ଟିଭି ଅମ୍ପାୟାରଙ୍କ ନିଷ୍ପତ୍ତିରେ ଅସନ୍ତୋଷ ବ୍ୟକ୍ତ କଲେ ଇଂଲଣ୍ଡ ଅଧିନାୟକ, ମ୍ୟାଚ୍ ରେଫରୀଙ୍କୁ କଲେ ଅଭିଯୋଗ

Published By : Prameya-News7 Bureau | February 25, 2021 IST

ଅହମ୍ମଦାବାଦ,୨୫/୦୨:  ଭାରତ ବିପକ୍ଷ ତୃତୀୟ ଟେଷ୍ଟର ପ୍ରଥମ ଦିନରେ ବିବାଦୀୟ ନିଷ୍ପତ୍ତିକୁ ନେଇ ଇଂଲଣ୍ଡ ଦଳ ତୃତୀୟ ଅମ୍ପାୟାର ଉପରେ ଅସନ୍ତୋଷ ବ୍ୟକ୍ତ କରିଛି । ପ୍ରତମ ଦିନ ଖେଳ ଶେଷ ହେବା ପରେ ଇଂଲଣ୍ଡ ଅଧିନାୟକ ଜୋ ରୁଟ୍ ଓ କୋଚ୍ କ୍ରିସ୍ ସିଲଭରଉଡ୍ ମ୍ୟାଚ୍ ରେଫରୀ ଜାଭାଗଲ ଶ୍ରୀନାଥଙ୍କ ସହ ଆଲୋଚନା କରିଛନ୍ତି । ତୃତୀୟ ଅମ୍ପାୟାର ସଠିକ ଭାବେ ତରବରିଆ ଭାବେ ନିଷ୍ପତ୍ତି ନନେବାକୁ ଇଂଲଣ୍ଡ ଅଧିନାୟକ ମ୍ୟାଚ୍ ରେଫରୀଙ୍କୁ କହିଛନ୍ତି ।

ରିପୋର୍ଟ ଅନୁସାରେ, ଦଳର ମୁଖପାତ୍ର କହିଛନ୍ତି ଯେ, ଅଧିନାୟକ ଓ କୋଚ୍ ମ୍ୟାଚ୍ ରେଫରୀଙ୍କ ସହ କଥା ହୋଇଛନ୍ତି । ଉଭୟ ଅମ୍ପାୟାର ଆଗରେ ଆସୁଥିବା ଚ୍ୟାଲେଞ୍ଚକୁ ସ୍ୱୀକାର କରିଛନ୍ତି । ଉଭୟ ତୃତୀୟ ଅମ୍ପାୟାର ଠିକ୍ ନିଷ୍ପତ୍ତି ନିଆନ୍ତୁ ବୋଲି କହିଥିଲେ । ମ୍ୟାଚ୍ ରେଫରୀ ମଧ୍ୟ ଅମ୍ପାୟାରଙ୍କୁ ଅଧିନାୟକ ସଠିକ୍ ପ୍ରଶ୍ନ ପଚାରଥିବା କହିଥିଲେ ।

ପ୍ରଥମ ବିବାଦ ଭାରତୀୟ ଇନିଂସର ଦ୍ୱିତୀୟ ଓଭରରେ ଦେଖିବାକୁ ମିଳିଥିଲା । ଷ୍ଟୁଆର୍ଟ ବ୍ରଡଙ୍କ ବୋଲିଂ କରୁଥିବା ବେଳେ ଶୁଭମନ ଗିଲଙ୍କ କ୍ୟାଚ୍ ସ୍ଲିପରେ ଧରିଥିଲେ ବେନ୍ ଷ୍ଟୋକସ୍ । ଏହାକୁ ଫିଲ୍ଡ ଅମ୍ପାୟାର ଆଉଟ୍ ଦେଇଥିଲେ । କିନ୍ତୁ ରିଭ୍ୟୁରେ ତୃତୀୟ ଅମ୍ପାୟାର ସି ସାମସୁଦ୍ଦୀନ ଗୋଟିଏ ଆଙ୍ଗେଲକୁ ଦେଖି ଗିଲଙ୍କୁ ନଟଆଉଟ୍ ଦେଇଥିଲେ ।

{"id":414404,"sizeSlug":"large","linkDestination":"none"}

ଏଙାପରେ ବେନ୍ ଷ୍ଟୋକସ୍ ଅସନ୍ତୁଷ୍ଟ ହୋଇଥିଲେ । ଏହାପରେ ରିପ୍ଲେରେ ତୃତୀୟ ଅମ୍ପାୟାରଙ୍କ ନିଷ୍ପତ୍ତି ଠିକ୍ ଥିବା ଦେଖିବାକୁ ମିଳିଥିଲା । କାରଣ ଷ୍ଟୋକସ୍ କ୍ୟାଚ୍ ଧରିଥିବା ବେଳେ ବଲ୍ ଫିଲ୍ଡକୁ ସ୍ପର୍ଶ କରିଥିଲା ।

ଏହାବ୍ୟତୀତ ବେନ୍ ଫୋକସ୍ ରୋହିତ ଶର୍ମାଙ୍କ ବିରୋଧରେ ଷ୍ଟମ୍ପିଂ ଅପିଲ କରିଥିଲେ । ତୃତୀୟ ଅମ୍ପାୟାର ରୋହିତଙ୍କ ସପକ୍ଷରେ ରାୟ ଦେଇଥିଲେ । ତୃତୀୟ ଅମ୍ପାୟାର ବିନା କୌଣସି ଆଙ୍ଗେଲ୍ ଦେଖି ଏହି ନିଷ୍ପତ୍ତି ନେଇଥିବା ଇଂଲଣ୍ଡ ଦଳ ଅଭିଯୋଗ କରିଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.