ନ୍ୟୁଜିଲାଣ୍ଡ ପରେ ଏବେ ଇଂଲଣ୍ଡ ଦେଲା ଝଟକା, ବାତିଲ୍ କଲା ପାକିସ୍ତାନ ଗସ୍ତ

Published By : Prameya-News7 Bureau | September 20, 2021 IST

ନୂଆଦିଲ୍ଲୀ ୨୦।୦୯: ନ୍ୟୁଜିଲାଣ୍ଡ କ୍ରିକେଟ୍ ଦଳ ପରେ ଏବେ ପାକିସ୍ତାନକୁ ଜୋରଦାର ଝଟକା ଦେଲା ଇଂଲଣ୍ଡ। ଇଂଲଣ୍ଡ ଆଣ୍ଡ ଓ୍ଵେଲ୍ସ କ୍ରିକେଟ୍ ବୋର୍ଡ(ଇସିବି) ନ୍ୟୁଜିଲାଣ୍ଡ ପରି ପାକିସ୍ତାନ ଗସ୍ତ ବାତିଲ୍ କରିଛି। ଇଂଲଣ୍ଡର ପୁରୁଷ ଏବଂ ମହିଳା ଦଳ ଆସନ୍ତା ଅକ୍ଟୋବରରେ ପାକିସ୍ତାନ ଗସ୍ତ କରିବାର ଥିଲା। ହେଲେ ଇସିବି ସୁରକ୍ଷା କାରଣରୁ ଏବେ ନିଜ ଦଳକୁ ପାକିସ୍ତାନ ନପଠାଇବାକୁ ନିଷ୍ପତ୍ତି ନେଇଛି। ଇସିବି ସୋମବାର ଟ୍ଵିଟ୍ କରି ଏହାର ସୂଚନା ଦେଇଛି।

ଇଂଲଣ୍ଡର ପୁରୁଷ ଦଳ ପାକିସ୍ତାନ ଗସ୍ତରେ ଦୁଇଟି ଟି-୨୦ ମ୍ୟାଚ୍ ଏବଂ ମହିଳା ଦଳ ମଧ୍ୟ ଦୁଇଟି ଟି-୨୦ ଏବଂ ତିନୋଟି ଦିନିକିଆ ମ୍ୟାଚ୍ ଖେଳିବାର ଥିଲା। ହେଲେ ଇଂଲଣ୍ଡ ନିଜର ଗସ୍ତ  ବାତିଲ କରିବା ପାକିସ୍ତାନକୁ ଝଟକା ଲାଗିଛି। ଏହା ପୂର୍ବରୁ ନ୍ୟୁଜିଲାଣ୍ଡ ସୁରକ୍ଷା କାରଣରୁ ପ୍ରଥମ ଦିନିକିଆର କିଛି ସମୟ ପୂର୍ବରୁ ହିଁ ମ୍ୟାଚ୍ ଖେଳିବାକୁ ମନା କରିବା ସହ ଗସ୍ତ ବାତିଲ୍ କରିଥିଲା।

wp:html c /wp:html

ଇଂଲଣ୍ଡର ପୁରୁଷ କ୍ରିକେଟ୍ ଦଳକୁ ରାଓ୍ଵଲପିଣ୍ଡିରେ ଅକ୍ଟୋବର ୧୩ ଓ ୧୪ ତାରିଖରେ ଟି-୨୦ ମ୍ୟାଚ୍ ଖେଳିବାର ଥିଲା। ବୋର୍ଡ କହିଛି ଯେ, ଆମେ ପାକିସ୍ତାନ ଗସ୍ତ କରିବାକୁ ତତ୍ପର ଥିଲୁ। ହେଲେ ଖେଳାଳିଙ୍କ ସୁରକ୍ଷା ଓ ମାନସିକ ସୁସ୍ଥତା ଆମର ପ୍ରଥମ ପ୍ରାଥମିକତା। ତେଣୁ ସଂପ୍ରତି ପରିସ୍ଥିତିକୁ ଦୃଷ୍ଟିରେ ରଖି ପାକିସ୍ତାନ ଗସ୍ତ  ବାତିଲ୍ କରିବାର ନିଷ୍ପତ୍ତି ନେଇଛୁ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.