ଭାରତ ମାଟିରେ ଇଂଲଣ୍ଡ ଧରାଶାୟୀ : ଚତୁର୍ଥ ଟେଷ୍ଟରେ ଇଂଲଣ୍ଡର ଇନିଂସ ପରାଜୟ, ୩-୧ରେ ସିରିଜ୍ କବ୍‌ଜା କଲା ଟିମ୍ ଇଣ୍ଡିଆ

Published By : Prameya-News7 Bureau | March 06, 2021 IST

ଅହମ୍ମଦାବାଦ ୦୬/୦୩ : ମୋଟେରାର ନରେନ୍ଦ୍ର ମୋଦି କ୍ରିକେଟ ଷ୍ଟାଡିୟମରେ ଖେଳାଯାଇଥିବା ଚତୁର୍ଥ ତଥା ଅନ୍ତିମ ଟେଷ୍ଟ ମ୍ୟାଚକୁ ଏକ ଇନିଂସ ଏବଂ ୨୫ ରନରେ ଜିତି ନେଇଛି ଭାରତ । ଏହା ସହିତ ୪ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜକୁ ୩-୧ରେ କବ୍‌ଜା କରିନେଇଛି ଟିମ୍‌ ଇଣ୍ଡିଆ । ମାତ୍ର ୩ ଦିନରେ ଶେଷ ହୋଇଛି ଅନ୍ତିମ ଟେଷ୍ଟ । ଦ୍ବିତୀୟ ଇନିଂସରେ ବ୍ୟାଟିଂ କରିବାକୁ ଆସିଥିବା ଇଂଲଣ୍ଡ ମାତ୍ର ୧୩୫ ରନରେ ଅଲଆଉଟ ହୋଇଯାଇଛି । ପଡିଆ ମଧ୍ୟରେ ପୁଣି ଇଂଲଣ୍ଡ ବ୍ୟାଟ୍ସମ୍ୟାନମାନଙ୍କୁ ଧୂଳି ଚଟାଇଛନ୍ତି ଅଶ୍ବିନ-ଅକ୍ଷର ଯୋଡି । ଅକ୍ଷର ପଟେଲ ପୁଣି ଥରେ କମାଲ କରିବା ସହିତ ୫ ଓ୍ବିକେଟ୍‌ ହାସଲ କରିଥିବା ବେଳେ ରବିଚନ୍ଦ୍ରନ ଅଶ୍ବିନ ମଧ୍ୟ ୫ ଓ୍ବିକେଟ୍ ହାସଲ କରିଛନ୍ତି ।  

ଇଂଲଣ୍ଡ ପକ୍ଷରୁ ଏକ ମାତ୍ର ବ୍ୟାଟ୍ସମ୍ୟାନ୍‌ ଡେନ୍‌ ଲୋରିନ୍ସ (୫୦) ଅର୍ଦ୍ଧଶତକ ହାସଲ କରିଛନ୍ତି । ଓପନର ଜ୍ୟାକ୍‌ କ୍ରାଉଲୀ ୫ ଏବଂ ଡୋମ୍‌ ଶିବଲୀ ୩ ରନ୍‌ କରି ଆଉଟ ହୋଇଥିଲେ । ଏହା ପରେ ବ୍ୟାଟିଂ କରିବାକୁ ଆସିଥିବା ଜୋନି ବୟାରିଷ୍ଟୋ ଖାତା ଖୋଲିବା ପୂର୍ବରୁ ପ୍ୟାଭିଲିୟନ ଫେରିଥିଲେ । ଅଧିନାୟକ ଜୋ ରୁଟ୍‌ (୩୦ରନ୍‌) ଭଲ ଆରମ୍ଭ କରିଥିଲେ ସୁଦ୍ଧା ବଡ ଇନିଂସ ଖେଳିବାକୁ ସକ୍ଷମ ହୋଇନଥିଲେ । ବେନ୍‌ ଷ୍ଟୋକସ୍‌ ୨ରନ୍ ଏବଂ ଓଲି ପୋପ୍‌ ୧୫ ରନ କରି ଆଉଟ ହୋଇଥିଲେ । ବେନ ଫୋକ୍ସ ୧୩ ରନ୍‌, ଡୋମ୍‌ ବେସ୍‌ ୨ରନ୍‌, ଜ୍ୟାକ୍ ଲିଚ୍‌ ୨ ରନ କରି ଆଉଟ ହୋଇଛନ୍ତି । ଜେମ୍ସ ଆଣ୍ଡରସନ ୧ରନ କରି  ଅପରାଜିତ ଥିଲେ ।

