ଇଂଲଣ୍ଡର ବହୁ ଚର୍ଚ୍ଚିତ ୨୪ ବର୍ଷ ବୟସ୍କ ବୋଲର ଜୋଫ୍ରା ଆର୍ଚର ଏବେ ଚର୍ଚ୍ଚାରେ, ୨୦୧୩ ମସିହାରେ ସେ ଯାହା ଭବିଷ୍ୟବାଣୀ କରିଥିଲେ ଏବେ ବିଶ୍ବକପରେ ତାହା ହିଁ ଘଟିଲା…ଜାଣନ୍ତୁ ପୂରା ଘଟଣା

Published By : Prameya-News7 Bureau | July 15, 2019 IST

ଇଂଲଣ୍ଡର ବିଜୟରେ ପ୍ରମୁଖ ଭୂମିକା ରହିଥିଲା ବୋଲର ଜୋଫ୍ରା ଆର୍ଚରଙ୍କର । ମ୍ୟାଚ୍ ଟାଇ ରହିବା ପରେ ସୁପର ଓଭରରେ ଇଂଲଣ୍ଡ ପକ୍ଷରୁ ବୋଲିଂ କରିଥିଲେ ଆର୍ଚର । ସୁପର ଓଭରରେ ନ୍ୟୁଜିଲାଣ୍ଡକୁ ଜିତିବା ପାଇଁ ଦରକାର ପଡୁଥିଲା ୧୬ ରନ୍ । ମାନେ ୬ ବଲ୍‌ରେ ୧୬ । ହେଲେ ଆର୍ଚର ଏହା କରିବାକୁ ଦେଇନଥିଲେ ।ନ୍ୟୁଜିଲାଣ୍ଡ ୧୫ ରନ୍ କରିବା ପରେ ପୁଣି ଟାଇ ହୋଇଥିଲା ସୁପର ଓଭର । ଶେଷରେ ଆଇସିସି ନିୟମ ଅନୁସାରେ ଇଂଲଣ୍ଡ ବିଜୟୀ ହେଲା । ତେବେ ମ୍ୟାଚ୍‌ରେ ଯାହାସବୁ ଘଟିଲା ବହୁ ପୂର୍ବରୁ ଏହାର ସୂଚନା ଦେଖିବାକୁ ମିଳିଥିଲା ଆର୍ଚରଙ୍କ ଟ୍ବିଟ୍‌ ରେ । ଇଂଲଣ୍ଡ ବିଜୟୀ ହେବା ସହ ଆର୍ଚର ଏବେ ପାଲଟି ଯାଇଛନ୍ତି ବିଶ୍ବ କ୍ରିକେଟ୍‌ର ନୋଷ୍ଟ୍ରାଡାମସ୍ ।   

{"id":134008}

ଜୋଫ୍ରା ଆର୍ଚର । ୱାର୍ଲଡ କ୍ରିକେଟ୍‌ର ନୋଷ୍ଟ୍ରାଡାମସ୍ । ସୋସିଆଲ ମିଡିଆରେ ଏବେ ବୋଲରରୁ ଭବିଷ୍ୟବକ୍ତା ପାଲଟିଯାଇଛନ୍ତି ଜୋଫ୍ରା ଆର୍ଚର ।…

{"id":134009}

ଦୁଇ ଦୁଇ ଥର ମ୍ୟାଚ୍ ଟାଇ ହେବା ପରେ ନ୍ୟୁଜିଲାଣ୍ଡକୁ ହରାଇ ଇଂଲଣ୍ଡ ଟାଇଟଲ ଜିତିଲା, ଏହାସହ ଜୋଫ୍ରା ଆର୍ଚରଙ୍କ ଲୁପ୍ତ ପ୍ରତିଭା ବାହାରକୁ ଆସିଲା ।… ଲର୍ଡସରେ ଖେଳାଯାଇଥିବା ୨୦୧୯ ବିଶ୍ବକପ୍ କ୍ରିକେଟ୍‌ ଫାଇନାଲରେ ଯାହା ସବୁ ଘଟିଲା ଏହାର ଅନେକ ସାମଞ୍ଜସ୍ୟ ରହିଛି ଆର୍ଚରରଙ୍କ ପୁରୁଣା ଟ୍ବିଟର ସହ ।…

{"id":134010}

ଦେଖନ୍ତୁ ଏଇ ଟ୍ବିଟର ସବୁ । "Jadeja can bat tho" ଠାରୁ How new Zealand lost this game? " ପର୍ଯ୍ୟନ୍ତ ଏମିତି ଅନେକ ଟ୍ବିଟ୍ ରହିଛି ଆର୍ଚରଙ୍କ ଟାଇମ୍ ଲାଇନରେ । ଏସବୁକୁ କେହିକେହି କାକତାଳୀୟ କହିପାରନ୍ତି। ହେଲେ ଏହାକୁ ଫାଇନାଲ ମ୍ୟାଚ୍ ସହ ତୁଳନା କରି କ୍ରିକେଟ୍ ଫ୍ୟାନ୍ସ ଜୋଫ୍ରା ଆର୍ଚରଙ୍କୁ ଭବିଷ୍ୟବକ୍ତା ଭାବେ ଚିତ୍ରଣ କରୁଛନ୍ତି ।…

