Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମର୍ମନ୍ତୁଦ ଦୁର୍ଘଟଣା: ଡୋଡା ଘାଟିରେ ଖସିପଡିଲା ମାଟାଡୋର, ୮ ମୃତ ଓ ଅନେକ ଆହତ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୬ ହଜାରରୁ ଅଧିକ କରୋନା ପଜିଟିଭ୍, ୭୩୩ ମୃତ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୧୨ କୋଭିଡ୍ ପଜିଟିଭ୍
  • ||
  • କରଞ୍ଜିଆରେ ମାତିଛନ୍ତି ଝାଡଖଣ୍ଡୀ ହାତୀ, ନଷ୍ଟ କରୁଛନ୍ତି ଏକର ଏକର ଫସଲ
  • ||
  • ସିରିଜ୍‌ ଦୁର୍ଘଟଣା, ପଛକୁ ପଛ ଧକ୍କା ହେଲେ ୮ ଗାଡ଼ି ; ୩ ମୃତ
  • ||
  • ମମିତା ମେହେର ହତ୍ୟା ମାମଲା : ବିଜେପି ପକ୍ଷରୁ ୧୨ ଘଣ୍ଟିଆ ସୋନପୁର ବନ୍ଦ ପାଳନ
  • ||
  • ଓଡିଶା ଆସୁଛନ୍ତି କେନ୍ଦ୍ର କୋଇଲା ମନ୍ତ୍ରୀ, ଗସ୍ତ କରିବେ ପାରାଦୀପ ଓ ତାଲଚେର
  • ||

IPL ୧୪ ର ଅବଶିଷ୍ଟ ମ୍ୟାଚ୍‌ ଇଂଲଣ୍ଡରେ ଖେଳାଯିବ ! ଏଭଳି ପ୍ରସ୍ତାବ ରଖିଲେ କାଉଣ୍ଟିଂ ଟିମ୍‌

6/05/2021 at 9:52 PM

ଲଣ୍ଡନ ୦୬/୦୫ : କରୋନା ସଂକ୍ରମଣ ଯୋଗୁଁ ଅଧାରୁ ସ୍ଥଗିତ ହୋଇଛି ଆଇପିଏଲ ସିଜିନ୍‌ ୧୪ । ତେବେ ଅବଶିଷ୍ଟ ମ୍ୟାଚ୍‌ ଖେଳାଯିବ କି ନାହିଁ ତାହା ଅନିଶ୍ଚିତତା ଭିତରେ ରହିଛି । ଏହାରି ମଧ୍ୟରେ ବାକିଥିବା IPL ମ୍ୟାଚ୍‌ ଖେଳିବାକୁ ଇଚ୍ଛା ବ୍ୟକ୍ତ କରିଛି ଇଂଲିସ୍‌ କାଉଣ୍ଟିଂ କ୍ରିକେଟ । ଚଳିତ ଆଇପିଏଲରେ ବାକିଥିବା ୩୧ ମ୍ୟାଚ ଖେଳାଯିବା ନେଇ ମତ ପ୍ରକାଶ କରିଛନ୍ତି କାଉଣ୍ଟିଂ ଟିମ ମିଡିଲସିକ୍ସ, ସରେ, ଓ୍ବାରଓ୍ବିକ୍‌ଶାୟର ଏବଂ ଲଙ୍କାଶାୟର ।

ସୂଚନାଯୋଗ୍ୟ, ଆଇପିଏଲର ୧୪ତମ ସିଜିନରେ ୪ ଜଣ ଭାରତୀୟ କ୍ରିକେଟର କରୋନା ସଂକ୍ରମିତ ଚିହ୍ନଟ ହେବା ପରେ ଏହି ଫଟାଫଟ୍‌ ଟୁର୍ଣ୍ଣାମେଣ୍ଟକୁ ସ୍ଥଗିତ ରଖାଯାଇଛି । ଭାରତରେ ଚଳିତ ବର୍ଷ କରୋନାର ତୃତୀୟ ଲହର ଆସିବା ନେଇ ସତର୍କ କରାଇଛନ୍ତି ବିଶେଷଜ୍ଞ । ତେଣୁ ଆସନ୍ତା ସେପ୍ଟେମ୍ବର ମାସରେ ଆଇପିଏଲର ଅବଶିଷ୍ଟ ମ୍ୟାଚ ଇଂଲଣ୍ଡରେ ଆୟୋଜନ କରିବାକୁ ଚିନ୍ତା କରୁଛି ।

ଆସନ୍ତା ସେପ୍ଟେମ୍ବରରେ ଭାରତୀୟ ଟିମର ଇଂଲଣ୍ଡ ଗସ୍ତ ରହିଛି । ତେବେ ଯଦି ସେତେବେଳେ ଦେଶରେ କରୋନା ସଂକ୍ରମଣ ଆୟତରେ ଥାଏ ତେବେ ଭାରତୀୟ ଟିମ ଇଂଲଣ୍ଡ ଗସ୍ତରେ ଯିବ । ଏହା ପ​‌ରେ ସେଠାରେ ଆଇପିଏଲର ଅବଶିଷ୍ଟ ମ୍ୟାଚ୍‌ ଖେଳାଯିବ ।

   Related Posts