ଇତିହାସ ରଚିଲେ ବେନ୍ ଷ୍ଟୋକସ୍, କପିଲ ଦେବଙ୍କ ସମେତ ଅନେକଙ୍କୁ ପଛରେ ପକାଇଲେ

Published By : Prameya-News7 Bureau | July 11, 2020 IST

ଲଣ୍ଡନ, ୧୧|୦୭:   ଇଂଲଣ୍ଡ ଓ ଓ୍ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଖେଳାଯାଇଥିବା ପ୍ରଥମ ଟେଷ୍ଟରେ ଇଂଲଣ୍ଡର ନେତୃତ୍ୱ ନେଉଥିବା ବେନ୍ ଷ୍ଟୋକସ୍ ଇତିହାସ ରଚିଛନ୍ତି । ସେ ପ୍ରଥମ ଇନିଂସରେ ୪୯ ରନ୍ କରିବା ସହ ୪ ଓ୍ୱିକେଟ୍ ନେଇଥିଲେ । ଏହାସହ ଟେଷ୍ଟ୍ କ୍ରିକେଟରେ ୧୫୦ ଓ୍ୱିକେଟ୍ ପୂରଣ କରିଥିଲେ । ଏପରିକି ସେ ୪୦୦୦ ରନ୍ ମଧ୍ୟ ପୂରଣ କରିଛନ୍ତି । ଏହାସହ ସେ ଟେଷ୍ଟ କ୍ରିକେଟରେ ଏପରି କାରନାମା କରିଥିବା ଇଂଲଣ୍ଡର ଦ୍ୱିତୀୟ ଓ ବିଶ୍ୱର ଷଷ୍ଠ ଅଲରାଉଣ୍ଡର । ଷ୍ଟୋକସ୍ ନିଜର ୬୪ ତମ ଟେଷ୍ଟରେ ଏହି ଉପଲବ୍ଧି ହାସଲ କରିଛନ୍ତି ।

ଷ୍ଟୋକସଙ୍କ ପୂର୍ବରୁ ଓ୍ୱେଷ୍ଟଇଣ୍ଡିଜର ଗ୍ୟାରୀ ସୋବର୍ସ, ଦକ୍ଷିଣ ଆଫ୍ରିକାର ଜ୍ୟାକ୍ କାଲିସ୍, ଇଂଲଣ୍ଡର ଇୟାନ ବାଥମ, ଭାରତର କପିଲ ଦେବ ଓ ନ୍ୟୁଜିଲାଣ୍ଡର ଡାନିଏଲ୍ ଭିଟୋରୀ ଏହି ଉପଲବ୍ଧି ହାସଲ କରିସାରିଛନ୍ତି ।

ଟେଷ୍ଟ କ୍ରିକେଟରେ ସବୁଠାରୁ ଦ୍ରୁତ ୪୦୦୦ ରନ୍ ଓ ୧୫୦ ଓ୍ୱିକେଟ୍ ନେଇଥିବା ଖେଳାଳି ତାଲିକାରେ ଆଗରେ ରହିଛନ୍ତି ଗ୍ୟାରୀ ସୋବର୍ସ । ସୋବର୍ସ ଏହି କାରନାମା ୬୩ଟି ଟେଷ୍ଟରେ ହାସଲ କରିଛନ୍ତି । ଷ୍ଟୋକସ୍ ୬୪ଟି ଟେଷ୍ଟରେ ଏହି ରେକର୍ଡ ପ୍ରତିଷ୍ଠା କରିଛନ୍ତି । ସେ ୬୪ଟି ଟେଷ୍ଟରେ ୧୫୧ ଓ୍ୱିକେଟ୍ ଓ ୪୦୯୯ ରନ୍ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.