ରାଜ୍ୟରେ ହକି ଫିଭର : ଭୁବନେଶ୍ବରରେ ପହଞ୍ଚିଛନ୍ତି ଇଂଲଣ୍ଡ ଏବଂ ନ୍ୟୁଜିଲାଣ୍ଡ ହକି ଟିମ୍

Published By : Prameya-News7 Bureau | November 24, 2018 IST

ଭୁବନେଶ୍ବର ୨୪|୧୧:  ରାଜ୍ୟରେ ହକି ଫିଭର । ଆସନ୍ତା ୨୮ରୁ ଭୁବନେଶ୍ବରରେ କଳିଙ୍ଗ ଷ୍ଟାଡିୟମରେ ଆରମ୍ଭ ହେବାକୁ ଯାଉଛି ବିଶ୍ବକପ୍ ହକି ମହାକୁମ୍ଭ । ଶୁକ୍ରବାର ବିଳମ୍ବିତ ରାତିରେ ଇଂଲଣ୍ଡ ଏବଂ ନ୍ୟୁଜିଲାଣ୍ଡ ହକି ଟିମ୍ ଆସି ଭୁବନେଶ୍ବରରେ ପହଞ୍ଚିଛନ୍ତି । ବିଶ୍ବକପ୍ ପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି ସରିଛି ବୋଲି ଉଭୟ ଟିମ୍ ପକ୍ଷରୁ କୁହାଯାଇଛି । ବିଶ୍ବକପ୍ ହକି ପାଇଁ ସମସ୍ତଙ୍କ ମନରେ ବଢ଼ୁଛି ଉତ୍କଣ୍ଠା । ପିଲାଠୁ ବୁଢ଼ା ସମସ୍ତଙ୍କ ଠାରେ ହକି ଫିଭର । କେବଳ ରାଜଧାନୀ ନୁହେଁ । ପୂରା ରାଜ୍ୟରେ ଏବେ ହକି ଫିଭର ଦେଖିବାକୁ ମିଳୁଛି । ହକି ମହାକୁମ୍ଭକୁ ନେଇ ରାଜଧାନୀ ସଜେଇ ହୋଇ ଥିବାବେଳେ କଳିଙ୍ଗ ଷ୍ଟାଡିୟମ ମ୍ୟାଚ୍ ପାଇଁ ପୁରା ପ୍ରସ୍ତୁତ ଅଛି । ଆସନ୍ତା ୨୮ ରୁ ଆରମ୍ଭ ହେବ ମହାକୁମ୍ଭ । ଶୁକ୍ରବାର ବିଳମ୍ବିତ ରାତିରେ ଇଂଲଣ୍ଡ ଏବଂ ନ୍ୟୁଜିଲାଣ୍ଡ ଟିମ୍ ଆସି ଭୁବନେଶ୍ବରରେ ପହଞ୍ଚିଛନ୍ତି । ବିମାନବନ୍ଦରରେ ଇଂଲଣ୍ଡ ଟିମ୍ ପହଞ୍ଚିବା ପରେ ସିଧା ହୋଟେଲକୁ ଯାଇଥିଲେ । ଏହି ମହାକୁମ୍ଭକୁ ନେଇ ଇଂଲଣ୍ଡ ଟିମର ଅଧିନାୟକ ବେଶ୍ ଉତ୍ସାହିତ ଥିବା କହିଛନ୍ତି । ସେପଟେ ଶୁକ୍ରବାର ବିଳମ୍ବିତ ରାତିରେ ନ୍ୟୁଜିଲାଣ୍ଡ ହକି ଟିମ୍ ଦ୍ବିତୀୟ ଦଳଭାବେ ଭୁବନେଶ୍ବରରେ ଆସି ପହଞ୍ଚିଛି । ବିଶ୍ବକପ୍ ପାଇଁ ଟିମ୍ ପୁରା ପ୍ରସ୍ତୁତ ବୋଲି କୋଚ୍ କହିଛନ୍ତି । ଚଳିତ ବିଶ୍ବକପରେ ଫ୍ରାନ୍ସ ଓ ସ୍ପେନ୍ ଟିମ୍ ପାଇଁ ମୁଖ୍ୟ ପ୍ରତିଦ୍ବନ୍ଦୀ ହେବ ନ୍ୟୁଜିଲାଣ୍ଡ । ପୂର୍ବରୁ ଆର୍ଜେଣ୍ଟନା, ସାଉଥ ଆଫ୍ରିକା, ଚୀନ,  ଫ୍ରାନ୍ସ, ସ୍ପେନ୍ ଟିମ୍ ପହଞ୍ଚି ସାରିଛି । ବିଶ୍ବର ଶ୍ରେଷ୍ଠ ୧୬ଟି ଦଳର ଷ୍ଟିକ୍ ଚାଳନା ଦେଖିବାକୁ ସବୁଠି ଦର୍ଶକଙ୍କ ମଧ୍ୟରେ ଉତ୍କଣ୍ଠା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.