ ବୋର୍ଡ ନିଜର ଟପ୍ ଖେଳାଳିଙ୍କୁ ଅଷ୍ଟ୍ରେଲିଆ ପଠାଇବାକୁ ଚାହୁଁନି । ତେବେ ସେମାନେ ସିରିଜ୍ ସ୍ଥଗିତ କରିବା କଥା ବିଚାର କରିନାହାଁନ୍ତି । ଯାହାକୁ ନେଇ ବରିଷ୍ଠ ଖେଳାଳି ଓ ସପୋର୍ଟ ଷ୍ଟାଫ୍ ଅସନ୍ତୁଷ୍ଟ ରହିଛନ୍ତି ।

ରିପୋର୍ଟ ଅନୁସାରେ, ଟିମ୍ ଓ ଇସିବି ଅଧିକାରୀ ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ସେମାନେ ଅଷ୍ଟ୍ରେଲିଆ ଗସ୍ତକୁ ଆଂଶିକ ବା ସମ୍ପୂର୍ଣ୍ଣ ଭାବେ ସ୍ଥଗିତ ରଖିବାକୁ ଦାବି କରିଥିଲେ । ତେବେ ବୋର୍ଡ ଏହାକୁ ଖାରଜ କରିଦେଇଥିଲା । ଦଳ ଆସେସରେ ଯୁବ ଓ ଅନଭିଜ୍ଞ ଖେଳାଳିଙ୍କୁ ପଠାଇପାରେ ବୋଲି ଅନୁମାନ କରାଯାଉଛି ।

ରିପୋର୍ଟରେ ଆହୁରି କୁହାଯାଇଛି ଯେ, ଅନ୍ୟ ବିକଳ୍ପ ଉପରେ ବିଚାର କରାଯାଉଛି । କିପରି ଭାବେ ଖେଳାଳିଙ୍କୁ ମନାଯିବ କିମ୍ବା ଅନ୍ୟ ରାସ୍ତା ବାହାରିବ ସେନେଇ ମଧ୍ୟ ବିତାର ବିମର୍ଶ ଜାରି ରହିଛି ।

   Related Posts