wp:embed {"url":"https://twitter.com/BCCI/status/1368145321088356352","type":"rich","providerNameSlug":"twitter","responsive":true,"className":""}
https://twitter.com/BCCI/status/1368145321088356352
/wp:embed

ପ୍ରଥମ ଇନିଂସରେ ବ୍ୟାଟିଂ ଆରମ୍ଭ କରି ମାତ୍ର ୨୦୫ ରନରେ ଅଲଆଉଟ ହୋଇଥିଲା ଇଂଲଣ୍ଡ । ଜବାବରେ ଋଷଭ ପନ୍ତଙ୍କ ଦମଦାର ଶତକ ଏବଂ ଓ୍ବାଶିଂଟନ ସୁନ୍ଦରଙ୍କ ଆକର୍ଷଣୀୟ ଅପରାଜିତ ୯୬ ରନ ବଳରେ ୩୬୫ ରନରେ ଅଲଆଉଟ ହୋଇଥିଲା ଭାରତ । ଦ୍ବିତୀୟ ଇନିଂସରେ ବ୍ୟାଟିଂ କରିବାକୁ ଆସିଥିବା ଇଂଲଣ୍ଡ ଆରମ୍ଭରୁ ହିଁ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା । ପଡିଆ ମଧ୍ୟରେ ଭାରତୀୟ ଷ୍ଟାର ସ୍ପିନ୍‌ ଯୋଡି ରବିଚନ୍ଦ୍ରନ ଅଶ୍ବିନ ଏବଂ ଅକ୍ଷର ପଟେଲ ଇଂଲଣ୍ଡକୁ ଧରାଶୟୀ କରିଥିଲେ ।

ପ୍ରଥମ ଇନିଂସରେ ମାତ୍ର ୨୦୫ ରନ୍‌ରେ ଅଲଆଉଟ ହୋଇଯାଇଥିଲା ଇଂଲଣ୍ଡ । ଫଳରେ ବ୍ୟାଟିଂ ଆରମ୍ଭ କରିଥିବା ଭାରତ ଦ୍ୱିତୀୟ ଦିନ ଶେଷ ସୁଦ୍ଧା ୭ ଓ୍ବିକେଟ୍‌ ହରାଇ ୨୯୪ ରନ୍ କରିବା ସହିତ ଭ୍ରମଣକାରୀ ଇଂଲଣ୍ଡଠାରୁ ୮୯ ରନ୍‌ର ଆଗୁଆ ରହିଥିଲା । ଓ୍ବାଶିଂଟନ ସୁନ୍ଦର ୬୦ ଏବଂ ଅକ୍ଷର ପଟେଲ ୧୧ ରନ୍ କରି ଅପରାଜିତ ରହିଥିଲେ । ତେବେ ତୃତୀୟ ଦିନର ଆରମ୍ଭରେ ଓ୍ୱାଶିଂଟନ ସୁନ୍ଦର ଓ ଅକ୍ଷର ପଟେଲ ଜବରଦସ୍ତ ବ୍ୟାଟିଂ କରିଥିଲେ । ଓ୍ୱାଶିଂଟନ ୯୬ ରନ୍ କରି ଅପରାଜିତ ଥିବା ବେଳେ ଓ ଅକ୍ଷର ୪୩ ରନ୍ କରି ଆଉଟ ହୋଇଛନ୍ତି । ମହମ୍ମଦ ସିରାଜ ଓ ଇସାନ୍ତ ଶର୍ମା ବିନ କୌଣସି ରନରେ ପ୍ୟାଭିଲିୟନ ଫେରିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.