{"id":134011}

୬ ବଲ୍‌ରୁ ୧୬ ରନ୍ । ୧୩ ଏପ୍ରିଲ ୨୦୧୩, ୨ଟା ୪୫ ମିନିଟ୍‌ରେ ଏଇ ଟ୍ବିଟ୍ କରିଥିଲେ ଆର୍ଚର । ୬ ବର୍ଷ ତଳେ ସେ ଯାହା ଟ୍ବିଟ୍ କରିଥିଲେ ଫାଇନାଲ ସୁପର ଓଭରରେ ସେଇ ଟାର୍ଗେଟ୍‌ ହିଁ ଥିଲା ନ୍ୟୁଜଲାଣ୍ଡ ଆଗରେ। ସୁପର ଓଭରରେ ନ୍ୟୁଜିଲାଣ୍ଡ ଆଗରେ ବିଜୟପାଇଁ ଟାର୍ଗେଟ୍ ଥିଲା ସମାନ ୧୬ ରନ୍ ।…

{"id":134012}

କେବଳ ଫାଇନାଲ କାହିଁକି ଇଂଲଣ୍ଡ ଖେଳିଥିବା ସେମିଫାଇନାଲର ମଧ୍ୟ ସାମଞ୍ଜସ୍ୟ ଦେଖିବାକୁ ମିଳିଛି ଆର୍ଚରଙ୍କ ଟ୍ବିଟ୍ ସହ । ଇଂଲଣ୍ଡ ଦ୍ବିତୀୟ ସେମିଫାଇନାଲରେ ଭେଟିଥିଲା ଅଷ୍ଟ୍ରେଲିଆକୁ । ୨୦୧୩ ଏପ୍ରିଲ ୮ ଏବଂ ମାର୍ଚ ୫ରେ ଆର୍ଚର ଯେଉଁ ଟ୍ବିଟ୍ କରିଥିଲେ ତାର ମେଳ ଖାଉଛି ସେମିଫାଇନାଲ ସହ । ସେତେବେଳେ ଆର୍ଚର ଲେଖିଥିଲେ ସବୁବ୍ୟାଟ୍‌ସ ମ୍ୟାନ ଦୁଇଟି ଲେଖାଇଁ ହେଲମେଟ୍ ପିନ୍ଧି ଆସନ୍ତୁ, ତାଙ୍କୁ ଭେଟିବା ବେଳେ କାମରେ ଆସିବ ।    

{"id":134013}

  

ଆର୍ଚରଙ୍କର ଏହା ଏକ ସୂଚନା ଥିଲା ବୋଲି କିଛି ଫ୍ୟାନ୍ସ କହୁଛନ୍ତି । କାହିଁକି ନା ସେମିରେ ଆର୍ଟରଙ୍କ ବାଉନ୍ସରରେ ଅଷ୍ଟ୍ରେଲିଆ ୱିକେଟ୍ କିପର-କମ୍-ବ୍ୟାଟ୍‌ସ ମ୍ୟାନ୍ ଆଲେକ୍ସ ଆହତ ହୋଇଥିଲେ ।…

ଚଳିତ ବିଶ୍ବକପରେ ଜାଡେଜାଙ୍କ ବ୍ୟାଟିଂ ଆବିଲିଟି ଉପରେ ପ୍ରଶ୍ନ ଉଠିଥିଲା । କିନ୍ତୁ ସେ ସେମିଫାଇନାଲରେ ନ୍ୟୁଜିଲାଣ୍ଡ ବିରୋଧରେ ୫୯ ବଲ୍‌ରୁ ୭୭ ରନ୍ କରି ସମାଲୋଚକଙ୍କ ମୁହଁ ବନ୍ଦ କରିଥିଲେ । ହେଲେ ୨୦୧୪ ଫେବ୍ରୁଆରି୧୦ରେ ଆର୍ଚର ଟ୍ବିଟ୍ କରିଥିଲେ "Jadeja can bat tho" । ଏବେ ଏହି ଟ୍ବିଟ୍ର ମଧ୍ୟ ଚର୍ଚ୍ଚା ହେଉଛି ।…

{"id":134014}

ତିନି ମାସ ଆଗରୁ ଏହି ଚର୍ଚ୍ଚିତ ବୋଲର ଇଂଲଣ୍ଡ ଟିମ୍‌ର ପ୍ଲେୟର ହିଁ ନଥିଲେ । ଏହି ୨୪ ବର୍ଷୀୟ କ୍ରିକେଟର ପୂର୍ବରୁ ୱେଷ୍ଟଇଣ୍ଡିଜ୍ ଟିମ୍‌ରେ ଖେଳୁଥିଲେ । ହେଲେ ତିନି ମାସ ତଳେ ସେ ଇଂଲଣ୍ଡ ପକ୍ଷରୁ ଖେଳିବାକୁ ଅନୁମତି ପାଇଥିଲେ । ବିଶ୍ବକପ୍ ପାଇଁ ଇଂଲଣ୍ଡ ପକ୍ଷରୁ ଘୋଷଣା କରାଯାଇଥିବା ପ୍ରଥମ ୧୫ ଜଣିଆ ତାଲିକାରେ ମଧ୍ୟ ଆର୍ଚରଙ୍କ ନାଁ ନଥିଲା ।

ଶେଷ ମୁହୂର୍ତ୍ତରେ ଦଳ ତାଙ୍କୁ ଟିମ୍‌ରେ ସାମିଲ କରିଥିଲା । ଆଉ ଶେଷରେ ପରିସ୍ଥିତି ଏମିତି ହେଲା ଯେ, ଆର୍ଚରଙ୍କୁ ହିଁ ସେହି ଗୁରୁତ୍ବପୂର୍ଣ୍ଣ ସୁପର ଓଭରରେ ବୋଲିଂ କରିବାକୁ ସୁଯୋଗ ମିଳିଥିଲା । ଏହି ବିଶ୍ବକପ୍‌ରେ ୨୦ଟି ୱିକେଟ୍ ନେଇ ଆର୍ଚର ଶ୍ରେଷ୍ଠ ତିନି ବୋଲରଙ୍କ ମଧ୍ୟରେ ସ୍ଥାନ ପାଇଛନ୍ତି ।…

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.